ଓଡିଶା

odisha

By ETV Bharat Odisha Team

Published : 5 hours ago

ETV Bharat / videos

ଫରେଷ୍ଟର୍ ସଞ୍ଜୟ ନାୟକ ମୃତ୍ୟୁ ଘଟଣା, ଆରମ୍ଭ ହେଲା ବିଭାଗୀୟ ତଦନ୍ତ - Forester Sanjay Nayak Death Case

ରାୟଗଡା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଜାରିଂ ନର୍ସରି ଫରେଷ୍ଟର୍ ସଞ୍ଜୟ ନାୟକଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ ଘଟଣାରେ ରାୟଗଡ଼ା ସିଲ୍‌ଭିକଲଚର ଡିଏଫ୍‌ଓ ଦେବେନ୍ଦ୍ର ବେହେରାଙ୍କ ଅଡୁଆ ବଢ଼ିବାରେ ଲାଗିଛି । ଆରମ୍ଭ ହେଲା ବିଭାଗୀୟ ତଦନ୍ତ । ଘଟଣାର ୧୬ ଦିନ ପରେ ବନ ବିଭାଗ ପକ୍ଷରୁ ଆଭ୍ୟନ୍ତରୀଣ ତଦନ୍ତ ଆରମ୍ଭ ହୋଇଛି । ସେହିପରି ଦେବେନ୍ଦ୍ରଙ୍କୁ ଭବାନୀପାଟଣା ପୋଲିସ ମଧ୍ୟ ଖୋଜୁଥିବା ସୂଚନା ମିଳିଛି । ଜୀବନ ହାରିବା ପୂର୍ବରୁ ସଞ୍ଜୟ ଗୋଟିଏ ଚିଠି ଛାଡ଼ି ଯାଇଥିଲେ । ସେଥିରେ ନର୍ସରୀରେ ଚାରା ପ୍ରସ୍ତୁତ ଓ ମଞ୍ଜି କିଣିବା ବାବଦରେ ୭ ଲକ୍ଷ ଟଙ୍କା ପିସି ମାଗିବା କଥା ଉଲ୍ଲେଖ କରିଥିଲେ । ସେହିପରି ଡିଏଫ୍‌ଓ ଦେବେନ୍ଦ୍ର ବେହେରା ତାଙ୍କୁ ବାରମ୍ବାର ମାନସିକ ନିର୍ଯାତନା ଦେଉଥିଲେ ବୋଲି ସଞ୍ଜୟଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ । ଫଳରେ ସଞ୍ଜୟ ନିଜ ଜୀବନ ହାରିଥିଲେ । 

ସେପଟେ ଏହି ଘଟଣା ପରେ ଡିଏଫ୍‌ଓ ଛୁଟିରେ ଚାଲି ଯାଇଥିଲେ । ୨୨ ତାରିଖ ପର୍ଯ୍ୟନ୍ତ ଛୁଟିରେ ରହିବାକୁ ଦରଖାସ୍ତ ଦେଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କାର୍ଯ୍ୟରେ ଯୋଗ ଦେଇନାହାନ୍ତି । ଏପରିକି ତାଙ୍କ ମୋବାଇଲ ନମ୍ବର ବନ୍ଦ ରହିଥିବାରୁ ଯୋଗାଯୋଗ ହୋଇପାରୁନି । ଡିଏଫ୍‌ଓଙ୍କ ଛୁଟି ଅବଧି ସରିବା ପରେ କାର୍ଯ୍ୟରେ ଯୋଗ ଦେବା ସନ୍ଦେହକୁ ବଢ଼ାଉଛି । ଏହାରି ମଧ୍ୟରେ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି । କଟକ ମୁଖ୍ୟ କାର୍ଯ୍ୟାଳୟରୁ ସିସିଏଫ୍‌ଓ ବିକାଶ ରଞ୍ଜନ ଦାଶ ଆଜି ଆସି ବିଭାଗୀୟ କାର୍ଯ୍ୟାଳୟରେ ବହୁ ସମୟ ଧରି ତନାଘନା କରିଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ...ଫରେଷ୍ଟର ସଞ୍ଜୟ ନାୟକ ମୃତ୍ୟୁ ଘଟଣା, ଦୋଷୀଙ୍କୁ କଠୋର ଦଣ୍ଡ ମିଳିବ କହିଲେ ମନ୍ତ୍ରୀ ଗଣେଶ ରାମ ସିଂ - Rayagada Forester Death Case

ଏହା ମଧ୍ୟ ପଢ଼ନ୍ତୁ...ଭାଲୁ ଘଉଡ଼ାଇବା ବେଳେ ଅଘଟଣ, ଟ୍ରାଙ୍କୁଲାଇଜ ଗୁଳି ବାଜି ଫରେଷ୍ଟର ଗୁରୁତର - Forester tranquilizer

ଇଟିଭି ଭାରତ, ରାୟଗଡ଼ା

ABOUT THE AUTHOR

...view details