ଓଡିଶା

odisha

ETV Bharat / videos

ପୁରୀରେ ପ୍ରଧାନମନ୍ତ୍ରୀଙ୍କ ରୋଡ୍ ସୋ’ , ଦେଖନ୍ତୁ ଲାଇଭ୍ - PM Modi in Puri - PM MODI IN PURI

By ETV Bharat Odisha Team

Published : May 20, 2024, 8:18 AM IST

Updated : May 20, 2024, 9:39 AM IST

ପୁରୀ: ଆଜି ଜଗନ୍ନାଥ ଧାମ ପୁରୀ ଆସିଛନ୍ତି ପ୍ରଧାନମନ୍ତ୍ରୀ ମୋଦି  । ପୁରୀରେ ପହଞ୍ଚିବା ପରେ ସେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ  । ଏଥିପାଇଁ ଦ୍ବାରଫିଟା ନୀତି ଠାରୁ ପ୍ରଧାନମନ୍ତ୍ରୀଶ୍ରୀମନ୍ଦିର ଛାଡିବା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ  । ଏହାପରେ ସକାଳ ୮ଟାରୁ ୯ଟା ମଧ୍ୟରେ ସହରରେ ବିଶାଳ ରୋଡ ସୋ' କରିବାର କାର୍ଯ୍ୟକ୍ରମ ରହିଛି  । ମୋଦିଙ୍କ ଦେଖିବାକୁ ସକାଳୁ ଶ୍ରୀକ୍ଷେତ୍ରରେ ହଜାର ହଜାର ଭିଡ ଦେଖିବାକୁ ମିଳିଛି  । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୁରୀ ପୋଲିସ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ନିୟମ ଅନୁଯାୟୀ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ତାଙ୍କର ସୁରକ୍ଷା ପାଇଁ ଏସପିଜିର ନିର୍ଦ୍ଦେଶ ଅନୁସାରେ ୩ ଏସପି, ୮ ଅତିରିକ୍ତ ଏସପି, ୨୨ ଡିଏସପି, ୪୨ ଇନ୍ସପେକ୍ଟର, ୧୦୯ ଏଏସଆଇ, ୨୦୨ କନଷ୍ଟେବଳ, ୨୫୦ ହୋମଗାର୍ଡଙ୍କ ସହ ମୋଟ ୬୩ ପ୍ଲାଟୁନ ପୋଲିସ ଫୋର୍ସ ଦାୟିତ୍ବରେ ରହିଛନ୍ତି। ଏଥିସହ ତାଳବଣିଆ ହେଲିପ୍ୟାଡ ଠାରୁ ଶ୍ରୀମନ୍ଦିର ଯାଏଁ ପ୍ରଧାନମନ୍ତ୍ରୀ ଆସିବାକୁ ଥିବା ରାସ୍ତାରେ ଥିବା ଉଚ୍ଚ କୋଠା ଘର ଛାତ ଉପରେ ପୋଲିସ ବାହିନୀ ମୁତୟନ ରହିଛନ୍ତି । 
Last Updated : May 20, 2024, 9:39 AM IST

ABOUT THE AUTHOR

...view details