ଓଡିଶା

odisha

ETV Bharat / videos

ବାଲିଯାତ୍ରାରେ ପଦ୍ମଶ୍ରୀ ଅନୁପ ଜଲୋଟା, ଭଜନରେ ଦର୍ଶକଙ୍କୁ କଲେ ବିମୋହିତ

By ETV Bharat Odisha Team

Published : 5 hours ago

କଟକ: ବାଲିଯାତ୍ରା ପଡିଆରେ ଭଜନର ଯାଦୁକାରୀ ଗାୟକ ତଥା ଭଜନ ଜଗତର ଶ୍ରେଷ୍ଠ କଳାକାର ପଦ୍ମଶ୍ରୀ ଅନୁପ ଜଲୋଟା ନିଜ ଭଜନରେ ଦର୍ଶକଙ୍କୁ ବିମୋହିତ କରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସାମାନ୍ୟ ବିଳମ୍ବରେ ଶେଷ ହେବାରୁ ଅନୁପ ଜଲୋଟାଙ୍କ ଭଜନ ବିଳମ୍ବରେ ଆରମ୍ଭ ହୋଇଥିଲା । ହେଲେ ଦର୍ଶକ ତାଙ୍କ ଭଜନକୁ ଶୁଣିବା ପାଇଁ ଚାହିଁ ରହିଥିଲେ । ଯେଉଁ ଭଜନ ପାଇଁ ସେ ସାରା ବିଶ୍ୱରେ ବିଖ୍ୟାତ ସେହି ଭଜନରୁ ଆରମ୍ଭ କରିଥିଲେ କାର୍ଯ୍ୟକ୍ରମ । "ଏସି ଲାଗି ଲଗନ.. ମୀରା ହୋଗେଇ ମଗନ.." ଗୀତରେ ଝୁମିଥିଲେ ଦର୍ଶକ । ଏହାପରେ ଗୋଟିଏ ପରେ ଗୋଟିଏ ହିଟ ଭଜନ ଗାଇ ବାଲିଯାତ୍ରାର ପ୍ରଥମ ରଜନୀରୁ ବିଦାୟ ନେଇଥିଲ ଅନୁପ ଜଲୋଟା । ତାଙ୍କ ମତରେ ଏହି ମେଳାକୁ ନରେନ୍ଦ୍ର ମୋଦି ବାଲି ଦେଶରେ ଉଠାଇବା ପରେ ଏହାର ପ୍ରଚାର ପ୍ରସାର ଅଧିକ ରହିଛି । ଓଡ଼ିଶା ସହ ଜଲୋଟାଙ୍କ ସମ୍ପର୍କ ବହୁତ ପୂରୁଣା । ପୂର୍ବରୁ ମାଧବ ହେ ମାଧବ, ପାପର ମଇଳା ଚାଦର ଘୋଡାଇ, ରାଧା ପଚାରିଲେ କହରେ ମୁରଲୀ ଭଜନ ଗାଇ ଓଡ଼ିଆମାନଙ୍କ ହୃଦୟ ଜିତି ସାରିଛନ୍ତି । ତେବେ ଏହି ବାଲିଯାତ୍ରାକୁ ଆସି ଅନେକ ମାତ୍ରାରେ ଖୁସି ହେବା ସହ ଏହିଭଳି ମେଗା ଆୟୋଜନକୁ ସାଧୁବାଦ ଜଣାଇଛନ୍ତି ଅନୁପ ଜଲୋଟା ।

ଏହା ମଧ୍ୟ ପଢ଼ନ୍ତୁ...ନୌସେନାରେ କ୍ୟାରିୟର କରିବାକୁ ଚାହୁଁଛନ୍ତି କି, ବୁଲି ଆସନ୍ତୁ କଟକ ବାଲିଯାତ୍ରା Indian Navy ଷ୍ଟଲ୍‌

ଏହା ମଧ୍ୟ ପଢ଼ନ୍ତୁ...ଆରମ୍ଭ ହେଲା ଐତିହାସିକ କଟକ ବାଲିଯାତ୍ରା, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ


ଇଟିଭି ଭାରତ, କଟକ

ABOUT THE AUTHOR

...view details