ଓଡିଶା

odisha

ETV Bharat / videos

ନାଟକ 'ଉଦଘାଟନ' ଦେଖି କାନ୍ଦି ପକାଇଲେ ବିଜେଡିର ବରିଷ୍ଠ ନେତା

By ETV Bharat Odisha Team

Published : 5 hours ago

ବ୍ରହ୍ମପୁର: ନାଟକ ଦେଖି ଭାବବିହୋଳ ହେଲେ ଚ୍ୟାଉ ପଟ୍ଟନାୟକ । ଲୁହ ଝରାଇଲେ ବ୍ରହ୍ମପୁରର ପୂର୍ବତନ ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ । ବ୍ରହ୍ମପୁର ସହରର ହିଲପାଟଣା ସ୍ଥିତ ସଂସ୍କୃତି ଭବନ ପରିସରରେ ମଞ୍ଚସ୍ଥ ହୋଇଥିବା ନାଟକ 'ଉଦ୍‌ଘାଟନ'ରେ କଳାକାରଙ୍କ ନିଖୁଣ ଅଭିନୟରେ ଏଭଳି ଭାବବିହୋଳ ହୋଇପଡ଼ିଥିଲେ ଚ୍ୟାଉ ପଟ୍ଟନାୟକ । ପର୍ଯ୍ୟଟନ ମହୋତ୍ସବ ଅବସରରେ ଓଡ଼ିଶା ନାଟକ ସମାରୋହ ସମିତି ଆନୁକୂଲ୍ୟରେ ଆୟୋଜିତ ସମ୍ପୂର୍ଣ୍ଣ କାଳ୍ପନିକ ଓ ହାସ୍ୟଭରା ନାଟକ ‘ଉଦଘାଟନ’ ମଞ୍ଚସ୍ଥ ହେବା ସମୟରେ ବରିଷ୍ଠ ବିଜେଡି ନେତା ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ ମଞ୍ଚ ତଳେ କାନ୍ଦିଥିଲେ । 

ଆଜିର ମଣିଷ ଗୋଟିଏ ପଟେ ଶିକ୍ଷା, ସଂସ୍କୃତି ଓ ବିଜ୍ଞାନ କ୍ଷେତ୍ରରେ ଯେତେ ଆଗକୁ ଯାଉଛନ୍ତି ଅନ୍ୟପାଖରେ ସମାଜର ସ୍ୱାର୍ଥ କେନ୍ଦ୍ରୀୟ ଓ ଅର୍ଥ ଲୋଭି ହୋଇତଳକୁ ଚାଲି ଯାଉଛି । ଏହା ନାଟକର ବିଷୟ ରହିଥିଲା । ଏଠି ତେଲିଆ ମୁଣ୍ଡରେ ତେଲ, ଖଟିଖିଆ ମଜୁରିଆ କଥା ବୁଝୁଛି କିଏ ? ମଣିଷ ଏତେ ତଳକୁ ଖସିଗଲାଣି ଯେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିକୁ ଉଦଘାଟନ କରିବା ନାଁରେ ମୂର୍ତ୍ତି ବଦଳରେ ଏକ ପାର୍କରେ କିଭଳି ସାଧାରଣ ଖଟିଖିଆ କଳାକାରଟିର ଜୀବନ ନେବାକୁ ସମସ୍ତେ ପଛାଇ ନାହାନ୍ତି ତାହା ନାଟକରେ ଦର୍ଶାଯାଇଥିଲା । ଏହି ନାଟକଟି ଗଣମାଧ୍ୟମ ପ୍ରତିନିଧିଙ୍କ ସମେତ ବହୁ କଳାକାର ପରିବେଷଣ କରିଥିଲେ । ଡ଼.ମିହିର କୁମାର ତ୍ରିପାଠୀଙ୍କ ରଚିତ ନାଟକକୁ ନାଟ୍ୟକାର ରବି ନାରାୟଣ ବେହେରା ନିର୍ଦ୍ଦେଶନା ଦେଇଛନ୍ତି । 

ଏହା ମଧ୍ୟ ପଢନ୍ତୁ....ଭିକାରୀ ବଳଙ୍କୁ ମିଳିବ ସମ୍ମାନ, ତିରୋଧନ ଦିବସରେ ପ୍ରତିମୂର୍ତ୍ତି ଲୋକାର୍ପଣ 

ଇଟିଭି ଭାରତ, ବ୍ରହ୍ମପୁର 

ABOUT THE AUTHOR

...view details