ଓଡିଶା

odisha

By ETV Bharat Odisha Team

Published : Jun 5, 2024, 4:40 PM IST

Updated : Jun 5, 2024, 5:06 PM IST

ETV Bharat / videos

ନିଆଳିରେ ବିଜୟୀ ହେଲେ ଛବି ମଲ୍ଲିକ, ଜନତାଙ୍କୁ ଦେଲେ ବିଜୟର ଶ୍ରେୟ - Chabi Mallick Win In Niali

କଟକ: ନିଆଳିରୁ ଜିତିଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ ଛବି ମଲ୍ଲିକ । ବିଜେପି ପ୍ରାର୍ଥୀ ଛବି ମଲ୍ଲିକ ୧୩୮୬ ଖଣ୍ତ ଭୋଟରେ ବିଜୟୀ ହୋଇଛନ୍ତି । ବିଜେପି ପ୍ରାର୍ଥୀ ଛବି ମଲ୍ଲିକ ୯୦,୦୨୬ ଖଣ୍ତ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ପ୍ରମୋଦ କୁମାର ମଲ୍ଲିକ ୮୮,୬୪୦ ଖଣ୍ତ ଭୋଟ ପାଇଛନ୍ତି । ଏବେ ଏହି ବିଜୟ ପରେ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଜନତାଙ୍କ ସମର୍ଥନ ପାଇଁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି, ''ନିଆଳିରେ ଧର୍ମର ବିଜୟ ହୋଇଛି । ଏହି ଧର୍ମର ବିଜୟୀ ପଛରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଏବଂ ନିଆଳି ଜନସାଧାରଣ ବୋଲି କହିଛନ୍ତି ନିଆଳି ନୂତନ ବିଧାୟକ ଛବି ମଲ୍ଲିକ । ଗତକାଲି ଭୋଟ ଗଣତି ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ଛବି । ନିଆଳିରେ ଯେଉଁ ଭଳି ଭାବରେ ଦୁର୍ନୀତି,ଅନୀତି ଏବଂ ଭ୍ରଷ୍ଟାଚାର ଚାଲିଥିଲା ଦଳର କର୍ମୀ ଏହି ଘଟଣାକୁ ନେଇ ଲୋକଙ୍କ ପାଖକୁ ଯାଇଥିଲେ ଏବଂ ପ୍ରଧାନମନ୍ତ୍ରୀଙ୍କ ଗରିବ କଲ୍ୟାଣ ଯୋଜନା ଲୋକଙ୍କ ପାଖକୁ ନେଇକି ଯାଇଥିଲେ ଏବଂ ନିଆଳିର ଜନ ସାଧାରଣ ବହୁ ପରିବର୍ତ୍ତନ ମୁହାଁ ହୋଇଥିଲେ ତାଙ୍କ ଯୋଗୁଁ ଆଜି ପରିବର୍ତ୍ତନ ହୋଇଛି । ବିଜେପି କାର୍ଯ୍ୟକର୍ତ୍ତା ମାନଙ୍କ ପରିଶ୍ରମ ଏବଂ ଜନସାଧାରଣଙ୍କ ପରିବର୍ତ୍ତନ ଆଜି ସଫଳ ହୋଇଛି । ପ୍ରଥମେ ନିଆଳି ନିର୍ବାଚନ ମଣ୍ଡଳୀ ଏକ ଦୁର୍ନୀତି ମୁକ୍ତ ନିର୍ବାଚନ ମଣ୍ଡଳୀ ହେବ ଏବଂ ଗୁରୁଜନ ଓ ମା' ଉଭଣୀ ମାନଙ୍କୁ ଯେଉଁ ଭଳି ଭାବରେ ଅସମ୍ମାନ କରାଯାଇଥିଲା ତାଙ୍କୁ ସମ୍ମାନିତ କରାଯିବ।''

ଏହା ମଧ୍ୟ ପଢନ୍ତୁ: ରାଜ୍ୟରେ 9ରୁ 14ରେ ପହଞ୍ଚିଲା କଂଗ୍ରେସ, ରାୟଗଡାର ସମସ୍ତ 3 ବିଧାନସଭା ଆସନରେ ଦଳର କ୍ଲିନସ୍ବିପ

ଇଟିଭି ଭାରତ, ନିଆଳି 

Last Updated : Jun 5, 2024, 5:06 PM IST

ABOUT THE AUTHOR

...view details