ପ୍ରଦୂଷଣ ବଢ଼ାଉଛି ପଥର କ୍ବାରି, ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଅଞ୍ଚଳବାସୀ - Stone Blasting
Published : Feb 18, 2024, 5:15 PM IST
Illegal stone blasting in Boudh: ବୌଦ୍ଧ: ପଥର କ୍ବାରି ଓ କ୍ରସର ଯୋଗୁଁ ବୌଦ୍ଧ ଜିଲ୍ଲା ଖରଭୁଇ ଗ୍ରାମର ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ଗ୍ରାମବାସୀ କହିଛନ୍ତି । ଅନ୍ୟପଟେ ଜିଲ୍ଲା ପ୍ରଶାସନ ସବୁ କିଛି ଜାଣି ମଧ୍ୟ କ୍ରସର ଚଲାଇବାକୁ ଅନୁମତି ଦେଇଥିବା ଅଭିଯୋଗ କରାଯାଇଛି । ଆଜି ଖରଭୁଇ ଅଞ୍ଚଳବାସୀ କ୍ରସରକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ପାଇଁ ଜିଲ୍ଲାପାଳକୁ ଏକ ଦାବିପତ୍ର ମଧ୍ୟ ଦେଇଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ.... ଦେବଗଡ଼ ପୌରଧ୍ୟକ୍ଷାଙ୍କ ମନମୁଖୀ ଅଭିଯୋଗ, କାର୍ଯ୍ୟାଳୟ ଘେରିଲେ ଉପାଧ୍ୟକ୍ଷଙ୍କ ସହ 7 କାଉନସିଲର
ସୂଚନା ଅନୁଯାୟୀ, ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲ ଅନ୍ତର୍ଗତ ଖରଭୁଇ ଅଞ୍ଚଳରେ ପଥର କ୍ବାରି ଓ କ୍ରସର ଯୋଗୁଁ ପଥର ଗୁଣ୍ଡ ଯୋଗୁଁ ବାୟୁମଣ୍ଡଳ ପ୍ରଦୂଷିତ କରୁଛି । ଏହାଛଡା ପଥର ବ୍ଲାଷ୍ଟିଙ୍ଗ ଯୋଗୁ ସାଧାରଣ ଲୋକମାନେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି । ଅନ୍ୟ ପଟରେ ଅଞ୍ଚଳର ଚାଷବାସ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ୁଛି । ଏହାର ପ୍ରତିବାଦରେ ଗତ ତିନିବର୍ଷ ହେଲା ଅଞ୍ଚଳର ଅଧିବାସୀ ଆନ୍ଦୋଳନ ଜାରି ରଖିଛନ୍ତି । ବର୍ତ୍ତମାନ ବୌଦ୍ଧ ଜିଲ୍ଲାରେ ଥିବା ସମସ୍ତ କ୍ରସରକୁ ସମ୍ପୂର୍ଣ୍ଣ ଉଚ୍ଛେଦ ପାଇଁ ଦାବି କରାଯାଇଛି । ତେବେ ଏହି ବାବଦରେ ନୂତନ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦେଇଛନ୍ତି ଖରଭୁଇ ଅଞ୍ଚଳବାସୀ । ତା’ଛଡ଼ା ଖରଭୁଇ ଅଞ୍ଚଳର କ୍ରସର ସମସ୍ୟାର ସମାଧାନ ନହେଲେ ଆଗାମୀ ସାଧାରଣ ନିର୍ବାଚନରେ ଅଞ୍ଚଳବାସୀ ସରକାରଙ୍କୁ ଉଚିତ ଜବାବ ଦେବେ ବୋଲି କହିଛନ୍ତି ।
ଇଟିଭି ଭାରତ, ବୌଦ୍ଧ