ଓଡିଶା

odisha

ETV Bharat / videos

କାଲିଠୁ ବାରବାଟୀ ମହୋତ୍ସବ, 3 ଦିନ ଧରି ଚାଲିବ କାର୍ଯ୍ୟକ୍ରମ - Barabati Festival

By ETV Bharat Odisha Team

Published : Jan 25, 2024, 10:09 AM IST

Updated : Jan 25, 2024, 10:21 AM IST

Barabati Festival: କଟକ: ଆରମ୍ଭ ହେବ ବାରବାଟୀ ଫେଷ୍ଟିଭାଲ । ଓଡ଼ିଶୀ ନୃତ୍ୟ ମଣ୍ଡଳ, ଜିଲ୍ଲା ପ୍ରଶାସନ ଏବଂ ନାଟ ସୂତ୍ର ରିସର୍ଚ୍ଚ ପବ୍ଲିକ ଟ୍ରଷ୍ଟ ସହଯୋଗରେ ଆସନ୍ତା ଜାନୁଆରୀ 26ରୁ ଆରମ୍ଭ ହୋଇ 28 ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଶାରଳା ଭବନ ଠାରେ ଅନୁଷ୍ଠିତ ହେବ । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି ।  

ଏହା ମଧ୍ୟ ପଢ଼ନ୍ତୁ... ସର୍ବଭାରତୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ, ପ୍ରଥମ ମ୍ୟାଚରେ ଜବଲପୁର ରେଲୱେକୁ ହରାଇ CISF ଚମ୍ପିଆନ

ଏଥି ସହିତ ଫେବୃଆରୀ 9 ଏବଂ 10 ତାରିଖ ଦିନ ନୂଆଦିଲ୍ଲୀ ସ୍ଥିତ ଇଣ୍ଡିଆନ ଇଣ୍ଟର ନ୍ୟାସନାଲ ସେଣ୍ଟର ଠାରେ ଏହି କାର୍ଯ୍ୟକ୍ରମ ଅନ୍ତର୍ଜାତୀୟ ସ୍ତରରେ ଅନୁଷ୍ଠିତ ହେବ ବୋଲି ଓଡ଼ିଶୀ ନୃତ୍ୟ ମଣ୍ଡଳର ସାଧାରଣ ସମ୍ପାଦକ ନୃତ୍ୟ ଗୁରୁ ଆଶିଷ କୁମାର ଦାସ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ଗୀତା ମହାଳିକ, ପଦ୍ମଶ୍ରୀ ନଳିନୀ କମଳିନୀ, କଥକ ନୃତ୍ୟ ଶିଳ୍ପୀ ଗୀତା ଚନ୍ଦନ, ଭାରତନାଟ୍ୟମ ନୃତ୍ୟ ଶିଳ୍ପୀ ଜୟଶ୍ରୀ ଏବଂ ମୋହିନ ନାଟ୍ୟ ନୃତ୍ୟ ପରିବେଷଣ କରିବେ । ଶାରଳା ଭବନ ଠାରେ ଉତ୍ସବକୁ ପ୍ରସିଦ୍ଧ ନୃତ୍ୟାଙ୍ଗନା ପଦ୍ମଶ୍ରୀ କୁମକୁମ୍ ମହାନ୍ତି ଉଦଘାଟନ କରିବେ । ସନ୍ଧ୍ୟାରେ ଜାତୀୟ ଅନ୍ତର୍ଜାତିକ ଶିଳ୍ପୀ ମାନେ ନୃତ୍ୟ ପରିବେଷଣ କରିବେ । ପ୍ରଫେସର ମମତା ସାହୁ, ସମ୍ବଲପୁରର ସ୍ଵପ୍ନାରାଣୀ ସିନା, ପ୍ରଫେସର ମାଧୁରୀ ମଜୁମଦାର, ନୃତ୍ୟ ପ୍ରଜ୍ଞା, ଏବଂ ଶୁଭଶ୍ରୀ ସୁଭସ୍ମିତା ନୃତ୍ୟ ପରିବେଷଣ କରିବେ ।

ଇଟିଭି ଭାରତ, କଟକ

Last Updated : Jan 25, 2024, 10:21 AM IST

ABOUT THE AUTHOR

...view details