ଓଡିଶା

odisha

ବିଜେଡି ପ୍ରାର୍ଥୀଙ୍କୁ ଜିତାଇ ଦେବେନି, ଚେତାବନୀ ଦେଲେ ଆଶାୟୀ - REMUNA ASSEMBLY CONSTITUENCY

By ETV Bharat Odisha Team

Published : Apr 23, 2024, 4:50 PM IST

ବିଜେଡି ପ୍ରାର୍ଥୀଙ୍କୁ ଜିତାଇ ଦେବେନି, ଚେତାବନୀ ଦେଲେ ଆଶାୟୀ

Internal Conflict In Remuna BJD: ବାଲେଶ୍ବର: ସାଧାରଣ ନିର୍ବାଚନ ପାଇଁ ବିଭିନ୍ନ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି । ଯାହାକୁ ନେଇ ତେଜୁଛି ଗୋଷ୍ଠୀ କନ୍ଦଳ ଏବଂ ବଢୁଛି ଅସନ୍ତୁଷ୍ଟଙ୍କ ସଂଖ୍ୟା । ଏହି କ୍ରମରେ ବାଲେଶ୍ବର ଜିଲ୍ଲାରେ ବିଜେଡିରେ ଦେଖାଦେଇଛି ବିଦ୍ରୋହ । ଜିଲ୍ଲାର ରେମୁଣା ବିଧାନସଭା ଆସନରେ ବିଜେଡି ବିଦ୍ୟାସ୍ମିତା ମହାଳିକଙ୍କ ନାମ ଘୋଷଣା ପରେ ଏବେ ଆଶାୟୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ପୂର୍ବରୁ ବିଧାୟକ ସୁଧାଂଶୁ ଶେଖର ପରିଡାଙ୍କୁ ଦଳରୁ ବହିଷ୍କାର କରାଯିବା ପରେ ଗତ 4 ମାସ ହେଲା ଅନେକ ନୂଆ ଚେହେରା ରେମୁଣା ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳିଥିଲା । ଅନେକ ଆଶାୟୀଙ୍କ ମଧ୍ୟରୁ ଦଳ ପାଇଁ ଦୀର୍ଘବର୍ଷ ଧରି କାମ କରିଆସିଥିବା ଯୁବ ନେତା ଚନ୍ଦନ ମଲ୍ଲିକଙ୍କୁ ସଂଗଠନ ସଜାଡ଼ିବାକୁ ରାଜ୍ୟ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଥିଲେ । ଏପରିକି ତାଙ୍କୁ ପୁରସ୍କାର ଦିଆଯିବ ବୋଲି ମଧ୍ୟ କୁହାଯାଇଥିଲା । ହେଲେ ପତ୍ରିପାଳ ସରପଞ୍ଚ ବିଦ୍ୟାସ୍ମିତା ମହାଳିକଙ୍କୁ ଦଳ ପ୍ରାର୍ଥୀ ଘୋଷଣା କରିଥିଲା । ଫଳରେ ଚନ୍ଦନ ନିଜର ଶତାଧିକ ସମର୍ଥକଙ୍କୁ ନେଇ ଶକ୍ତି ପ୍ରଦର୍ଶନ କରିବା ସହ ପ୍ରାର୍ଥୀ ବଦଳାଇବାକୁ ଦାବି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ ... ନିର୍ବାଚନ ମଣ୍ଡଳୀ ବାହାରୁ ପ୍ରାର୍ଥୀ କରିବା ସିମୁଳିଆବାସୀଙ୍କ ପାଇଁ ଏକ ଅପମାନ: ହିମାଂଶୁ ବେହେରା - Simulia Assembly Constituency

ସେ କହିଛନ୍ତି ଯେ ଦଳ ରେମୁଣାରେ ନିଜର ପ୍ରାର୍ଥୀକୁ ବଦଳାନ୍ତୁ ଏବଂ ଉପଯୁକ୍ତ ଯୁବ ପ୍ରାର୍ଥୀଙ୍କୁ ଟିକଟ ଦିଆଯାଉ । ଦଳ ପାଇଁ ଦୀର୍ଘ ଦିନ ଧରି କାମ କରିଆସିଥିବା କର୍ମୀଙ୍କ ମତାମତକୁ ସମ୍ମାନ କରନ୍ତୁ । ଦଳର ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରାର୍ଥୀ ତାଲିକା ଓ ନିର୍ବାଚିତ ପିଆରଆଇ ସଦସ୍ୟଙ୍କ ମତାମତ ନୋସିରେ ଗ୍ରହଣ କଲା ବେଳେ ନିରପେକ୍ଷତା ଅବଲମ୍ବନ କରିଛନ୍ତି କି ନାହିଁ ତା ଉପରେ ଚନ୍ଦନ ପ୍ରଶ୍ନ ଉଠାଇଛନ୍ତି । ତେଣୁ ଦଳ ଯଦି ନିଜର ପ୍ରାର୍ଥୀ ପରିବର୍ତ୍ତନ ନ କରେ ତେବେ ସେ ଦଳରୁ ଇସ୍ତଫା ଦେଇ ନିର୍ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ଜୋର ଧରିଛି । ଯଦି ତାଙ୍କ ଦାବି ପୂରଣ ନ ହୁଏ ତେବେ ସେ ବିଜେଡି ପ୍ରାର୍ଥୀଙ୍କୁ ଜିତିବାକୁ ଦେବେନାହିଁ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ବାଲେଶ୍ବର 

ABOUT THE AUTHOR

...view details