ଓଡିଶା

odisha

By ETV Bharat Odisha Team

Published : Jun 26, 2024, 5:29 PM IST

ETV Bharat / videos

ଚଳଚଞ୍ଚଳ ରଥଖଳା, ରଥ ଚାରିପାର୍ଶ୍ୱରେ ତାଗ ବାଡ଼ିଆ କାର୍ଯ୍ୟ ଆରମ୍ଭ - Ratha Yatra 2024

Ratha Yatra 2024: ପୁରୀ: ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ଗତକାଲି ତିନି ରଥର ତୃତୀୟ ଭୂଇଁ ଫ୍ରେମ ଉଠି ମଝି ଭୂଇଁ ଉପରେ ସଂଯୋଗ ସହ ତୃତୀୟ ଭୂଇଁ ଉପରେ 4ଟି ପୋଟଳ ଖମ୍ବି ଏବଂ 2ଟି ପୋଟଳ ଶେଣୀ ସଂଯୋଗ ହୋଇଥିଲା । 3 ରଥର ମହାରଣା ସେବକ ଓ ଭୋଇ ସେବକଙ୍କ ସହୋଯୋଗରେ ବଡଧରା ପୋଟଳ 3 ରଥର ତୃତୀୟ ଭୂଇଁ ଉପରେ ସେଟିଂ କରାଯାଇଛି । ଏଥିସହ ରଥର ପଛ ଆଣି ଢ଼ମକ ଚାରି ନାହାକାକୁ ଲାଗି ପଡ଼ି କଣ୍ଟା ବାଡିଆ ଶେଷ ହୋଇଛି । ଚାରି ନାହାକା ଉଭୟ ପଟରେ ମୂଳ କଇଞ୍ଚି ବାଡିଆ ଶେଷ ହୋଇଛି । ଏଥିସହ ତିନି ରଥର ଚାରିପାର୍ଶ୍ୱରେ ତାଗ ବାଡ଼ିଆ ବା ବଟନ ଆଡ଼ିଆ ଆରମ୍ଭ ହୋଇଛି । ତାଗ ବାଡିଆ ପରେ ରଥର ଚହରି ପାର୍ଶ୍ୱରେ ପଟା ବାଡ଼ିଆ କାର୍ଯ୍ୟ ହେବ ।


3 ରଥର କନକମୁଣ୍ଡି, ନିର୍ମାଣ ସହ ତାର ଚାରପାର୍ଶ୍ୱରେ କାପ ବିନ୍ଧ ଶେଷ ହେବା ସହ ରଥର କଳସ ପିଣ୍ଡି ନିର୍ମାଣ ଜାରି ରହିଛି । ରଥର ବଡଧରା ପୋଟଳ ରଥରେ ସେଟିଂ ପରେ ବାକି ପୋଟଳ ଗୁଡ଼ିକର ନିର୍ମାଣ କାର୍ଯ୍ୟ ଜାରି ରହିଛି । 3 ରଥର 4ଟି ଲେଖାଏଁ ଧ୍ଵଜବତା ନିର୍ମାଣ ଶେଷ ହୋଇଛି । ଏଥିସହ ରଥ ଦ୍ଵାର ଗୁଡିକରେ ନାତଗୋଡ ସେଟିଂ ପାଇଁ 8ଟି ଲେଖାଏଁ ଗାରେଡ଼ି ନିର୍ମାଣ ଶେଷ ହୋଇଛି । ରୂପକାର ସେବକମାନେ ତିନିରଥର ଚରପରିଛାରେ ଚିତ୍ର ଖୋଦେଇ ଶେଷ କରିବା ସହ ନାଟଗୋଡ଼ ଗୁଡିକରେ ରୂପ ଖୋଦେଇ ଜାରି ରଖିଛନ୍ତି । 3 ରଥର ଚିତ୍ରକାର ସେବକମାନେ ରଥର ବାହ୍ୟ ଅଂଶରେ ଧଳା ପାଇମର ଦେବାସହ ରଥର ପାର୍ଶ୍ଵ ଦେବାଦେବୀ, ନର୍ତ୍ତକୀ, ଶିଖର ଡମ୍ବରୁ ଏବଂ ଠେକେରା ବାଡ଼ରେ ରଙ୍ଗ କାର୍ଯ୍ୟ ଜାରି ରଖିଛନ୍ତି । ଦୋଳବେଦୀ ଅସ୍ଥାୟୀ କମାର ଶାଳରେ ଓଝା ସେବକ ତିନି ରଥ କଇଞ୍ଚି କଣ୍ଟା ନିର୍ମାଣ ସହ ପୋଟଳ ପାଇଁ ଗୋଡ଼ି ଛାଲ କଣ୍ଟା ନିର୍ମାଣ ଜାରି ରଖିଛନ୍ତି ।



ଏହା ମଧ୍ୟ ପଢ଼ନ୍ତୁ...ପୁରୀରେ ରଥ ଟାଣିବେ ରାଷ୍ଟ୍ରପତି, 6 ତାରିଖରୁ 4 ଦିନିଆ ଓଡ଼ିଶା ଗସ୍ତ - President odisha visit

ଇଟିଭି ଭାରତ, ପୁରୀ 

ABOUT THE AUTHOR

...view details