ଓଡିଶା

odisha

ETV Bharat / videos

ଜରାଜୀର୍ଣ୍ଣ ବାତ୍ୟା ଆଶ୍ରୟସ୍ଥଳ, ମୁଣ୍ଡ ଗୁଞ୍ଜିବାକୁ ନାହିଁ ରାହା

By ETV Bharat Odisha Team

Published : 5 hours ago

ଜଗତସିଂହପୁର: ବାତ୍ୟା 'ଦାନା'କୁ ଚାରିଆଡେଲ ଭୟର ବାତାବରଣ । ଜଗତସିଂହପୁର ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଥିବା କୁହାଯାଉଛି । ଜିଲ୍ଲାରେ ମୋଟ ୪୨ଟି ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ ରଖାଯାଇଥିବା ବେଳେ ରେଡ଼କ୍ରସର ୩ଟି ବାତ୍ୟା ଆଶ୍ରୟସ୍ଥଳକୁ ପ୍ରସ୍ତୁତ ରଖାଯାଇଥିବା ଜିଲ୍ଲାରେ ପ୍ରଶାସନ ପକ୍ଷରୁ ଏକ ପ୍ରେସ ରିଲିଜ ମାଧ୍ୟମରେ ପ୍ରକାଶ କରାଯାଇଛି । କିନ୍ତୁ ଏଥିରେ ବାସ୍ତବତା କେତେ ରହିଛି ତାହା ଜଗତସିଂହପୁର ବ୍ଲକ ଅନ୍ତର୍ଗତ ରମ୍ଭାଦେଇପୁର ପଞ୍ଚାୟତ ରମ୍ଭାଦେଇପୁର ଗ୍ରାମର ଏକ ବାତ୍ୟା ଆଶ୍ରୟସ୍ଥଳକୁ ଦେଖିଲେ ତାହା ଜଳଜଳ ହୋଇ ଜଣାପଡୁଛୁ । ରମ୍ଭାଦେଇପୁର ପଞ୍ଚାୟତର ହରିଜନ ସାହି ନିକଟରେ ଏହି ବାତ୍ୟା ଆଶ୍ରୟସ୍ଥଳଟି ଥିବାବେଳେ ଏହା ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି । 

ସ୍ଥାନୀୟ ବାସିନ୍ଦା ଭରତ ଭୋଇଙ୍କ କହିବା ଅନୁସାରେ, ସେଠାରେ ଥିବା ବାତ୍ୟା ଆଶ୍ରୟସ୍ଥଳଟି ୧୯୯୯ ମହାବାତ୍ୟା ପରଠାରୁ ନିର୍ମାଣ ହୋଇଥିଲା । ରକ୍ଷଣାବେକ୍ଷଣ ଅଭାବରୁ ଏବେ ସେହି ବାତ୍ୟା ଆଶ୍ରୟସ୍ଥ ଟି ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି । ହରିଜନ ସାହିରେ ୧୦ରୁ ୧୨ଟି ପରିବାର ଚାଳ ଛପର ଓ କଚାଘରେ ରହୁଛନ୍ତି । ଯଦି ବାତ୍ୟା ପବନ ଆସେ ତେବେ ଆଶ୍ରୟ ନେବାପାଇଁ ସ୍ଥାନନାହିଁ । ସରକାର ବାତ୍ୟା ପାଇଁ ପ୍ରଚାର ପ୍ରସାର କରିଛନ୍ତି । କିନ୍ତୁ ଆମ ପାଖରେ କେହି ପହଞ୍ଚି ନାହାନ୍ତି । ଆମେ ଟିଭିରୁ ବାତ୍ୟା ଖବର ଶୁଣି ଏବେ ଭୟଭୀତ ଅଛୁ । ଯଦି ବାତ୍ୟା ହୁଏ ତେବେ ଆମେ ଗାଈ ଗୋରୁ ଛେଳି ମେଣ୍ଢାଙ୍କୁ ଧରି କୁଆଡେ ଯିବୁ । 

ଏହା ମଧ୍ୟ ପଢ଼ନ୍ତୁ...ମାଡ଼ି ଆସୁଛି 'ଦାନା'; ଅସ୍ୱାସ୍ଥ୍ୟକର, ଅବ୍ୟବସ୍ଥା ଓ ଅସୁରକ୍ଷିତ ବାତ୍ୟା ଆଶ୍ରୟ ସ୍ଥଳୀ ! ‘ଇଟିଭି ଭାରତ’ର ଗ୍ରାଉଣ୍ଡ ଜିରୋ ରିପୋର୍ଟ

ଏହା ମଧ୍ୟ ପଢ଼ନ୍ତୁ...ମାଡ଼ି ଆସୁଛି 'ଦାନା', ମୁକାବିଲା ପାଇଁ ପ୍ରସ୍ତୁତ ପୁରୀ ପ୍ରଶାସନ, 24 ଓ 25 ତାରିଖ ଶ୍ରୀମନ୍ଦିର ନ ଆସିବାକୁ ଭକ୍ତଙ୍କୁ ଅପିଲ୍

ଇଟିଭି ଭାରତ, ଜଗତସିଂହପୁର 

ABOUT THE AUTHOR

...view details