ଓଡିଶା

odisha

ETV Bharat / videos

ଧାମରା ମୁହାଁ ବାତ୍ୟା 'ଦାନା', ଭଦ୍ରକରେ ତୁହାକୁତୁହା ବର୍ଷା ଜାରି

By ETV Bharat Odisha Team

Published : 5 hours ago

ଭଦ୍ରକ: ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି ବାତ୍ୟା 'ଦାନା"। ଆଉ କିଛି ସମୟ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ 'ଦାନା' । ବାତ୍ୟା ପ୍ରଭାବରେ ଭଦ୍ରକ ଜିଲ୍ଲାରେ ତୁହାକୁତୁହା ବର୍ଷା ଆରମ୍ଭ ହୋଇଥିଲା । ବର୍ଷା ସହିତ ଝଟକା ପବନ ମଧ୍ୟ ଲାଗି ରହିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ 105 ବାତ୍ୟା ଆଶ୍ରୟସ୍ଥୀ ସହିତ ମୋଟ 703ଟି ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିଛନ୍ତି । ସେହିଭଳି ଗତ 2021 ମସିହାରେ ବାତ୍ୟା ୟାଶ ଭଦ୍ରକ ଜିଲ୍ଲାର ଧାମରା ଉପକୂଳରେ ଲ୍ୟାଣ୍ଡଫଲ କରିଥିବା ବେଳେ ଆସୁଥିବା ବାତ୍ୟା 'ଦାନା' ମଧ୍ୟ ଏହି ଧାମରା ଉପକୂଳରେ ଲ୍ୟାଣ୍ଡଫଲ କରିବ ବୋଲି ପୂର୍ବାନୁମାନ କରାଯାଇଛି । ତେବେ ଫରକ୍ ଏତିକି ଯେ ଲ୍ୟାଣ୍ଡଫଲ ସମୟରେ ବାତ୍ୟା ୟାଶର ପବନ ବେଗ ଘଣ୍ଟାପ୍ରତି ସର୍ବାଧିକ 140 ରହିଥ‌ିବାବେଳେ ବାତ୍ୟା ଦାନାର ପବନ ବେଗ ସର୍ବାଧ‌ିକ 120 ରହିବ ବୋଲି ପୂର୍ବାନୁମାନ କରାଯାଉଛି । ବାତ୍ୟା ଦାନାର ମୁକାବିଲା କରିବା ପାଇଁ 70 ହଜାର ଲୋକଙ୍କୁ ସ୍ଥାନାନ୍ତର ଲାଗି ଜିଲ୍ଲା ପ୍ରଶାସନସ୍ତରରେ ନିଷ୍ପତି ହୋଇଛି ।  

ଏହା ମଧ୍ୟ ପଢନ୍ତୁ ...CYCLONE 'DANA' UPDATES: ପାରାଦ୍ବୀପରୁ ମାତ୍ର 70 କିମି ଦୂରରେ ଭୀଷଣ ବାତ୍ୟା, ବଢିଲାଣି ବର୍ଷା ପରିମାଣ ଓ ପବନ ବେଗ

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details