ଓଡିଶା

odisha

ETV Bharat / videos

ବାଲୁକା କଳାରେ ଶିବରାତ୍ରୀର ଶୁଭେଚ୍ଛା ଜଣାଇଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ - Maha Shivratri Greetings

By ETV Bharat Odisha Team

Published : Mar 8, 2024, 6:41 AM IST

Updated : Mar 8, 2024, 8:58 AM IST

Maha Shivratri wishes In Sand Art: ବାଲୁକା ଚିତ୍ରକଳାରେ ମହାଶିବରାତ୍ରୀର ଶୁଭେଚ୍ଛା ବାର୍ତ୍ତା । ପବିତ୍ର ମହାଶିବରାତ୍ରୀ ଅବସରରେ ଏକ ନିଆରା ଢଙ୍ଗରେ ଶ୍ରଦ୍ଧାଳୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଏହି ଅବସରରେ ପୁରୀ ନିଳାଦ୍ରୀ ବିଚରେ ଏକ ବିଶାଳ ବାଲୁକା ଚିତ୍ରକଳା କରିଛନ୍ତି ସୁଦର୍ଶନ । ଦେବ ଦେବ ମହାଦେବଙ୍କ ଏକ ବିରାଟ ବାଲୁକା ଚିତ୍ରକଳା ନିର୍ମାଣ କରିଛନ୍ତି । ଯେଉଁଥିରେ 5 ଶହ ଶିବଲିଙ୍ଗ ସ୍ଥାନ ପାଇଛି । ଯାହାକି ବାଲୁକା ଚିତ୍ରକଳାର ସୌନ୍ଦର୍ଯ୍ୟକୁ ବହୁଗୁଣିତ କରୁଛି ।

ଏହାକୁ ଦେଖିବା ପାଇଁ ପୁରୀର ନିଳାଦ୍ରୀ ବିଚରେ ପର୍ଯ୍ୟଟକଙ୍କ ବେଶ୍ ଭିଡ଼ ଲାଗିଛି । ଏହି ଅବସରରେ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ କହିଛନ୍ତି, "ପବିତ୍ର ମହାଶିବରାତ୍ରୀକୁ ନେଇ ସାରା ଦେଶ ଉତ୍ସବମୁଖର । ସାରା ଦେଶବାସୀଙ୍କୁ ସୁଖ ସମୃଦ୍ଧି ପ୍ରଭୁ ପ୍ରଦାନ କରନ୍ତୁ ବୋଲି ମୁଁ ଏହି ଚିତ୍ରକଳା ମାଧ୍ୟମରେ ପ୍ରାର୍ଥନା କରୁଛି ।" 

ଏହା ମଧ୍ୟ ପଢନ୍ତୁ ........ଖଡ଼ିରେ ଅଧା ଇଞ୍ଚର ଶିବଲିଙ୍ଗ ତିଆରି ଚର୍ଚ୍ଚାରେ ଶିଳ୍ପୀ ଈଶ୍ୱର

ଇଟିଭି ଭାରତ, ପୁରୀ

Last Updated : Mar 8, 2024, 8:58 AM IST

ABOUT THE AUTHOR

...view details