ଓଡିଶା

odisha

ETV Bharat / videos

ସରକାରୀ ଡାକ୍ତରଖାନାରେ ଟଙ୍କା ନଦେଲେ ହେଉନି ଚିକିତ୍ସା; ଡାକ୍ତରଙ୍କ ଭିଡିଓ ଭାଇରାଲ - Govt Doctor taking Fee from Patient - GOVT DOCTOR TAKING FEE FROM PATIENT

By ETV Bharat Odisha Team

Published : Jul 20, 2024, 7:01 AM IST

ବାଲେଶ୍ବର: ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କୁ ଫିସ ଦେବାକୁ ବାଧ୍ୟ କରାଯାଉଛି । ଏମିତିକି ଟଙ୍କା ନଦେଲେ ରୋଗୀଙ୍କୁ ଦେଖୁନାହାନ୍ତି ଏବଂ ଔଷଧ ଲେଖୁନାହାନ୍ତି ଡାକ୍ତର । ଏମିତି କିଛି ଅଭିଯୋଗ ଆସିଛି ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ ଗୋପାଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ । ଏକ ଭାଇରାଲ ଭିଡିଓରେ ରୋଗୀଙ୍କ ପାଖରୁ ଟଙ୍କା ନେଉଥିବା ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ମିଳିଥିବା ସୂଚନା ଅନୁସାରେ, ଗୋପାଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ବାହାନଗା ବ୍ଲକ ସମେତ ରେମୁଣା ବ୍ଲକର ହଜାର ହଜାର ଲୋକ ନିର୍ଭର କରିଥାନ୍ତି । ସରକାର ରୋଗୀଙ୍କୁ ମାଗଣା ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରିଛନ୍ତି । ଯେମିତିକି ଜଣେ ସାଧାରଣ ଲୋକଟିଏ ବି ସ୍ବାସ୍ଥ୍ୟସେବାରୁ ବଞ୍ଚିତ ନହୁଏ । ମାତ୍ର ଗୋପାଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମାଗଣା ସ୍ବାସ୍ଥ୍ୟସେବା ନାଁରେ ଟଙ୍କା ନିଆଯାଉଥିବା ଜଣାପଡ଼ିଛି । ରୋଗୀ ସେବା ନାମରେ ରୋଗୀଙ୍କଠାରୁ ଆର୍ଥିକ ଶୋଷଣ କରୁଛନ୍ତି ଡ୍ୟୁଟିରେ ଥିବା ସରକାରୀ ଡାକ୍ତର ଅମର କୁମାର ଝା । ଡ୍ୟୁଟି ରୁମରେ ବେସରକାରୀ କ୍ଲିନିକ ଭଳି ସୁବିଧା । ମେଡିସିନ କମ୍ପାନୀର ମାଳ ମାଳ ଔଷଧ କମ୍ପାନୀ ଏଜେଣ୍ଟ ଆସୁଥିବା ଦେଖିବାକୁ ମିଳୁଛି । ବର୍ହିବିଭାଗ ଡ୍ୟୁଟି ପରେ ଜରୁରୀକାଳୀନ ଡ୍ୟୁଟିରେ ଥ‌ିବା ଡାକ୍ତରମାନଙ୍କ ପାଇଁ ଉଦ୍ଦିଷ୍ଟ କୋଠରୀରେ ରିପ୍ରେଜେଣ୍ଟେଟିଭ ମେଡିକାଲ ପରିସରକୁ ଆସି ନିଜ ଔଷଧ କମ୍ପାନୀର ପ୍ରଚାର ପାଇଁ ଡାକ୍ତରଙ୍କୁ ପ୍ରବର୍ତ୍ତାଇବା ଉପରେ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ କଟକଣା ଥିବା ସତ୍ତ୍ବେ ଗୋପାଳପୁର ମେଡିକାଲର ଡ୍ୟୁଟି ରୁମରେ କମ୍ପାନୀ ଏଜେଣ୍ଟ ମାନଙ୍କ ଭିଡ଼ ଦେଖିବାକୁ ମିଳୁଛି ।

ଅଭିଯୋଗ ଅନୁସାରେ ମେଡିକାଲରେ କାର୍ଯ୍ୟରତ ଡାକ୍ତର ଅମର କୁମାର ଝା ଜରୁରୀକାଳୀନ ଡ୍ୟୁଟିରେ ଥାଇ ଡ୍ୟୁଟି ରୁମରେ ରୋଗୀଙ୍କଠାରୁ ୧୦୦ ଟଙ୍କା ଲେଖାଏଁ ଫି ନେଉଥିଲେ । ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଟଙ୍କା ନେବାର ଭିଡିଓ ଭାଇରାଲ ହେବାପରେ ଆକ୍ରୋଶମୂଳକ ଭାବେ ଜରୁରୀକାଳୀନ ଡ୍ୟୁଟି ସମୟରେ ଆସୁଥ‌ିବା ରୋଗୀଙ୍କର ଔଷଧ ଲେଖୁନଥ‌ିବାରୁ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ରୋଗୀ । ଏନେଇ ମୁଖ୍ୟମନ୍ତ୍ରୀ ଏବଂ ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ହୋଇଥିବା ଜଣାପଡ଼ିଛି । ତେବେ ଘଟଣାରେ ସଂପୃକ୍ତ ଡାକ୍ତରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ଏହା ମଧ୍ୟ ପଢ଼ନ୍ତୁ...ଭିଜିଲାନ୍ସ ଜାଲରେ ସାଇଁକୁଳ ମେଡିକାଲ ସୁପରିଟେଣ୍ଡେଣ୍ଟ

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details