ଓଡିଶା

odisha

ETV Bharat / videos

ମାତିଲେଣି ଲୁଟେରା, ଫାୟରିଂ କରି ଲୁଟିନେଲେ 12ଲକ୍ଷ ଟଙ୍କା - Miscreants Loot 12 Lakh Rupees

By ETV Bharat Odisha Team

Published : Jul 9, 2024, 9:01 PM IST

Miscreants Loot 12 Lakh Rupees: ବାଲେଶ୍ବର: ବନ୍ଧୁକ ମୁନରେ ଆତଙ୍କ ଖେଳାଇଲେ ଦୁର୍ବୃତ୍ତ । ବାଲେଶ୍ବରରେ ପୁଣି ସକ୍ରିୟ ହେଲେଣି ଲୁଟେରା । ସପ୍ତାହେ ଭିତରେ ଜିଲ୍ଲାର ଦୁଇଟି ସ୍ଥାନରୁ ଲୁଟେରାମାନେ ବନ୍ଧୁକ ଦେଖାଇ ଟଙ୍କା ଲୁଟି ନେଉଥିବା ଅଭିଯୋଗ ଆସିଛି । କିଛିଦିନ ପୂର୍ବରୁ ସୋର ଅଞ୍ଚଳରେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଲୁଟିଥିବା ଘଟଣା ସାମ୍ନାକୁ ଆସିଥିଲା । ସେହିଭଳି ଆଜି ଦିନ ଦ୍ବିପ୍ରହରରେ ବାଲେଶ୍ବର ଜିଲ୍ଲା ଖଇରା ଥାନା ଅଞ୍ଚଳରେ ଲୁଟେରାମାନେ ଗୁଳି ଫୁଟାଇ ଟଙ୍କା ଲୁଟ କରିଥିବା ଘଟଣା ସାମ୍ନାକୁ ଆସିଛି ।  

ଏହା ମଧ୍ୟ ପଢନ୍ତୁ... ରାଜଧାନୀରେ ମାତିଲେଣି ମଙ୍କିକ୍ୟାପ୍‌ ଚୋର: ଆଗକୁ ରଥଯାତ୍ରା, ଏବେଠୁ ବଢ଼ିଲା ଚିନ୍ତା - Theft in Bhubaneswar

ବ୍ୟାଙ୍କ ସାମ୍ନାରୁ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ଟଙ୍କା ଲୁଟିନେଇଥିବା ସିସିଟିଭିରେ କଏଦ ହୋଇଛି । ସୂଚନା ଅନୁସାରେ, ଖଇରା ଥାନା ଅଧିନ କୁପାରୀ କୃପେଶ୍ବର ପେଟ୍ରୋଲ ପମ୍ପର ଦୁଇଜଣ କର୍ମଚାରୀ ଅଜୟ ମହାପାତ୍ର ଓ ବିଷ୍ନୁପଦ ମହାପାତ୍ର ଏକ ବାଇକରେ 12 ଲକ୍ଷ ଟଙ୍କା ନେଇ ବର୍ତନା ସ୍ଥିତ ଇଣ୍ଡିଆନ ବ୍ୟାଙ୍କରେ ଜମା କରିବା ପାଇଁ ଯାଇଥିଲେ । ସେମାନଙ୍କୁ ପୂର୍ବରୁ କିଛି ଲୁଟେରା ଫଲୋ କରି ବ୍ୟାଙ୍କ ଫାଟକ ନିକଟରେ ଦୁଇଟି ପଲସର ଗାଡିରେ 4 ଜଣ ଦୃର୍ବୁତ୍ତ ଟଙ୍କା ବ୍ୟାଗକୁ ଛଡାଇଥିଲେ । କିଛି ସମୟ ଧରି ଲୁଟେରା ଓ କର୍ମଚାରୀଙ୍କ ମଧ୍ୟରେ ବ୍ୟାଗକୁ ନେଇ ଛଡାଛଡ଼ି ଲାଗିଥିଲା, ହେଲେ ଲୁଟେରାମାନେ ଦୁଇ ରାଉଣ୍ଡ ଗୁଳି ଫୁଟାଇ ବ୍ୟାଗ ଛଡାଇ ନେଇଯାଇଥିଲେ ।  

ପ୍ରଥମ ଗୁଳି ବିଷ୍ଣୁଙ୍କ କାନ୍ଧ ଦେଇ ପଳେଇ ଯାଇଥିବା ବେଳେ ଦ୍ବିତୀୟଟି ବିଷ୍ଣୁ ଗୋଡ଼ରେ ବାଜିଥିଲା । ଟଙ୍କା ବ୍ୟାଗ ଛଡ଼ାଇ ନେଇ ଲୁଟେରାମାନେ ଆଗରପଡା ଆଡ଼କୁ ଫେରାର ହୋଇଯାଇଥିଲେ । ଗୁଳି ମାଡରେ ପେଟ୍ରୋଲ ପମ୍ପ କର୍ମଚାରୀ ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଘଟଣାସ୍ଥଳରେ ଖଇରା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details