ଓଡିଶା

odisha

ETV Bharat / videos

ରାଉରକେଲାରେ ଧୁମଧାମରେ ପାଳନ ହନୁମାନ ଜୟନ୍ତୀ, ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ - Pana sankranti 2024

By ETV Bharat Odisha Team

Published : Apr 14, 2024, 3:12 PM IST

Hanuman Jayanti 2024: ରାଉରକେଲା: ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ବା ହନୁମାନ ଜୟନ୍ତୀ । ଏଥିସହ ଓଡ଼ିଆ ନବବର୍ଷ । ଯାହାକୁ ନେଇ ଉତ୍ସବମୁଖର ପୁରଠୁ ପଲ୍ଲୀ । ସୁନ୍ଦରଗଡ ଜିଲ୍ଲା ରାଉରକେଲାରେ ମଧ୍ୟ ଧୁମଧାମରେ ପାଳନ ହୋଇଛି ପଣାସଂକ୍ରାନ୍ତି । ଏଥିସହ ବିଭିନ୍ନ ହନୁମାନ ମନ୍ଦିରରେ ସ୍ୱତନ୍ତ୍ର ରୀତିନୀତିରେ ପୂଜାର୍ଚ୍ଚନା କରାଯାଉଥିବା ବେଳେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି । 

ରାଉରକେଲାରେ ଧୁମଧାମରେ ପାଳନ ହୋଇଛି ପଣା ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ । ଏଥିସହ ହନୁମାନଙ୍କ ଜୟନ୍ତୀରେ ସାରା ସହର ଚଳଚଞ୍ଚଳ ହୋଇଉଠିଛି । ରାଉରକେଲା ସହରର ହନୁମାନ ବାଟିକାରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ସ୍ୱତନ୍ତ୍ର ରୀତିନୀତିରେ ଆଜି ପୂଜାର୍ଚ୍ଚନା କରାଯାଇଛି । ହନୁମାନଙ୍କୁ ଦର୍ଶନ କରି ଓଡ଼ିଆ ନବବର୍ଷର ଶୁଭାରମ୍ଭ କରିଛନ୍ତି ହଜାର ହଜାର ଶ୍ରଦ୍ଧାଳୁ । ଆଉମଧ୍ୟ ମନ୍ଦିର ଓ ବିଭିନ୍ନ ସଂଗଠନ ପକ୍ଷରୁ ପଣା ସଂକ୍ରାନ୍ତି ଉପଲକ୍ଷେ ବିଭିନ୍ନ ସ୍ଥାନରେ ପଣା ବଣ୍ଟାଯାଇଛି ।

ଏହାମଧ୍ୟ ପଢନ୍ତୁ.. ଓଡ଼ିଆରେ ନବବର୍ଷର ଶୁଭେଚ୍ଛା ଜଣାଇଲେ ମୋଦି, ରାଷ୍ଟ୍ରପତି-ମୁଖ୍ୟମନ୍ତ୍ରୀ ସଭିଁଙ୍କ ସୁଖ ସମୃଦ୍ଧି କାମନା କଲେ - Odia New Year

ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତିର ମହତ୍ତ୍ୱ ହେଉଛି, ଆଜି ଗ୍ରହ ଚଳନରୁ ପ୍ରସ୍ତୁତ ରାଶିଚକ୍ର ଅନୁସାରେ ‘ମହାବିଷୁବ ସଂକ୍ରାନ୍ତି’ ଏବଂ ଆଜିର ଦିନ ହେଉଛି ବର୍ଷର ପ୍ରଥମ ଦିନ । ରାଶି ଅନୁସାରେ ‘ମେଷ’ ହେଉଛି ପ୍ରଥମ ରାଶି । ପ୍ରଥମ ରାଶିର ପ୍ରଥମ ଦିନ ହେଉଛି ମହାବିଷୁବ ସଂକ୍ରାନ୍ତି । ତେଣୁ ମହାବିଷୁବ ସଂକ୍ରାନ୍ତି ତିଥିକୁ ଓଡ଼ିଆ ନୂଆବର୍ଷ ଭାବେ ପାଳନ କରାଯାଏ । 

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details