ଓଡିଶା

odisha

ETV Bharat / videos

ସରିଲା ଢେଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା, ମେଲାଣି ନେଲେ ମା'

By ETV Bharat Odisha Team

Published : 4 hours ago

ଢେଙ୍କାନାଳ: କୁମାର ପୂର୍ଣ୍ଣିମାରୁ ଢେଙ୍କାନାଳରେ ଆରମ୍ଭ ହୋଇଥିଭା ପ୍ରସିଦ୍ଧ ଲଷ୍ମୀପୂଜା ମହୋତ୍ସବ ଆଜି ସମାପନ ହୋଇଛି । ୧୧ ଦିନ ଧରି ଅବସ୍ଥାନ କରିଥିବା ମା' ଲଷ୍ମୀଙ୍କୁ ଆଜି ବିଦାୟ ଦେଉଛନ୍ତି ଢେଙ୍କାନାଳବାସୀ । ପରମ୍ପରା ମୁତାବକ, ଢେଙ୍କାନାଳରେ ଅନୁଷ୍ଠିତ ହେଉଛି ମିଳିତ ଲଷ୍ମୀପୂଜା ଭସାଣ ଉତ୍ସବ । ପାରମ୍ପରିକ ବଦ୍ୟନୃତ୍ୟରେ କମ୍ପି ଉଠିଛି ସହର । ବାଦ୍ୟର ତାଳେ ତାଳେ ଝୁମୁଛନ୍ତି ସମସ୍ତେ। ଚଳିତ ବର୍ଷ ଭସାଣ ଉତ୍ସବରେ ବିଭିନ୍ନ ପୂଜା ମଣ୍ଡପ ତରଫରୁ ପାରମ୍ପରିକ ବାଦ୍ୟ ଓ ନୃତ୍ୟ ଉପରେ ଗୁରୁତ୍ବ ଦିଆଯାଇଛି । ତେବେ ଅଘୋରୀ ନୃତ୍ୟ ଓ କଲିକତାରୁ ଆସିଥିବା କାଳୀ ନୃତ୍ୟ, ଘଟୁଆ ନୃତ୍ୟ ଲୋକଙ୍କ ମନ ମୋହୁଛି । ବାତ୍ୟା 'ଦାନା' ଚଳିତ ବର୍ଷ ପୂଜାକୁ ଟିକେ ଫିକା କରିଦେଇଥିଲା । କିନ୍ତୁ ଆଜି ପାଗ ଭଲ ଥିବାରୁ ଭସାଣ ଉତ୍ସଵର ମାହୋଲ ଖୁବ ଜମିଛି । ଦୀର୍ଘ ୧୧ ଦିନ ବ୍ୟାପୀ ମା'ଙ୍କ ଅବସ୍ଥାନ ପରେ ଆଜି ସହରବାସୀ ମା'ଙ୍କୁ ବିଦାୟ ଦେଉଛନ୍ତି । 



ଚଳିତ ବର୍ଷ ମୋଟ ୩୮ ମଣ୍ଡପରେ ମା'ଙ୍କ ମୃଣୟୀ ମୂର୍ତ୍ତି ପୂଜା ପାଉଥିଲେ । ମିଳିତ ଭସାଣ ଶୋଭାଯାତ୍ରାରେ ୨୦ଟି ମେଢ଼ ସାମିଲ ହୋଇଛନ୍ତି । ପରମ୍ପରା ମୁତାବକ, ପ୍ରଥମ ପୂଜା ପ୍ରତିଷ୍ଠାନ ମିନା ବଜାର ପୂଜା ମଣ୍ଡପ ଠାରେ ଭସାଣ ଉତ୍ସବର ଉଦଘାଟନ ପରେ ସମସ୍ତ ମେଢ ନିଜନିଜ ଆସ୍ଥାନ ଛାଡି ରାଜା ନଅର ଠାରେ ମେଳଣ କରଯାଇଥିଲା । ପରେ ନିଜନିଜର କ୍ରମିକ ନମ୍ବର ମୁତାବକ କୋର୍ଟ ଛକ, ବସଷ୍ଟାଣ୍ଡ ଓ ପିଡବ୍ଲ୍ୟୁଡି ଅଫିସ ଦେଇ ପୁଣି ସହରର ମୁଖ୍ୟ ରାସ୍ତାରେ ମିଳିତ ଭସାଣ ଶୋଭାଯାତ୍ରାରେ ସାମିଲ ହୋଇ କାଠ ଶଙ୍ଖ ଅଭିମୁଖେ ଯାଇଛନ୍ତି । ଅନ୍ୟ ମେଢ଼ଗୁଡିକ ପୂର୍ବ ନିର୍ଦ୍ଧାରିତ କୁଞ୍ଜକାନ୍ତ, ଜେଲ ପୋଖରୀ, ନୂଆ ପୋଖରୀ ଓ ବାଉଁଶ ପୋଖରୀରେ ବିସର୍ଜନ କରାଯିବ । ଚଳିତ ବର୍ଷ ରାତି ୧୦ଟା ସୁଦ୍ଧା ବିସର୍ଜନ ଶେଷ କରିବାକୁ ସମୟ ନିର୍ଘଣ୍ଟ କରାଯାଇଛି । ମିଳିତ ଭସାଣ ଶୋଭାଯାତ୍ରା କିପରି ଶାନ୍ତି ଶୃଙ୍ଖଳାର ସହିତ ସମାପନ ହେବ ସେଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ୨୩ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି ବୋଲି ଏସପି କହିଛନ୍ତି । ମେଢ଼ ଗୁଡିକ କିପରି ସମୟ ନିର୍ଘଣ୍ଟ ମୁତାବକ ନିଜ ନିଜ ନିଜ ଆସ୍ଥାନ ଛାଡିବେ ସେଥିପାଇଁ ପ୍ରଶାସନ ଓ ପୋଲିସ ଅଧିକାରୀମାନେ ତଦାରଖ କରିଛନ୍ତି । ଚଳିତ ବର୍ଷ ଶୋଭାଯାତ୍ରାରେ ଡିଜେ ବାଜା ଉପରେ କଟକଣା ଜାରି କରିଛି ପ୍ରଶାସନ । 
 

ଏହା ମଧ୍ୟ ପଢ଼ନ୍ତୁ...ଧରାପୃଷ୍ଠରୁ ବିଦାୟ ନେବେ ଧନଦାତ୍ରୀ, ବିନା ଡିଜେରେ ହେବ ଭସାଣ ଉତ୍ସବ

ଏହା ମଧ୍ୟ ପଢ଼ନ୍ତୁ...ଧରାପୃଷ୍ଠରୁ ବିଦାୟ ନେବେ ଧନଦାତ୍ରୀ, ପାରମ୍ପରିକ ବାଜାରେ କମ୍ପୁଛି ଢେଙ୍କାନାଳ

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details