ଓଡିଶା

odisha

ETV Bharat / videos

ବାଲିଯାତ୍ରା ପାଇଁ ଆଜିଠୁ ପ୍ଲଟ୍ ପଞ୍ଜିକରଣ ଆରମ୍ଭ, କେମିତି କରିବେ ଜାଣନ୍ତୁ ?

By ETV Bharat Odisha Team

Published : 23 hours ago

କଟକ: ଐତିହାସିକ ବାଲିଯାତ୍ରା ପାଇଁ ଆରମ୍ଭ ହେଲା ପ୍ଲଟ୍ ରେଜିଷ୍ଟ୍ରେସନ ପ୍ରକ୍ରିୟା । ନଭେମ୍ବର 15 ରୁ ଆରମ୍ଭ ହୋଇ 22 ତାରିଖ ପର୍ଯ୍ୟନ୍ତ ଚାଲିବ ବାଲିଯାତ୍ରା ମେଳା । ଏନେଇ ଆଜିଠୁ ପ୍ଲଟ୍ ଆବଣ୍ଟନ ପାଇଁ ଆରମ୍ଭ ହୋଇଛି ପ୍ଲଟ୍ ପଞ୍ଜିକରଣ ପ୍ରକ୍ରିୟା । 10 ଦିନ ବ୍ୟାପି ଅର୍ଥାତ ଅକ୍ଟୋବର 25 ତାରିଖ ଯାଏ ଚାଲିବ ପଞ୍ଜିକରଣ । ସକାଳ 10ରୁ ସନ୍ଧ୍ୟା 5 ଟା ପର୍ଯ୍ୟନ୍ତ ଚାଲିବ ପଞ୍ଜିକରଣ ପ୍ରକ୍ରିୟା । ହାଇବ୍ରିଡ଼ ମୋଡ଼ ତଥା ଅନଲାଇନରେ ହେବ ପଞ୍ଜିକରଣ । ପଞ୍ଜିକରଣ ପାଇଁ 10ଟି ଟିମ ନିୟୋଜିତ ହୋଇଛନ୍ତି । 5 ହଜାର ଟଙ୍କା ଦେଇ ପଞ୍ଜିକରଣ କରିପାରିବେ ବ୍ୟବସାୟୀ । କଟକ ବାରବାଟୀ ପ୍ୟାଲେସରେ ଚାଲିଛି ପଞ୍ଜିକରଣ ପ୍ରକ୍ରିୟା । ଅକ୍ଟୋବର 29ରୁ ଆରମ୍ଭ ହେବ ପ୍ଲଟ ନିଲାମ ପ୍ରକ୍ରିୟା । ଆଜିଠୁ କଟକ ବାରବାଟୀ ପ୍ୟାଲେସରେ 10ଟି କାଉଣ୍ଟରରେ ରେଜିଷ୍ଟ୍ରେନ କରି ପାରିବେ ବ୍ୟବସାୟୀ । ଏହାବ୍ୟତୀତ ରେଜିଷ୍ଟ୍ରେସନ ପାଇଁ ଉଦ୍ଧିଷ୍ଟ ଅନଲାଇନ ୱେବ ସାଇଟରେ ଘରେ ବସି ପଞ୍ଜିକରଣ କରି ପାରିବେ ବ୍ୟବସାୟୀ ବୋଲି କହିଛନ୍ତି ଜିଲ୍ଲା ସଂସ୍କୃତି ଅଧିକାରୀ ନଳିନିକାନ୍ତ ସାହୁ ।  

ଚଳିତବର୍ଷ 1100 ପ୍ଲଟ୍ ନିଲାମ ପ୍ରକ୍ରିୟାରେ ଅନ୍ତଭୁକ୍ତ ହେବ । କିପରି ଭାବରେ ଜମି ପଞ୍ଜିକରଣ ଓ ନିଲାମ ବା ଆବଣ୍ଟନ ଶାନ୍ତି ଶୃଙ୍ଖଳାରେ ଶେଷ ହେବ ସେନେଇ ଜିଲ୍ଲା ପ୍ରସାସନ ପକ୍ଷରୁ ସମସ୍ତ ଦିଗ୍ ଉପରେ ନଜର ଦିଆଯାଇଥିବା କହିଛନ୍ତି ଜିଲ୍ଲା ସଂସ୍କୃତି ଅଧିକାରୀ । ଗତ ବର୍ଷ 900ରୁ ଉର୍ଦ୍ଧ୍ବ ବ୍ୟବସାୟୀ ବାଲିଯାତ୍ରା ପାଇଁ ପ୍ଲଟ୍ ପଞ୍ଜିକରଣ କରିଥିଲେ । କିନ୍ତୁ ଚଳିତବର୍ଷ ଏହା ଆହୁରି ବୃଦ୍ଧି ପାଇବ ବୋଲି କହିଛନ୍ତି ସେ ।

ଏହା ମଧ୍ୟ ପଢନ୍ତୁ....ନଭେମ୍ବର ୧୫ରୁ ଐତିହାସିକ ବାଲିଯାତ୍ରା, ଭିଡ଼ ନିୟନ୍ତ୍ରଣ ପାଇଁ ହେବ ଗ୍ରୀନ କରିଡର - bali yatra 2024 

ଇଟିଭି ଭାରତ, କଟକ   

ABOUT THE AUTHOR

...view details