ଓଡିଶା

odisha

ETV Bharat / videos

ବାଲେଶ୍ୱରରେ ରସଗୋଲା ମହୋତ୍ସବ; ମିଠା ଓ ପିଠାରେ ମହକିଲା ସହର - Rasagola Mahotsav - RASAGOLA MAHOTSAV

By ETV Bharat Odisha Team

Published : Apr 2, 2024, 6:56 AM IST

Rasagola Mahotsav: ବାଲେଶ୍ବର: ହାଣ୍ଡିଶାଳ ପିଠାର ମହକ ପୁରା ବାଲେଶ୍ବର ସହରରେ ମହକି ଉଠିଛି । ମିଠାର ପସରାରେ ପୁରା ପରିବେଶ ଝୁମି ଉଠିଛି । ବାଲେଶ୍ବର ସହରର ବ୍ରିଟ କଲ୍ୟାଣ ମଣ୍ଡପ ସୋମବାର ପିଠା ଆଉ ମିଠାର ବାସ୍ନାରେ ମହକି ଉଠିଥିଲା । ମହିଳାଙ୍କ ହାତ ତିଆରି ପିଠା ସାଙ୍ଗକୁ ବିଭିନ୍ନ ମିଷ୍ଠାନ ଭଣ୍ଡାରର ସୁସଜ୍ଜିତ ମିଠା ସମସ୍ତଙ୍କୁ ଆକର୍ଷିତ କରିଥିଲା । ଉତ୍କଳୀୟ ପରମ୍ପରାକୁ ଉଜ୍ଜୀବିତ ରଖିବା ଉଦ୍ଦେଶ୍ୟରେ ବାଲେଶ୍ଵର ପ୍ରତିଭା ବିକାଶ ଟ୍ରଷ୍ଟ ଦ୍ବାରା ଉତ୍କଳ ଦିବସ ଅବସରରେ ଆୟୋଜନ କରାଯାଇଥିଲା ମିଠା ଓ ପିଠା ମହୋତ୍ସବ । ଯେଉଁଥିରେ ମହିଳା ତଥା ବିଭିନ୍ନ ଏସଏଚଜି ଗ୍ରୁପ ଦ୍ବାରା ବିଭିନ୍ନ ପ୍ରକାରର ପିଠା ପ୍ରଦର୍ଶନ କରାଯାଇଥିଲା । ଆଜିର ଅତ୍ୟାଧୁନିକ ଯୁଗରେ ଫାଷ୍ଟଫୁଡ଼ ପ୍ରତି ସମସ୍ତଙ୍କ ଆଗ୍ରହ ବଢୁଥିବା ବେଳେ ହାଣ୍ଡିଶାଳର ପ୍ରକୃତ ବାସ୍ନା ବଞ୍ଚାଇ ରଖିବାକୁ ପ୍ରଚେଷ୍ଟା କରିଛି ବାଲେଶ୍ଵର ପ୍ରତିଭା ବିକାଶ ଟ୍ରଷ୍ଟ ।

ସୋମବାର ସନ୍ଧ୍ୟାରେ ତୃତୀୟ "ରସଗୋଲା ଓ ପିଠା ମହୋତ୍ସବ” ଆୟୋଜିତ ହୋଇଯାଇଛି । ସଭାପତି ହରେକୃଷ୍ଣ ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବକୁ ଚାନ୍ଦିପୁର ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ(ଡିଆରଡିଓ)ର ପିଏକ୍ସଇ ନିର୍ଦ୍ଦେଶକ ସୁରୋଧ କୁମାର ନାୟକ ଉଦଘାଟନ କରିଥିଲେ । ଏହି ରସଗୋଲା କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗ ଦ୍ଵାରା ଜିଆଇ ଟ୍ୟାଗ ମାନ୍ୟତା ପାଇବା ପରେ ଜଗନ୍ନାଥଙ୍କ ପ୍ରିୟ ରସଗୋଲା କିପରି ସାରା ଦେଶରେ ପହଞ୍ଚି ପାରିବ ସେଥିପ୍ରତି ସମସ୍ତେ ଚେଷ୍ଟା କରିବା ଉଚିତ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏଥିରେ ଭାଗ ନେଇଥିବା ପ୍ରତିଯୋଗୀମାନଙ୍କ ମଧ୍ୟରୁ ପ୍ରଥମ ପୁରସ୍କାର ପାଇଁ ୧୦ ହଜାର, ଦ୍ବିତ୍ବୀୟ ପୁରସ୍କାର ୫ ହଜାର ଏବଂ ତୃତୀୟ ପୁରସ୍କାର ପାଇଁ ୩ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ଏଥି ସହିତ ବିଭିନ୍ନ ମହିଳା ସ୍ବାୟଂ ସହାୟିକା ଗୋଷ୍ଠୀର ମହିଳାମାନଙ୍କ ଦ୍ବାରା ପାରମ୍ପରିକ ପୋଡ ପିଠାର ପ୍ରତିଯୋଗିତା କରାଯାଇଥିଲା । ପ୍ରଥମ, ଦ୍ବିତୀୟ ଏବଂ ତୃତୀୟ ବିଜେତାଙ୍କ ପାଇଁ ଯଥାକ୍ରମେ ୫ ହଜାର, ୩ ହଜାର ଓ ୨ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନର ବ୍ୟବସ୍ଥା କରାଯାଇଥିଲା । 

ଏହା ମଧ୍ୟ ପଢନ୍ତୁ...ଉତ୍କଳ ଦିବସରେ ଫଟୋଚିତ୍ର ପ୍ରଦର୍ଶନୀ, ଉଜ୍ଜୀବିତ ହେଲା ଓଡ଼ିଆ ବିନ୍ଧାଣୀଙ୍କ ସ୍ମୃତି - 89TH UTKAL DIVAS

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details