ETV Bharat / state

ରାୟଗଡ଼ା ଗଠନକୁ ୩୨ ବର୍ଷ, ଘାତ ପ୍ରତିଘାତ ଦେଇ ବିକାଶର ଧାରା ଆଗେଇ ଚାଲିଛି ଜିଲ୍ଲା - Rayagada District

author img

By ETV Bharat Odisha Team

Published : 2 hours ago

32 Years Since The Formation Of Rayagada: ୩୨ ବର୍ଷ ପାର କରିଛି ରାୟଗଡ଼ା । ଘାତ ପ୍ରତିଘାତ ଦେଇ ବିକାଶର ଧାରାରେ ସାମିଲ ହୋଇଛି ଜିଲ୍ଲା । ଅଧିକ ପଢ଼ନ୍ତୁ

ରାୟଗଡ଼ା ଗଠନକୁ ୩୨ ବର୍ଷ
ରାୟଗଡ଼ା ଗଠନକୁ ୩୨ ବର୍ଷ (ETV Bharat Odisha)

ରାୟଗଡ଼ା: ଦେଶର ବିସ୍ତିର୍ଣ୍ଣ ପୂର୍ବଘାଟ ପାର୍ବତ୍ୟମାଳା ସହ ପ୍ରାକୃତିକ ପରିବେଶରେ ପରିପୂର୍ଣ୍ଣ ରାୟଗଡା ଜିଲ୍ଲା । ରତ୍ନଗର୍ଭା ରାୟଗଡାର ଇଷ୍ଟଦେବୀ ମା' ମଝିଘରିଆଣୀଙ୍କ କରୁଣାପ୍ରାପ୍ତ କରି କେଉଁ ଶହ ଶହ ବର୍ଷ ଧରି ରାୟଜାନିର ଗଡ ହେଉଛି ରାୟଗଡା । ଶିଳ୍ପ ସମୃଦ୍ଧ ରାୟଗଡା କଳା, ସଂସ୍କୃତିରେ ପରିପୃଷ୍ଟ । ୧୯୯୨ ମସିହା ଅକ୍ଟୋବର ମାସ ୨ ତାରିଖ ଗାନ୍ଧୀ ଜୟନ୍ତୀରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲା ରାୟଗଡ଼ା । ଏହା ମଧ୍ୟରେ ୩୨ ବର୍ଷ ପାର କରିଛି ଏହି ଜିଲ୍ଲା ।

ବିକାଶର ଧାରାରେ ସାମିଲ ହୋଇଛି ଜିଲ୍ଲା:

ସ୍ବତନ୍ତ୍ର ଜିଲ୍ଲା ହେବା ପରଠାରୁ ବିଭିନ୍ନ ଘାତ ପ୍ରତିଘାତ ଦେଇ ବିକାଶର ଧାରାରେ ସାମିଲ ହୋଇଛି ୧୧ଟି ବ୍ଳକ, ୨ଟି ସବଡିଭିଜନ, ୨ଟି ପୌରପରିଷଦ ଓ ଗୋଟିଏ ବିଜ୍ଞାପିତ ଅଞ୍ଚଳ ପରିଷଦ, ୩ଟି ବିଧାନସଭା କ୍ଷେତ୍ରକୁ ନେଇ ଗଠିତ ରାୟଗଡ଼ା । ରାୟଗଡା ଜିଲ୍ଲା ବିକାଶର ଧାରାରେ ସାମିଲ ହୋଇଛି । କେନ୍ଦ୍ର ସରକାର ରାୟଗଡା ଜିଲ୍ଲାପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେଇ ରାୟଗଡା ଠାରେ ଏଚ୍.ପି.ସି.ଏଲର ବଟଲିଂପ୍ଲାଣ୍ଟ ପ୍ରତିଷ୍ଠା ହୋଇଛି । ରାୟଗଡା ରେଳ ଷ୍ଟେସନକୁ ରେଳ ଡିଭିଜନ କରାଯାଇଛି । ରେଳ ଡିଭିଜନ ପ୍ରତିଷ୍ଠା ନେଇ ନେଇ ଟେଣ୍ଡର ମଧ୍ୟ ହୋଇଯାଇଛି । କୋରାପୁଟ- ରାୟଗଡା- ବିଶାଖାପାଟଣା ତୃତୀୟ ରେଳପଥ ନିର୍ମାଣ ପାଇଁ ୧୦ ହଜାର କୋଟିରୁ ଅଧିକ ପୁ଼ଞ୍ଜି ନିବେଶ କରାଯାଇଛି । ଯାହାର କାମ ଶେଷ ହେବାକୁ ବସିଲାଣି । ଥେରୁବାଲି-ଗୁଣୁପୁର ରେଳପଥ ପାଇଁ ସମସ୍ତପ୍ରକାର ପ୍ରକ୍ରିୟା ଶେଷ ହୋଇଛି । ଜାତୀୟ ରାଜପଥ ତରଫରୁ ରାୟଗଡାରେ ୧୩ କିଲୋମିଟର ବାଇପାସ ରୋଡ ନିର୍ମାଣ ପାଇଁ ୪୦୫ କୋଟି ଟଙ୍କା ପୁ଼ଞ୍ଜି ନିବେଶ କରାଯିବ ।

ପ୍ରକୃତିର ଗନ୍ତାଘର ରାୟଗଡ଼ା:

ରାୟଗଡା ଜିଲ୍ଲାରେ ପ୍ରକୃତିର ଦାନ ସ୍ବରୂପ ଚୀରଶ୍ରୋତା ନାଗାବଳୀ, ବଂଶଧାରା ଓ ଝଞ୍ଜାବତୀ ନଦୀ ବୋହି ଯାଉଛି । ଚାଟିକଣା, ଚେରକଟା ମଗଦଗଦା ଜଳପ୍ରପାତ ରହିଛି । ଷୋଡଶ ଶତାବ୍ଦୀର ପାତାଳେଶ୍ବର ମନ୍ଦିର, ଦେବଗିରି ପାହାଡର ସ୍ପଟିକ ପଞ୍ଚଲିଙ୍ଗେଶ୍ବର, ପଦ୍ମପୁରର ବୌଦ୍ଧ କିର୍ତ୍ତିରାଜି ଓ ଲଣ୍ଡା ପାହାଡ ରହିଛି । ୧୯୩୯ ମସିହାରେ ପ୍ରଥମ ଶିଳ୍ପ ଭାବେ ଜୟପୁର ସୁଗାର କମ୍ପାନୀ ପ୍ରତିଷ୍ଠା ହୋଇଥିଲା । ୧୯୬୦ ମସିହାରେ ଜେକେ କାଗଜକଳ ଓ ଥେରୁବାଲି ଠାରେ ଇମ୍ଫା ଫେରୋଆଲାୟଜ କାରଖାନା ପ୍ରତିଷ୍ଠା ହୋଇଥିଲା । ୨୦୦୯ ମସିହାରେ ଉତ୍କଳ ଆଲୁମିନା ପ୍ରତିଷ୍ଠା ହୋଇ ଜିଲ୍ଲା ବିକାଶ ଧାର ବଢିଚାଲିଛି । ଆଗାମୀ ଦିନରେ ଆଦିତ୍ୟ ବିର୍ଲାର ପୋଷାକ କାରଖାନା ସହିତ ଆଦାନୀ ଗ୍ରୁପର କଳିଙ୍ଗ ଆଲୁମିନିୟମ ମଧ୍ୟ ଏକ ବୃହତଶିଳ୍ପ ଆକାରରେ ରାୟଗଡା ଜିଲ୍ଲାରେ ପୁ଼ଞ୍ଜି ବିନିଯୋଗ କରିବ ।

ଏହା ମଧ୍ୟ ପଢ଼ନ୍ତୁ...ସ୍କୁଲ ଅବ୍ୟବସ୍ଥା ଜଣାଇବାକୁ ୨୫ କିମି ଚାଲିଲେ ଛାତ୍ରୀ, ଜିଲ୍ଲପାଳଙ୍କୁ ଜଣାଇଲେ ଦୁଃଖ - Tribal School Students Walk 25 Km

ଏହା ମଧ୍ୟ ପଢ଼ନ୍ତୁ...‘ଖାଲି ହୋଇଯିବ ବିଜେଡି ଶିବିର, ତାଙ୍କ ଦଳରେ କେହି ରହିବେ ନାହିଁ’ - Manmohan samal reaction on bjd

ଏହା ମଧ୍ୟ ପଢ଼ନ୍ତୁ...ଫରେଷ୍ଟର୍ ସଞ୍ଜୟ ନାୟକ ମୃତ୍ୟୁ ଘଟଣା, ଆରମ୍ଭ ହେଲା ବିଭାଗୀୟ ତଦନ୍ତ - Forester Sanjay Nayak Death Case

ରାୟଗଡ଼ାରେ ଶିକ୍ଷା ଓ ସ୍ବାସ୍ଥ୍ୟ ସେବା:

ପୂର୍ବରୁ କୋରାପୁଟ ଜିଲ୍ଲାର ରାୟଗଡା ସହରରେ ୧୬ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ରହିଥିଲା । ପରବର୍ତ୍ତୀ ସମୟରେ ଏହା ସବଡିଭିଜନାଲ ହସ୍ପିଟାଲର ମାନ୍ୟତା ପାଇଥିଲା । ୧୯୯୨ରେ ରାୟଗଡା ସ୍ବତନ୍ତ୍ର ଜିଲ୍ଲା ଗଠନ ହେଲା । ଏହି ଜିଲ୍ଲାସ୍ବାସ୍ଥ୍ୟ ବିଭାଗ ଅଧିନରେ ୧୧ଟି ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ବା ସି.ଏଚ୍.ସି, ୩୬ଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ବା ପି.ଏଚ୍.ସି ଓ ଗୁଣୁପୁର ଠାରେ ଗୋଟିଏ ସବଡିଭିଜନାଲ ଡାକ୍ତରଖାନା ରହିଛି । ଏହି ସବୁ ଡାକ୍ତରଖାନାରେ ୨୯୯ ଡାକ୍ତର ପଦବୀ ନିଯୁକ୍ତି ନେଇ ଅନୁମୋଦନ ହୋଇଛି । ବର୍ତ୍ତମାନ ୧୪୮ ଡାକ୍ତର ନିଯୁକ୍ତି ପାଇଥିବା ବେଳେ ୧୫୧ ଡ଼ାକ୍ତର ପଦବୀ ଖାଲି ରହିଛି । ଶିକ୍ଷା କ୍ଷେତ୍ରରେ ରାୟଗଡା ଜିଲ୍ଲା ବିକାଶ କରିଛି । ସରକାରୀ ଓ ବେସରକାରୀ ସ୍ତରରେ ନର୍ସିଂ କଲେଜ ଓ ଆଇଟିଆଇ ମଧ୍ୟ ଶିକ୍ଷାକୁ ଆଉ ଦୁଇପାଦ ଆଗେଇ ନେଇଛି ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.