ଓଡିଶା

odisha

By ETV Bharat Odisha Team

Published : Mar 12, 2024, 9:34 AM IST

ETV Bharat / videos

ରାଉରକେଲାରେ ଜମୁଛି ବେଦବ୍ୟାସ ମେଳା, ରାଜ୍ୟ ବାହାରୁ ଛୁଟୁଛି ଲୋକଙ୍କ ସୁଅ

Vedvyas Mela 2024: ରାଉରକେଲା: ରାଉରକେଲାରେ ଜମୁଛି ବେଦବ୍ୟାସ ମେଳା । ମହାଶିବରାତ୍ରୀ ପରଠାରୁ ବେଦବ୍ୟାସ ପୀଠରେ ମେଳା ଆରମ୍ଭ ହୋଇଥିବା ବେଳେ ଲୋକଙ୍କ ଗହଳି ଜମୁଛି । ମେଳାରେ ପଡିଛି ବିଭିନ୍ନ ପ୍ରକାର ଷ୍ଟଲ । ମେଳା ବୁଲି ମନ ପସନ୍ଦର ଜିନିଷ କିଣିବା ସହ ରାମଦୋଳିର ମଜାର ଉଠାଉଛନ୍ତି ଲୋକେ । ରାତି ଯେତେ ହେଉଛି ଭିଡ ସେତେ ବଢୁଛି । କେବଳ ଜିଲ୍ଲାରୁ ନୁହଁ ବରଂ ଜିଲ୍ଲା ତଥା ରାଜ୍ୟ ବାହାରୁ ମଧ୍ୟ ମେଳାକୁ ଲୋକଙ୍କ ସମାଗମ ହେଉଛି । ଦୁଇ ବର୍ଷ ପରେ ମେଳା ପଡିଥିବାରୁ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି  । ଆସନ୍ତା ମାର୍ଚ୍ଚ ୧୮ ଯାଏଁ ଏହି ମେଳା ଚାଲିବ । ମିଠା ପିଠା ଠାରୁ ଆରମ୍ଭ କରି ଅଳଙ୍କାର, ଛୋଟ ପିଲାଙ୍କ ଖେଳଣା ଏବଂ ବାସନକୁସନ ଷ୍ଟଲ ଇତ୍ୟାଦି ମେଳାରେ ଉପଲବ୍ଧ ରହିଛି । ପୂର୍ବରୁ ୧୫ ଦିନ ପାଇଁ ଅନୁଷ୍ଠିତ ହେଉଥିବା ମେଳା ଚଳିତ ବର୍ଷ ୧୦ ଦିନ ପାଇଁ ଆୟୋଜନ କରାଯାଇଛି । ମେଳାରେ ଟ୍ରାଫିକ ପରିଚାଳନା ଏବଂ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ୮ରୁ ୧୦ ପ୍ଲାଟୁନ ପୋଲିସ ଫୋର୍ସ ସହ ୧୦୦ ଜଣ ହୋମଗାର୍ଡଙ୍କୁ ନିୟୋଜିତ କରାଯାଇଛି । ଅଗ୍ନି ନିରାପତ୍ତାକୁ ଦୃଷ୍ଟିରେ ରଖି ରାଉରକେଲା ଅଗ୍ନିଶମ ବିଭାଗ ପକ୍ଷରୁ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି । ୫୫ ଜଣ ଅଗ୍ନିଶମ କର୍ମଚାରୀଙ୍କ ସହ କୁଇକ୍ ରେସପନ୍ସ ଟିମ୍ ଏବଂ ରବର ବୋର୍ଟ ମହଜୁଦ ରଖାଯାଇଛି ।

ଏହା ମଧ୍ୟ ପଢନ୍ତୁ-ମହାଶିବରାତ୍ରିରୁ ବେଦବ୍ୟାସ ମେଳା ଆରମ୍ଭ, ଚଳଚଞ୍ଚଳ ରାଉରକେଲା

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details