ଓଡିଶା

odisha

ETV Bharat / videos

'ଗାଁ ସାଥୀ'ଙ୍କୁ ଭୁଲିଗଲେ ରାଜ୍ୟ ସରକାର ! ପାରିଶ୍ରମିକ ମିଳୁନଥିବା ଅଭିଯୋଗ

By ETV Bharat Odisha Team

Published : Feb 19, 2024, 9:21 AM IST

Gaon Sathi Workers Wage Dispute: କେନ୍ଦ୍ରାପଡ଼ା: ନିଯୁକ୍ତି ଦେଲେ, ହେଲେ ପାରିଶ୍ରମିକ ଦିଆଯାଇନଥିବା ଅଭିଯୋଗ ଆଣିଛନ୍ତି 'ଗାଁ ସାଥୀ' । ଜବକାର୍ଡ ଖାତାଧାରୀଙ୍କ ଦରମାରୁ ଯାହା ଯେତିକି ମୁଣ୍ଡପିଛା ମିଳୁଛି ସେତିକିରେ ଖୁସି ରହିବାକୁ ପଡୁଛି ବୋଲି ସେମାନେ କୋହଭରା କଣ୍ଠରେ କହିଛନ୍ତି । "ନିର୍ବାଚନ ଥିବାରୁ ଶିକ୍ଷିତ ବେକାର ଯୁବକଯୁବତୀମାନଙ୍କ ପାଇଁ ରାଜ୍ୟ ସରକାର 2008ରେ 'ଗାଁ ସାଥି' ଯୋଜନାର ଶୁଭାରମ୍ଭ କରିଥିଲେ । ରାଜ୍ୟରେ 60 ହଜାରରୁ ଊର୍ଦ୍ଧ୍ବ ଶିକ୍ଷିତ ବେକାର ମହିଳା ଏବଂ ପୁରୁଷଙ୍କୁ ନିଯୁକ୍ତି ବି ଦେଇଥିଲେ । ଏପରିକି ଯୋଗ୍ୟତା ମୁତାବକ ମାସକୁ 25 ଶହ ଟଙ୍କା ଲେଖାଏଁ ପାରିଶ୍ରମିକ ଦେବାର ସ୍ବପ୍ନ ବି ଦେଖାଇଥିଲେ । 2009 ନିର୍ବାଚନ ସରିଗଲା ପରେ ଆଜି ପର୍ଯ୍ୟନ୍ତ 16 ବର୍ଷ ବିତିଥିଲେ ମଧ୍ୟ ଗାଁ ସାଥିମାନଙ୍କୁ ରାଜ୍ୟ ସରକାର ଅଣଦେଖା କରିଛନ୍ତି"ବୋଲି ଅଭିଯୋଗ କରିଛନ୍ତି 'ଗାଁ ସାଥୀ ସଂଘ'ର କାର୍ଯ୍ୟକର୍ତ୍ତା ।

ଏହା ମଧ୍ୟ ପଢନ୍ତୁ...ରାଜଧାନୀରେ ଗାଁ ସାଥୀ, ନଡ଼ା କାମୁଡି ଅଭିନବ ପ୍ରତିବାଦ

2009 ମସିହାଠାରୁ ଆଜି ପର୍ଯ୍ୟନ୍ତ ଏହି ଗାଁ ସାଥୀମାନଙ୍କୁ ନା ମିଳିଛି କୌଣସି ନିୟମିତ ପାରିଶ୍ରମିକ ନା ଏମାନଙ୍କୁ ବ୍ଲକ କ୍ୟାଡରର ସ୍ୱୀକୃତି। ଦୀର୍ଘ ବର୍ଷ ହେବ ଏମାନେ କେନ୍ଦ୍ର ସରକାରଙ୍କ MGNREG କାମରେ ଶ୍ରମିକମାନଙ୍କୁ ସହଯୋଗ କରି ଆସୁଛନ୍ତି । ଏପରିକି ଦାବି ଉପସ୍ଥାପନା କରିବାକୁ ଯାଇ ଅନେକ ଥର ଜେଲ ମଧ୍ୟ ଯାଇଥିବା ଅଭିଯୋଗ କରିଛନ୍ତି । ଆଗାମୀ ଦିନରେ ଯଦି ରାଜ୍ୟ ସରକାର ଦାବି ପୂରଣ ନକରନ୍ତି ତେବେ ଆଗକୁ ଆନ୍ଦୋଳନ ତୀବ୍ର କରିବାକୁ ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ,କେନ୍ଦ୍ରାପଡ଼ା

ABOUT THE AUTHOR

...view details