ETV Bharat / state

ଡାକୁ ମାଝୀ ହତ୍ୟା ଓ ମରିଚଗୁଡା ବିସ୍ଫୋରଣ ମାମଲା, ମାଓ ନେତା ସବ୍ୟସାଚୀ ନିର୍ଦ୍ଦୋଷ ପ୍ରମାଣିତ

ଗୁଣୁପୁର ଏଡିଜେ କୋର୍ଟ ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କୁ ୨ଟି ମାମଲାରେ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ସାକ୍ଷ୍ୟ ପ୍ରମାଣ ଅଭାବରୁ କୋର୍ଟ ଉକ୍ତ ରାୟ ଶୁଣାଇଛନ୍ତି ।

Sabyasachi Panda
Sabyasachi Panda (ETV Bharat Odisha)
author img

By ETV Bharat Odisha Team

Published : 2 hours ago

ରାୟଗଡ଼ା: ୨ଟି ଅପରାଧିକ ମାମଲାରେ ନିର୍ଦ୍ଦୋଷରେ ଖଲାସ ହେଲେ ମାଓନେତା ସବ୍ୟସାଚୀ ପଣ୍ଡା । କଡା ସୁରକ୍ଷା ମଧ୍ୟରେ ସବ୍ୟସାଚୀଙ୍କୁ ରାୟଗଡ଼ା ଜିଲ୍ଲା ଗୁଣୁପୁର ଏଡିଜେ କୋର୍ଟରେ ହାଜର କରାଯାଇଥିଲା । ସେଠାରେ ବିଚାର କରି ଡାକୁ ମାଝୀ ହତ୍ୟା ମାମଲା ଓ ମରିଚଗୁଡ଼ାର ପ୍ରାସ୍କା ସିମନ ମଝୀଙ୍କ ଘରେ ବିସ୍ଫୋରଣ ଘଟଣାରେ ସବ୍ୟସାଚୀଙ୍କୁ ନିର୍ଦ୍ଦୋଷରେ ଖଲାସ ନେଇ ରାୟ ପ୍ରକାଶ କରିଛନ୍ତି ରାୟଗଡ଼ା ଗୁଣପୁର ଏଡିଜେ କୋର୍ଟ ।

ଡାକୁ ମାଝୀ ହତ୍ୟା ମାମଲା ସବ୍ୟସାଚୀ ନିର୍ଦ୍ଦୋଷ:

Sabyasachi Panda (ETV Bharat Odisha)

ସୂଚନା ଅନୁସାରେ, ୧୩.୦୮. ୨୦୦୪ ମସିହାରେ ଚନ୍ଦ୍ରପୁର ବ୍ଲକ ଅଧ୍ୟକ୍ଷ ଡାକୁ ମାଝୀଙ୍କୁ ହତ୍ୟା କରାଯାଇଥିଲା । ଡାକୁ ମାଝୀ ବ୍ଲକରୁ କାମ ସାରି ବାଇକରେ ଫେରୁଥିବା ବେଳେ ମୁଖ୍ୟ ରାସ୍ତା ଉପରେ ମୁଖା ପିନ୍ଧା ନକ୍ସଲ ତାଙ୍କୁ ଗୁଳି କରିଥିଲେ । ପରେ ସେଠାରେ ଡାକୁ ମାଝୀ ତଳେ ପଡିଯିବା ପରେ ନକ୍ସଲମାନେ ଡାକୁ ମାଝୀଙ୍କ ବେକକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଡାକୁ ମାଝୀଙ୍କ ବାଇକରେ ଆସୁଥିବା ଅନ୍ୟ ୨ ଜଣଙ୍କୁ ମଧ୍ୟ ଗୁଳି ବାଜିଥିଲା । ଘଟଣା ସ୍ଥଳରେ ଡାକୁ ମାଝୀଙ୍କ ମୃତ୍ୟୁ ଘଟିଥିଲା । ଅନ୍ୟ ୨ ଜଣ ଚନ୍ଦ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହୋଇଥିଲେ । ହତ୍ୟାକାଣ୍ଡ ନେଇ ସବ୍ୟସାଚୀଙ୍କ ନାମରେ ମାମଲା ବିଚାରଣା ଚାଲିଥିଲା । ଏହି ମାମଲାରେ ୧୮ ଜଣଙ୍କ ସାକ୍ଷ୍ୟ ପ୍ରମାଣ କୋର୍ଟ ଗ୍ରହଣ କରିଥିଲେ । ସାକ୍ଷ୍ୟ ପ୍ରମାଣ ଅଭାବରୁ ଏହି ମାମଲାରେ ସବ୍ୟସାଚୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିବା ନେଇ ରାୟ ପ୍ରକାଶ ପାଇଛି । ପୂର୍ବରୁ ଏହି ମାମଲାରେ ୫ ଜଣ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ।

ମରିଚଗୁଡା ବିସ୍ଫୋରଣ ମାମଲାରେ ନିର୍ଦ୍ଦୋଷ ସବ୍ୟସାଚୀ:

ସେହିଭଳି ଅନ୍ୟ ଏକ ଅପରାଧିକ ମାମଲା ଚନ୍ଦ୍ରପୁର ଥାନାରେ ୨୯.୦୮.୨୦୦୩ ମସିହାରେ ମରିଚଗୁଡା ଗାଁରେ ପୋଲିସ ଇନଫରମର ସନ୍ଦେହରେ ପ୍ରାସ୍କା ସିମନ ମାଝୀଙ୍କ ଘରେ ନକ୍ସଲ ବିସ୍ଫୋରଣ କରି ପୋଡା ଜଳା କରିଥିଲେ । ଏନେଇ ଚନ୍ଦ୍ରପୁର ଥାନାରେ ମାମଲା ରହିଥିଲା । ଏହି ମାମଲାରେ ୧୫ ଜଣଙ୍କ ସାକ୍ଷ୍ୟ ଗ୍ରହଣ ହୋଇଥିଲା । ସାକ୍ଷ୍ୟ ପ୍ରମାଣ ଅଭାବରୁ ସବ୍ୟସାଚୀ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ପୂର୍ବରୁ ଏହି ମାମଲାରେ ୯ ଜଣ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ୨ଟି ମାମଲାରେ ସବ୍ୟସାଚୀଙ୍କୁ ନିର୍ଦ୍ଦୋଷ କରିଥିବା ନେଇ ଗୁଣପୁର ଏଡିଜେ କୋର୍ଟରେ ରାୟ ପ୍ରକାଶ ପାଇଛି । ଏନେଇ ସୂଚନା ଦେଇଛନ୍ତି ସବ୍ୟସାଚୀଙ୍କ ଓକିଲ ବ୍ରହ୍ମାନନ୍ଦ ପଟ୍ଟନାୟକ ।

ଏହା ମଧ୍ୟ ପଢ଼ନ୍ତୁ...ଜେଲରୁ MA ପଢ଼ିବେ ମାଓନେତା ସବ୍ୟସାଚୀ

ଏହା ମଧ୍ୟ ପଢ଼ନ୍ତୁ...ଓଡିଶା ମୁହାଁ ହେବେ କି ଛତିଶଗଡ ମାଓବାଦୀ ! ନୂଆପଡାରେ ମାଓ କ୍ୟାମ୍ପ ଠାବ ପରେ 60 ପ୍ରତିଶତ ସୀମାରେ କେନ୍ଦ୍ରୀୟ ଫୋର୍ସ ମୁତୟନ

ସବ୍ୟସାଚୀଙ୍କ ଓକିଲ ବ୍ରହ୍ମାନନ୍ଦ ପଟ୍ଟନାୟକ କହିଛନ୍ତି, "୨ଟି ମାମଲାରେ ଗୁଣୁପୁର ଏଡିଜେ କୋର୍ଟ ସବ୍ୟସାଚୀଙ୍କୁ ନିର୍ଦ୍ଦେଷରେ ଖଲାସ କରିଛନ୍ତି । ଗୋଟିଏ ମାମଲା ହେଉଛି, ଚନ୍ଦ୍ରପୁର ବ୍ଲକ ଅଧ୍ୟକ୍ଷ ଡାକୁ ମାଝୀ ସନ୍ଧ୍ୟାରେ ଫେରିବା ବେଳେ ତାଙ୍କୁ ୬ ଜଣ ମୁଖା ପିନ୍ଧି ହତ୍ୟା କରାଯାଇଥିଲା । ଏହି ମାମଲାରେ ୧୮ ଜଣ ସାକ୍ଷୀ ଗ୍ରହଣ କରାଯାଇ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରାଗଲା । ସେହିପରି ମରିଚଗୁଡାରେ ବିସ୍ଫୋରଣ ହୋଇଥିଲା । ସେ ମାମଲାରେ ୧୫ ଜଣ ସାକ୍ଷ୍ୟ ଗ୍ରହଣ ହୋଇଥିବା ବେଳେ ସବ୍ୟସାଚୀଙ୍କୁ ନିର୍ଦ୍ଦୋଷରେ ଖସାଲ କରାଯାଇଛି ।"

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.