ପବିତ୍ର ଅକ୍ଷୟ ତୃତୀୟାରେ ଦର୍ଶନ କରନ୍ତୁ ପତିତପାବନଙ୍କ ମଙ୍ଗଳ ଆଳତୀ, ଶୁଭମୟ ହେବ ଦିନ - MANGAL ALATI
Published : May 10, 2024, 6:45 AM IST
Mangal Alati: ପୁରୀ: ଜଗତର ନାଥ ଶ୍ରୀଜଗନ୍ନାଥ । ସମଗ୍ର ବିଶ୍ୱକୁ ଚଳାଉଛନ୍ତି ମହାପ୍ରଭୁ । କୋଟି କୋଟି ଓଡିଆଙ୍କ ଆରାଧ୍ୟ ଦେବତା । ଭକ୍ତ ଭାବରେ ବନ୍ଧା ଭାବ ବିନୋଦିଆ ଠାକୁର । ଚକା ନୟନ କଳା ବଦନ କାଳିଆ ସାଆନ୍ତଙ୍କ ମହିମା ଅପାର । ପତିତମାନଙ୍କୁ ଉଦ୍ଧାରିବା ପାଇଁ ଧରାଧାମରେ ଅବତାର ନେଇଛନ୍ତି ପ୍ରଭୁ ପତିତପାବନ । ତାଙ୍କର ଦର୍ଶନ ପାଇଁ ପ୍ରତିଦିନ ହଜାର ହଜାର ଭକ୍ତଙ୍କ ସୁଅ ଛୁଟେ ପୁରୀ ଶ୍ରୀମନ୍ଦିରକୁ । ପ୍ରତିଦିନ ଭୋରରୁ ଶ୍ରୀମନ୍ଦିରରେ ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ ହୋଇଥାଏ । ଆଜି ମଧ୍ୟ ସେବାୟତମାନଙ୍କ ଦ୍ବାରା ବଡି ଭୋରରୁ ଶ୍ରୀମନ୍ଦିର ଦ୍ବାର ଫିଟା ନୀତି ପରେ ଧୂପ, ଘଣ୍ଟି ଓ ମନ୍ତ୍ରୋପଚାରଣ ସହ ସମ୍ପନ୍ନ ହୋଇଛି ପ୍ରଭୁଙ୍କ ମଙ୍ଗଳ ଆଳତୀ ନୀତି । ବିଶ୍ବାସ ରହିଛି ଏହି ଦିବ୍ୟ ଆଳତୀ ଦର୍ଶନ କଲେ ଜୀବନର ସବୁ ପାପ କ୍ଷୟ ହୋଇଥାଏ । ଭଗବାନଙ୍କ ଅପାର କରୁଣା ପ୍ରାପ୍ତ ହୋଇଥାଏ । ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ପ୍ରଭାତରୁ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ଦର୍ଶନ କରି ଭଗବାନଙ୍କ ସାନିଧ୍ୟ ଲାଭ କରନ୍ତୁ । ଆଉ ମଧ୍ୟ ଆଜିଠୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ଚନ୍ଦନ ଯାତ୍ରା ଆରମ୍ଭ ହେବାକୁ ଯାଉଛି ।
ଇଟିଭି ଭାରତ, ପୁରୀ