ଓଡିଶା

odisha

ଦର୍ଶନ କରନ୍ତୁ ପତିତପାବନଙ୍କ ଦିବ୍ୟ ମଙ୍ଗଳ ଆଳତି, ଶୁଭମୟ ହେବ ଦିନ - TEMPLE ALATI

By ETV Bharat Odisha Team

Published : 3 hours ago

ଦର୍ଶନ କରନ୍ତୁ ପତିତପାବନଙ୍କ ଦିବ୍ୟ ମଙ୍ଗଳ ଆଳତି, ଶୁଭମୟ ହେବ ଦିନ (ETV Bharat Odisha)

ପୁରୀ: ଓଁ ନମୋ ଭଗବତେ ବାସୁଦେବାୟ । ଜୟ ଜଗନ୍ନାଥ ସ୍ବାମୀ...ନୟନା ପଥଗାମୀ ଭବଃ ତୁମେ.. । କୋଟି ଓଡ଼ିଆଙ୍କ ମଉଡମଣି ମହାପ୍ରଭୁ ଶ୍ରୀ ଜଗନ୍ନାଥ । ତାଙ୍କରି ଦର୍ଶନ ପାଇଁ ପ୍ରତିଦିନ କାଇଁ କେତେ ଦୂରରୁ ପୁରୀକୁ ଛୁଟି ଆସନ୍ତି ଲକ୍ଷ ଲକ୍ଷ ଭକ୍ତ । ଶ୍ରୀମନ୍ଦିରରେ ପ୍ରତିଦିନ ରହିଛି ମହାପ୍ରଭୁଙ୍କ ବିଭିନ୍ନ ନୀତିକାନ୍ତିର ପରମ୍ପରା । ପ୍ରତିଦିନ ଭୋରରୁ ମଙ୍ଗଳମୟଙ୍କ ଉଦ୍ଦେଶ୍ୟରେ ପ୍ରଥମେ ହୋଇଥାଏ ମଙ୍ଗଳ ଆଳତି । ଆଜି ମଧ୍ୟ ବ୍ରାହ୍ମ୍ୟ ମୁହୂର୍ତ୍ତରେ ଶ୍ରୀମନ୍ଦିରରେ ପତିତପାବନଙ୍କ ମଙ୍ଗଳ ଆଳତି ନୀତି ସମ୍ପନ୍ନ ହୋଇଛି । ଶଙ୍ଖ ଧ୍ୱନି, ଘଣ୍ଟ ଘଣ୍ଟା ଓ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହୋଇଛି ଶ୍ରୀମନ୍ଦିର ପରିସର । ପତିତପାବନଙ୍କ ଦିବ୍ୟ ମଙ୍ଗଳ ଆଳତି ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁମାନଙ୍କ ଭିଡ ଜମିଥାଏ । ଭକ୍ତିମୟ ହୋଇ ଉଠେ ପରିବେଶ । ବିଶ୍ବାସ ରହିଛି ପ୍ରଭୁ ପତିତପାବନଙ୍କ ଏହି ଦିବ୍ୟ ମଙ୍ଗଳ ଆଳତି ଦର୍ଶନ କଲେ ପାପ କ୍ଷୟ ହେବା ସହ କୋଟି ଜନ୍ମର ପୂଣ୍ୟ ମିଳିଥାଏ । 

ABOUT THE AUTHOR

...view details