ଓଡିଶା

odisha

ETV Bharat / videos

ପାଣ୍ଡିଆନଙ୍କ ବେତନଟୀରେ ନିର୍ବାଚନୀ ପ୍ରଚାର, ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା - BJD campaign in Mayurbhanj

By ETV Bharat Odisha Team

Published : May 29, 2024, 2:00 PM IST



V K Pandian campaign: ରାଇରଙ୍ଗପୁର: ବିଜେଡିର ଷ୍ଟାର ପ୍ରଚାରକ ଭି କେ ପାଣ୍ଡିଆନ ମୟୂରଭଞ୍ଜ ଜିଲ୍ଲା ତଥା ବାଲେଶ୍ବର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ବେତନଟୀ ଠାରେ ମାରାଥନ ପ୍ରଚାର କରିଛନ୍ତି । ବାଲେଶ୍ବର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ବଡ଼ସାହି ନିର୍ବାଚନ ମଣ୍ଡଳୀର ବେତନଟୀ ମୟୂର କେମିକାଲ ପଡିଆରେ ବିଜେଡିର ବିଶାଳ ନିର୍ବାଚନ ସମାବେଶରେ ଯୋଗ ଦେଇ ବିଜେଡି ଦଳୀୟ ପ୍ରାର୍ଥୀଙ୍କ ନିମନ୍ତେ ପ୍ରଚାର କରିଛନ୍ତି । 

ଏଥି ସହିତ ଚଳିତ ନିର୍ବାଚନରେ ବାଲେଶ୍ଵର ସାଂସଦ ପ୍ରାର୍ଥିନୀ ଲେଖାଶ୍ରୀ ସାମନ୍ତ ସିଂହାର ଓ ବଡ଼ସାହି ବିଧାୟିକା ପ୍ରାର୍ଥିନୀ ଅନୁସୟା ପାତ୍ର ଙ୍କୁ ବିପୁଳ ସମର୍ଥନ ଦେଇ ଜୟଯୁକ୍ତ କରେଇବା ପାଇଁ ଉପସ୍ଥିତ ଜନତାଙ୍କୁ ନିବେଦନ କରିଛନ୍ତି । ଯୋଡ଼ି ଶଙ୍ଖରେ ଭୋଟ ଦେଇ ପୁଣି ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ଭାବେ ବିଜୟୀ କରି ୨୦୩୪ ସୁଦ୍ଧା ବିକଶିତ ଓଡିଶା ଗଠନ ପାଇଁ ଉଦବୋଧନ ଦେଇଥିଲେ ଭିକେ ପାଣ୍ଡିଆନ ।

ଏହାମଧ୍ୟ ପଢନ୍ତୁ.. ଭଦ୍ରକରେ ବିଜେଡିର ରୋଡ ସୋ’, ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ ପାଣ୍ଡିଆନ - V K Pandian Road Show Bhadrak

ରୂପାନ୍ତିକରଣରେ ଶିକ୍ଷାନୁଷ୍ଠାନ, ଡାକ୍ତରଖାନା, ଧର୍ମପୀଠ ଗୁଡିକ ନୂଆରୂପ ପାଇଥିବା ବେଳେ, ରାସ୍ତା ଘାଟ, ଶ୍ମଶାନ, କମ୍ୟୁନିଟି ଗୃହ, ପାନୀୟଜଳ, ଜଳସେଚନ, ଗମନାଗମନ ସୁବିଧା ସମ୍ପନ୍ନ ହୋଇଛି । ବହୁଦିନର ଦାବି ମଧ୍ୟରେ ବେତନଟୀକୁ ଏନଏଏସି ମାନ୍ୟତା, ବଡ଼ସାହିରେ ଉପନିବନ୍ଧକ କାର୍ଯ୍ୟାଳୟ, ମାଣତ୍ରୀ କଖାରୁଆ ବୈଦନାଥ ଶୈବପୀଠର ରୂପାନ୍ତିକରଣ, ବେତନଟୀ ବସଷ୍ଟାଣ୍ଡ ଆଦି କାର୍ଯ୍ୟ ସମ୍ପନ୍ନ ହୋଇଥିବା କହିଛନ୍ତି ପାଣ୍ଡିଆନ। 

ଇଟିଭି ଭାରତ, ମୟୂରଭଞ୍ଜ

ABOUT THE AUTHOR

...view details