ଓଡିଶା

odisha

By ETV Bharat Odisha Team

Published : Jun 13, 2024, 10:40 AM IST

ETV Bharat / videos

14ରୁ କଟକରେ ଜାତୀୟ ଫେନ୍ସିଂ ମୁକାବିଲା, ଯୋଗଦେବେ 400 ଖେଳାଳି - national level fencing championship

FENCING CHAMPIONSHIP: କଟକ: ଖେଳାଯିବ ଜାତୀୟ ପ୍ରଥମ ମାଷ୍ଟର୍ସ ଫେନ୍ସିଂ ପ୍ରତିଯୋଗିତା । ଆସନ୍ତା 14 ତାରିଖରୁ 18 ତାରିଖ ପର୍ଯ୍ୟନ୍ତ ପାଞ୍ଚ ଦିନ ବ୍ୟାପି ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିଅମରେ ଏହି ମେଗା କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହେବ । 3ଟି ବୟସ ବର୍ଗ 10, 12 ବର୍ଷରୁ କମ୍ ଓ ମାଷ୍ଟର୍ସ ବର୍ଗରେ ସମସ୍ତ ମ୍ୟାଚ ଖେଳାଯିବ । ସର୍ବଭାରତୀୟ ସ୍ତରରୁ 400ରୁ ଊର୍ଦ୍ଧ୍ଵ ପ୍ରତିଯୋଗୀ ଏହି ଜାତୀୟ ପ୍ରତିଯୋଗିତାରେ ଭାଗନେବେ । ଓଡ଼ିଶାରୁ 17ଜଣ ଦକ୍ଷ ଖେଳାଳି ଏହି ପ୍ରତିଯୋଗିତାରେ ଭାଗ ନେବେ । ଅନେକ ଦିନ ଧରି କଳିଙ୍ଗ ଷ୍ଟାଡିଅମରେ କ୍ୟାମ୍ପ କରୁଥିବା ଏହି ଓଡ଼ିଆ ଖେଳାଳିମାନେ ଏହି ପ୍ରତିଯୋଗିତାରେ ନିଶ୍ଚୟ ପଦକ ଜିତିବେ ବୋଲି ଆଶା ରଖିଛି ରାଜ୍ୟ ଫେନ୍ସିଂ ସଂଘ ।

ରାଜ୍ୟ ସମ୍ପାଦକ ଦେବେନ୍ଦ୍ର ସାହୁଙ୍କ ମତରେ ଏହି ମେଗା ଆୟୋଜନର ଲକ୍ଷ୍ୟ , ରାଜ୍ୟରେ ତୃଣମୂଳ ସ୍ତରରୁ ନୂଆ ପ୍ରତିଭା ଚୟନ କରିବା । ସିନିୟର ବର୍ଗରେ ଓଡ଼ିଶା ଦଳ ପ୍ରଦର୍ଶନ ଭଲ ରହିଥିଲା ବେଳେ ସବ ଜୁନିୟର ବୟସ ବର୍ଗରେ କିପରି ନୂଆ ଦକ୍ଷତାବାନ ଖେଳାଳୀ ଚୟନ ହୋଇ ପାରିବେ ସେନେଇ ଏହି ମେଗା ଇଭେଣ୍ଟର ଆୟୋଜନ ହୋଇଥିବା ସୂଚନା ମିଳିଛି । ଏହାସହ ରାଜ୍ୟରେ ରିତୀମତ ଢଙ୍ଗରେ କ୍ୟାମ୍ପ ଅନୁଷ୍ଠିତ ହେଉଛି ଓ କ୍ରୀଡା ହଷ୍ଟେଲ ସହାୟତାରେ ଓଡ଼ିଆ ଖେଳାଳି ଅନେକ ମାତ୍ରାରେ ଭଲ ପ୍ରଦର୍ଶନ କରୁଥିବା କହିଛନ୍ତି ରାଜ୍ୟ ଫେନ୍ସି ସଂଘର ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ ।

ଏହା ମଧ୍ୟ ପଢନ୍ତୁ .....ଟି-୨୦ ବିଶ୍ୱକପ ମ୍ୟାଚରେ ବାଜିଗର ସାଜିଲା ଟିମ ଇଣ୍ଡିଆ, ପ୍ରଶଂସାରେ ବଲିଉଡ

ତେବେ ଗତବର୍ଷ କଟକ ଜବାହରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମରେ ଦ୍ବିତୀୟ ରାଜ୍ଯ ଆନ୍ତଜିଲ୍ଲା ଫେନ୍ସିଂ ଚମ୍ପିୟନସିପ ଆୟୋଜିତ ହୋଇଥିଲା । ତିନି ଦିନ ଧରି ଚାଲିଥିବା ଏହି ଚମ୍ପିୟନସିପରେ 13ଟି ଜିଲ୍ଲାରୁ 200ରୁ ଉର୍ଦ୍ଧ୍ଵ ଖେଳାଳୀ ଭାଗ ନେଇଥିଲେ । ଅନେକ ଦକ୍ଷତାପୁର୍ଣ୍ଣ ଖେଳାଳୀ ଏହି ପ୍ରତିଯୋଗିତାରୁ ଚୟନ କରିଥିଲା ସଂଘ । 
 


ଇଟିଭି ଭାରତ, କଟକ

ABOUT THE AUTHOR

...view details