ଅଣସରରେ ମହାବାହୁ, ଦର୍ଶନ କରନ୍ତୁ ପ୍ରଭୁ ଅଲାରନାଥଙ୍କ ମଙ୍ଗଳ ଆଳତି - alarnath alati - ALARNATH ALATI
Published : Jun 24, 2024, 7:26 AM IST
ପୁରୀ: ଦେବସ୍ନାନ ପୂର୍ଣ୍ଣିମାରେ 108 ଗରା ଜଳରେ ସ୍ନାନ କରିବା ପରେ ଜ୍ୱରରେ ପୀଡିତ ହୋଇ ଅଣସର ପିଣ୍ଡିରେ ଗୁପ୍ତ ଉପଚାର ପାଇଁ ବିଜେ ହୋଇଛନ୍ତି ମହାପ୍ରଭୁ । ରବିବାରଠୁ ଆରମ୍ଭ ହୋଇଛି ଗୁପ୍ତଚର ନୀତି । ମହାପ୍ରଭୁ ଅଣସରରେ ଥିବାରୁ ପୁରୀ ବ୍ରହ୍ମଗିରି ପ୍ରଭୁ ଅଲାରନାଥଙ୍କ ମନ୍ଦିରରେ ଦର୍ଶନ ପାଇଁ ସକାଳୁ ସକାଳୁ ଭକ୍ତଙ୍କ ଭିଡ଼ ଜମିଛି । ଶାସ୍ତ୍ରରେ ବର୍ଣ୍ଣନା ଅନୁଯାୟୀ, ଅଣସର ସମୟରେ ପ୍ରଭୁ ଅଲାରନାଥଙ୍କୁ ଦର୍ଶନ କଲେ ଜଗନ୍ନାଥଙ୍କ ଆଶିର୍ବାଦ ମିଳିଥାଏ । ଏଥି ପାଇଁ ବ୍ରହ୍ମଗିରିର ପ୍ରଭୁ ଅଲାର ନାଥଙ୍କ ପୀଠ ଚଳଚଞ୍ଚଳ। ଶହଶହ ଭକ୍ତ ପ୍ରଭୁ ଅଲାରନାଥଙ୍କ ଦର୍ଶନ କରୁଛନ୍ତି । ସକାଳୁ ଅଲାରନାଥଙ୍କ ମଙ୍ଗଳ ଆଳତି ଅନୁଷ୍ଠିତ ହେଇଥିବା ବେଳେ ଭକ୍ତ ଦର୍ଶନ କରି ନିଜକୁ ଧନ୍ୟ ମଣିଛନ୍ତି । ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ମନ୍ଦିରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଜ୍ବରରେ ପୀଡିତ ମହାବାହୁଙ୍କ ଗୁପ୍ତସେବା କରୁଛନ୍ତି ସେବକ ଦଇତାପତି ।
ଇଟିଭି ଭାରତ, ପୁରୀ