ଓଡିଶା

odisha

ETV Bharat / videos

ବାତ୍ୟା ‘ଦାନା’ର ପ୍ରଭାବକୁ ନେଇ ଚିନ୍ତାରେ ପରିବା ଚାଷୀ

By ETV Bharat Odisha Team

Published : 5 hours ago

ଯାଜପୁର: ସମ୍ଭାବ୍ୟ ବାତ୍ୟା ଦାନା ଲ୍ୟାଣ୍ଡଫଲ କରିବାକୁ ଯେତେ ପାଫେଇ ଆସୁଛି ପରିବା ଚାଷୀଙ୍କ ଚିନ୍ତା ବଢ଼ିବାରେ ଲାଗିଛି । ବାତ୍ୟା ଆସିଲେ ଉଜୁଡ଼ିଯିବ ବ୍ୟାପକ ପନିପରିବା ଫସଲ। ଚାଷୀ ହରାଇବେ ବର୍ଷକର ଭାତ ହାଣ୍ଡି। ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ପହଙ୍ଗା ପଞ୍ଚାୟତ ଅନ୍ତର୍ଗତ ରାଉତରାପୁର ଅଞ୍ଚଳର ଚାଷୀ ବିଭିନ୍ନ ପ୍ରକାରର ପନିପରିବା ଚାଷ କରିଥିଲେ। କିଛି ପରିବା ଉତ୍ପାଦିତ ହୋଇ ବଜାରକୁ ଯାଉଥିବା ବେଳେ ଆଉ କିଛି ଜମିରେ ଚାରା ରୋପଣ କରାଯାଇ ଥିଲା। ଆଉ ମାତ୍ର କିଛି ଘଣ୍ଟା ମଧ୍ୟରେ ଦାନ ସାମୁଦ୍ରିକ ବାତ୍ୟା ଦାନା ଲ୍ୟାଣ୍ଡ ଫଲ କରିବାର ସୂଚନା ମିଳିସାରିଛି। ଏହାର ପ୍ରଭାବ ଜିଲ୍ଲା ଉପରେ ପଡ଼ିବାର ସଂକେତ ମିଳିଛି। 

ଏହା ବି ପଢନ୍ତୁ- CYCLONE 'DANA' UPDATES: ରାତିରେ ବଢିବ ବର୍ଷା, 'ଦୁର୍ବଳ ହେବନି, ଭୀଷଣ ବାତ୍ୟାର ରୂପ ନେବ'

ତେଣୁ ସ୍ଥାନୀୟ ଅଞ୍ଚଳର ଚାଷୀ ଫସଲ ନଷ୍ଟ ହେବାର ଆଶଙ୍କାରେ ଆତଙ୍କିତ ହୋଇପଡିଛନ୍ତି। ଜିଲ୍ଲାର ଅନେକ ବ୍ଲକର ନଦୀକୂଳରେ ଥିବାରୁ ଏଠିକାର ଚାଷୀ ମାନେ ବିଭିନ୍ନ ପନିପରିବା ଯଥା ଧନ, ବାଇଗଣ,ଫୁଲ କୋବି, କାକୁଡି, ଝୁଡ଼ଙ୍ଗଛୁଆଁ,କଲରା,ଆଦି ଚାଷ କରି ନିଜ ପରିବାରର ପ୍ରତିପୋଷଣ କରିଥାନ୍ତି l ଚଳିତ ବର୍ଷ ମଧ୍ୟ ଅନେକ ଚାଷୀ ବାହାରୁ ହାତ ଉଧାରୀ କରି ବିଭିନ୍ନ ପନିପରିବା ଚାଷ କରିଛନ୍ତି l ତେବେ ଆଉ ଅଳ୍ପଦିନ ପରେ ଚାଷୀ ମନେ ପନିପରିବା ଅମ୍ଳ କରିଥାନ୍ତେ l ମାତ୍ର ଏବେ ବାତ୍ୟା ଦାନା ଆସିବା ଯୋଗୁ ଫସଲ ନଷ୍ଟ ହେଇଜିବା ଆଶଙ୍କାରେ ଚାଷୀ l ବିଶେଷ ଭାବରେ ଜିଲ୍ଲାର ରସୁଲପୁର, ଧର୍ମଶାଳା, ବରୀ,କୋରେଇ ବ୍ଲକ ଅଂଚଳରେ ଅନେକ ଚାଷୀ ପରିବା ଚାଷ କରିଥାନ୍ତି l ତେବେ ପରିବା ଚାଷର ସମସ୍ୟାକୁ ନେଇ ଚାଷୀଙ୍କ ସହିତ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି l

ABOUT THE AUTHOR

...view details