ଓଡିଶା

odisha

ETV Bharat / videos

ଓଡ଼ିଶାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ: ସୋରଡାରେ ବିଶାଳ ଜନସଭା, ଦେଖନ୍ତୁ LIVE - AMIT SHAH LIVE - AMIT SHAH LIVE

🎬 Watch Now: Feature Video

By ETV Bharat Odisha Team

Published : May 15, 2024, 3:27 PM IST

Updated : May 15, 2024, 3:55 PM IST

ଭୁବନେଶ୍ବର: ଓଡ଼ିଶାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ପୁଣି ଥରେ ଓଡ଼ିଶା ଆସିଛନ୍ତି ଶାହ । ଦଳର ବରିଷ୍ଠ ନେତୃବୃନ୍ଦ ଶାହଙ୍କ ସ୍ବାଗତ କରିଛନ୍ତି । ଗଣତନ୍ତ୍ରର ମହାପର୍ବ ଆରମ୍ଭ ହୋଇଯାଇଥିବାବେଳେ କେନ୍ଦ୍ରୀୟ ନେତା ଘନ ଘନ ଗସ୍ତରେ ଆସୁଛନ୍ତି । ଏହାରି ଭିତରେ ପୁଣି ଥରେ ଆସିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଦଳୀୟ କାର୍ଯ୍ୟକର୍ତ୍ତାମାନେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦେଇଛନ୍ତି । ନିର୍ବାଚନୀ ପ୍ରଚାର ଅଭିଯାନ ପରିପ୍ରେକ୍ଷୀରେ ଆଜି କଟକଠାରେ ମେଗା ରୋଡ ସୋ' କରିବେ ଶାହ। ଦଳୀୟ ପ୍ରାର୍ଥୀଙ୍କ ପାଇଁ କରିବେ ଭୋଟ ଭିକ୍ଷା। ଭୁବନେଶ୍ବରରୁ ପ୍ରଥମେ ଗଞ୍ଜାମ ଜିଲ୍ଲା ଆସିକା ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ସୋରଡ଼ାରେ ବିଶାଳ ଜନସଭାକୁ ସମ୍ଭୋଧିତ କରୁଛନ୍ତି ଶାହ । ଏହାପରେ କଟକ ଗସ୍ତ କରିବେ। କଟକରରେ ହେବାକୁ ଥିବା ରୋଡ୍ ଶୋ' ଗୋପବନ୍ଧୁ ପାର୍କଠାରୁ ରୋଡ ସୋ' ଆରମ୍ଭ କରି ପ୍ରତ୍ୟେକ ବଡ ବଡ ଛକ ପର୍ଯ୍ୟନ୍ତ ଯିବ। ଯେପରିକି- ବକ୍ସି ବଜାର, ଦରଘା ବଜାର, ତିନି କୋଣିଆ ବଗିଚା ଚୌଧୁରୀ ବଜାର, ଶେଖ୍ ବଜାର ଦେଇ ଚଣ୍ଡୀ ମନ୍ଦିର ପାଖରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ଏନେଇ କଟକ ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡୁ ସୂଚନା ଦେଇଛନ୍ତି। ଶାହଙ୍କ କାର୍ଯ୍ୟକ୍ରମର ଦେଖନ୍ତୁ ଲାଇଭ। 
Last Updated : May 15, 2024, 3:55 PM IST

ABOUT THE AUTHOR

...view details