ଓଡିଶା

odisha

ETV Bharat / videos

ଖୋଲିଲା ପ୍ରଭୁ ଗୋରଖନାଥଙ୍କ ମନ୍ଦିର ହୁଣ୍ଡି, ବାହାରିଲା 38 ଲକ୍ଷ ସମେତ ସୁନା-ଚାନ୍ଦି - GORAKHNATH TEMPLE

By ETV Bharat Odisha Team

Published : 9 hours ago

ଜଗତସିଂହପୁର: ପ୍ରସିଦ୍ଧ ଶୈବ ପୀଠ ବାବା ଗୋରେଖନାଥଙ୍କ ମନ୍ଦିର ପରିସରରେ ଥିବା 7ଟି ଦାନପାତ୍ର (ହୁଣ୍ଡି)କୁ 3 ମାସ ବ୍ୟବଧାନ ପରେ ଖୋଲାଯାଇଛି । ଦେବୋତ୍ତର ବିଭାଗ, ସ୍ଥାନୀୟ ତହସିଲଦାର, ମନ୍ଦିର ପରିଚାଳନା କମିଟିର ସଦସ୍ୟଙ୍କ ଉପସ୍ଥିତରେ ଏହି ସମସ୍ତ ହୁଣ୍ଡିକୁ କଡ଼ା ସୁରକ୍ଷା ବଳୟ ଭିତରେ ଖୋଲା ଯାଇଛି । 7ଟି ଯାକ ହୁଣ୍ଡିରୁ ମୋଟ 38 ଲକ୍ଷ 40 ହଜାର 3 ଶହ 95 ଟଙ୍କା ଆୟ ହୋଇଥିବା ବେଳେ ସୁନା, ଚାନ୍ଦି ଆଦି ଦାନ ସୂତ୍ରରେ ମିଳିଥିବା ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । 

ଜଗତସିଂହପୁର ଜିଲ୍ଲା ରଘୁନାଥ ପୁର ବ୍ଲକ ଅନ୍ତର୍ଗତ କେରେକେରା ଗ୍ରାମରେ ବାବା ଗୋରେଖନାଥଙ୍କ ମନ୍ଦିର ରହିଛି । ପ୍ରତିଦିନ ଗୋରେଖନାଥଙ୍କ ଦର୍ଶନ ପାଇଁ ହାଜର ହଜାର ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥାଏ । ବିଶ୍ୱାସ ରହିଛି ଯେ, ବାବା ଗୋରେଖାନାଥ ଜୀବନ୍ତ ଠାକୁର । ଏଠାକୁ ଆସି ଯେଉଁ ଭକ୍ତ ମାନସିକ କରିଥାଏ ତାଙ୍କ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଅନ୍ୟପକ୍ଷରେ ଏହି ପୀଠକୁ ବିଭୂତି କ୍ଷେତ୍ର ଭାବରେ ଭକ୍ତମାନେ ଗ୍ରହଣ କରିଥାନ୍ତି । କେଉଁ ଅନାଦି କାଳରୁ ଏହି ପୀଠରେ ଜ୍ୱଳନ୍ତ ଧୁନି ରହିଛି । ଏହା କେବେ ନିର୍ବାପିତ ହୋଇ ନଥାଏ । ଏହି ଧୁନିରୁ ବାହାରୁ ଥିବା ବିଭୂତିକୁ ଭକ୍ତମାନେ ଗ୍ରହଣ କରିଥାନ୍ତି । ବିଭୂତିକୁ ମସ୍ତକରେ ଧାରଣ କଲେ ଦୁଃଖ କଷ୍ଟ ନିବାରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏହି ବିଶ୍ୱାସକୁ ପାଥେୟ କରି ସବୁଦିନ ଓଡିଶା ଓ ଓଡିଶା ବାହାରୁ ହଜାର ହଜାର ଭକ୍ତ ବାବାଙ୍କୁ ଦର୍ଶନ କରି ସାନିଧ୍ୟ ଲାଭ କରିଥାନ୍ତି ।

ଏହା ମଧ୍ୟ ପଢ଼ନ୍ତୁ..ଗଜପତି-କନ୍ଧମାଳ ସୀମାନ୍ତ ପାହାଡି କ୍ଷେତ୍ରରେ ପୂଜା ପାଇ ଆସୁଛନ୍ତି ମା’ ସାତଭଉଣୀ

ଏହା ମଧ୍ୟ ପଢ଼ନ୍ତୁ..ପରିକ୍ରମା ପ୍ରକଳ୍ପ ଡିଜାଇନ ପରିବର୍ତ୍ତନ, ମନ୍ତ୍ରୀଙ୍କ ବିବୃତିକୁ ବିରୋଧୀଙ୍କ ସ୍ବାଗତ

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details