ଓଡିଶା

odisha

ETV Bharat / videos

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନକୁ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରେସମିଟ,ଦେଖନ୍ତୁ LIVE - CEO press meet - CEO PRESS MEET

By ETV Bharat Odisha Team

Published : May 20, 2024, 2:13 PM IST

Updated : May 20, 2024, 2:21 PM IST

ଭୁବନେଶ୍ୱର: ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନରେ ମତଦାନ ସୁରୁଖୁରରେ ଜାରି ରହିଛି  । ସକାଳ 1ଟା ସୁଦ୍ଧା ରାଜ୍ୟରେ ୩୫.୩୧ ପ୍ରତିଶତ ଭୋଟିଂ ହୋଇଛି । ସୁନ୍ଦରଗଡ ଲୋକସଭା ଅନ୍ତର୍ଗତ ୨ ଟି ନିର୍ବାଚନ ମଣ୍ଡଳୀ ରାଉରକେଲା ଓ ରଘୁନାଥପାଲ୍ଲୀ ଭଲ ଭୋଟିଂ ହାର ରହିଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ପ୍ରେସମିଟ କରି ସୂଚନା ପ୍ରଦାନ କରିଛନ୍ତି  । ସିଇଓଙ୍କ ସୂଚନା ଅନୁଯାୟୀ, ଦିନ ୯ଟା ସୁଦ୍ଧା ରାଉରକେଲାରେ ୭ ପ୍ରତିଶତ ମତଦାନ ହୋଇଥିବା ବେଳେ ରଘୁନାଥପାଲ୍ଲୀରେ ସର୍ବାଧିକ ୯ ପ୍ରତିଶତ ଭୋଟିଂ ହୋଇଛି । ମାଓ ପ୍ରଭାବିତ ଅଞ୍ଚଳରେ ମଧ୍ୟ ଶାନ୍ତି ଶୃଙ୍ଖଳାର ସହ ମତଦାନ ହେଉଛି । କନ୍ଧମାଳ ଲୋକସଭା କ୍ଷେତ୍ର ଅନ୍ତର୍ଗତ ଜି ଉଦୟଗିରିରେ ୮.୨୮ ପ୍ରତିଶତ ମତଦାନ ହୋଇଛି । ବାଲିଗୁଡାରେ ମଧ୍ୟ ପ୍ରାୟ ୭ ପ୍ରତିଶତ ମତଦାନ ହୋଇଛି । ସେହିପରି କେତେକ ସ୍ଥାନରେ ଇଭିଏମ ପରିବର୍ତ୍ତନ ହୋଇଛି ବୋଲି ସିଇଓ ସୂଚନା ଦେଇଛନ୍ତି  । ବର୍ତ୍ତମାନ ସୁଦ୍ଧା ୭୦ ବାଲାଟ ୟୁନିଟ ୮୫ କଣ୍ଟ୍ରୋଲ ୟୁନିଟ ଓ ୧୬୮ ଭିଭିପାଟ ୟୁନିଟ ପରିବର୍ତ୍ତନ କରାଯାଇଛି । ସମୁଦାୟ ୯ ହଜାର ୧୬୨ ବୁଥରୁ ୫ ହଜାର ୪୦୦ ସେଣ୍ଟରରେ ୱେବ କାଷ୍ଟିଂ ଚାଲୁ ରହିଛି  ।ଦେଖନ୍ତୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରେସମିଟ ଲାଇଭ..ଇଟିଭି ଭାରତ, ଭୁବନେଶ୍ୱର
Last Updated : May 20, 2024, 2:21 PM IST

ABOUT THE AUTHOR

...view details