ଓଡିଶା

odisha

By ETV Bharat Odisha Team

Published : Mar 28, 2024, 9:53 AM IST

ETV Bharat / videos

ଜାତୀୟ ନାଟ୍ୟ ମହୋତ୍ସବ କାନଫେଷ୍ଟ ଉଦଯାପିତ, ବଲାଙ୍ଗୀରରେ ମଞ୍ଚସ୍ଥ ହେଲା ଆତ୍ମାର ମୃତ୍ୟୁ - World Theatre Day

World Theatre Day:ପାରାଦ୍ବୀପ/ ବଲାଙ୍ଗୀର: ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ଠାରେ ଆୟୋଜିତ ଜାତୀୟ ନାଟ୍ୟ ମହୋତ୍ସବ କାନଫେଷ୍ଟ ୨୦୨୪ ଉଦଯାପିତ । ଗତ 19 ତାରିଖ ଠାରୁ ଏହି ନାଟ୍ୟ ମହୋତ୍ସବ ଆରମ୍ଭ ହୋଇଥିବା ବେଳେ ଗତକାଲି(ବୁଧବାର) ଏହା ଉଦଯାପିତ ହୋଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ବାହାରୁ ବହୁ ଲୋକପ୍ରିୟ ଓ ସୁନାମଧନ୍ୟ କଳାକାର ମାନେ ଯୋଗ ଦେଇ ସେମାନଙ୍କର କଳା ପ୍ରଦର୍ଶନ କରିଥିଲେ । ଏଥିରେ ହିନ୍ଦୀ, କନ୍ନଡ଼, ତାମିଲ, ତେଲୁଗୁ, ମରାଠୀ,ବଙ୍ଗାଳୀ, ଗୁଜୁରାଟୀ, ଉର୍ଦ୍ଦୁ, ଓଡ଼ିଆ ଆଦି ଭାଷାରେ ନାଟକ ମଞ୍ଚସ୍ଥ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ପାରାଦ୍ୱୀପ ପୋର୍ଟ ଅଧକ୍ଷ ପିଏଲ ହାରନାଦ ଯୋଗଦେଇ ନାଟକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ପରେ ବିଭିନ୍ନ କଳାକାର ଦ୍ୱାରା ନାଟକ ପରିବେଷଣ କରାଯାଇଥିଲା । ଅନ୍ୟ ଭାଷାରେ ନାଟକ ପରିବେଷଣ ପାରାଦ୍ବୀପବାସୀଙ୍କୁ ବାନ୍ଧି ରଖି ପାରିଥିଲା । ନାଟକରେ କଳାକାର ମାନଙ୍କ ନିଖୁଣ ଅଭିନୟ ଦେଖି ଦର୍ଶକ ମନ୍ତ୍ରମୁଗ୍ଧ ହୋଇଥିଲେ । ନାଟ୍ୟ ମହୋତ୍ସବର ଶେଷ ସଂନ୍ଧ୍ୟାରେ ସମ୍ମାନୀୟ ଅତିଥି ଭାବେ ଭାରତୀୟ ତଟରଖି ବାହିନୀର କମାଣ୍ଡର ସଞ୍ଜୟ ନେଗି, ପାରାଦ୍ବୀପ ବନ୍ଦର ପ୍ରାଧିକରଣର ଉପାଧ୍ୟକ୍ଷ ନିଲାଭ୍ର ଦାସ ଗୁପ୍ତା ଯୋଗ ଦେଇଥିଲେ ।  

ଏହା ମଧ୍ୟ ପଢନ୍ତୁ- ମାର୍ଚ୍ଚ ୨୦ରୁ ନାଟକ ପରିକ୍ରମା ଆରମ୍ଭ, ୩ ଦିନରେ ୩ ନାଟକର ମଜା ନେବେ ରାଜଧାନୀବାସୀ

ସେହିପରି ଗତକାଲି(ବୁଧବାର) ବଲାଙ୍ଗୀରରେ ବିଶ୍ୱ ନାଟକ ଦିବସ ପାଳିତ ହୋଇଯାଇଛି । ଯେଉଁଥିରେ ନାଟକ ସଂଗଠନ ନାଟ୍ୟକ୍ରାନ୍ତି ପକ୍ଷରୁ ଆତ୍ମାର ମୃତ୍ୟୁ ମଞ୍ଚସ୍ଥ ହୋଇଥିଲା । ତେବେ ଏହି ନାଟକ ପାଇଁ କୌଣସି କାହାଣୀ ବା ପାଣ୍ଡୁଲିପି ଲେଖା ହୋଇ ନ ଥିବା ବେଳେ ଅଭିନେତାମାନେ ନିଜେ ନିଜର ଡାଇଲଗ ତିଆରି କରି କୌଣସି ନିର୍ଦ୍ଦେଶନା ବିନା ଏହି ନାଟକ ମଞ୍ଚସ୍ଥ କରିଥିଲେ । ତେବେ ଏଥିରେ ଆମ ସମାଜରେ ଥିବା ବିଭିନ୍ନ ମୁଖା ପିନ୍ଧା ବର୍ଗ ଓ ବ୍ୟକ୍ତି ଉପରୁ ତାଙ୍କର ଅସଲ ଚେହେରା ସାମ୍ନାକୁ ଆଣିବାକୁ ଚେଷ୍ଟା କରାଯାଇଥିଲା । ତେବେ ଏହି ପରିପେକ୍ଷୀରେ ନାଟକ କଳାକାରମାନେ ନାଟକର ବିକାଶ ପାଇଁ ବିଭିନ୍ନ ଦାବି ମଧ୍ୟ ଉପସ୍ଥାପିତ କରିଥିଲେ।

ଇଟିଭି ଭାରତ,ପାରାଦ୍ବୀପ/ ବଲାଙ୍ଗୀର

ABOUT THE AUTHOR

...view details