ଓଡିଶା

odisha

ବାଲୁଘାଟ ଅଞ୍ଚଳରେ ପଶିଲା ବନ୍ୟାଜଳ, ଜଳବନ୍ଦୀ ଲୋକେ - FLOODWATERS ENTERED IN BALUGHAT

By ETV Bharat Odisha Team

Published : Sep 18, 2024, 10:27 PM IST

FLOODWATERS ENTERED IN THE BALUGHAT (ETV Bharat Odisha)

FLOODWATERS ENTERED IN THE BALUGHAT: ରାଉରକେଲା: ଲଗାଣ ବର୍ଷାରେ ଉବୁଟୁବୁ ରାଉରକେଲା ସହରର ବାଲୁଘାଟ ଅଞ୍ଚଳ । ସହରରେ ଉପର ମୁଣ୍ଡରେ ତିନି ଦିନ ଧରି ଲଗାଣ ବର୍ଷା ଯୋଗୁଁ ବର୍ତ୍ତମାନ କିଛି ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ଉପୁଜୁଛି । ଲଗାଣ ବର୍ଷା ଯୋଗୁଁ ବ୍ରାହ୍ମଣୀ ନଦୀରେ ବଢ଼ିବାରେ ଲାଗିଛି ବନ୍ୟାଜଳ । ନଦୀର ବନ୍ୟା ପାଣି ଘେରରେ ରାଉରକେଲା ସହରର ବାଲୁଘାଟ । ସହରର ତଳିଆ ଅଞ୍ଚଳରେ ନଦୀ ପାଣି ପଶିବାରୁ ଖୁବ ଅସୁବିଧାରେ ଅଛନ୍ତି ଲୋକେ । ପ୍ରବଳ ବର୍ଷା ଯୋଗୁଁ ବର୍ତ୍ତମାନ ବ୍ରାହ୍ମଣୀ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି ଏବଂ ବଢି ପାଣି ଲୋକଙ୍କ ଘର ଏବଂ ରାସ୍ତା ପାଣିରେ ବୁଡି ଯାଇଛି । ଏହାର ପ୍ରଭାବରେ ନଦୀ କୂଳରେ ଥିବା କେତେକ ବସ୍ତିରେ ଗତ ଶନିବାର ରାତିରୁ ବନ୍ୟାଜଳ ପ୍ରବେଶ କରିଛି । ତେବେ ବନ୍ୟା ପାଣିରେ ବୁଡିଥିବା ଅଞ୍ଚଳରେ ରାଉରକେଲା ମହାନଗର ନିଗମ ପକ୍ଷରୁ ରିଲିଫ ବଣ୍ଟନ କରାଯାଇଛି ।
 

ଏନେଇ ସ୍ଥାନୀୟ ବାସିନ୍ଦା କହିଛନ୍ତି,"ପ୍ରତିବର୍ଷ ଏଭଳି ପରିସ୍ଥିତି ଉପୁଜୁଛି । ଦୁଇ ତିନି ଦିନ ଲଗାଣ ବର୍ଷା ହେଲା ମାତ୍ରେ ଏଭଳି ଭାବରେ ପାଣି ପଶି ଆସୁଛି । ଗତକାଲି ରାତିରୁ ପାଣିସ୍ତର ବଢିଥିବାରୁ ରାତିରୁ ସଭିଏଁ ଅନିଦ୍ରା ହୋଇ ରହିଛୁ । ନଦୀରେ ପାଣି ଫୁଲିବା ସହ ଅଳିଆ ଆବର୍ଜନା ମଧ୍ୟ ପାଣିରେ ଭାସି ଆସୁଛି ଏବଂ ଭାରି ଅସୁବିଧା ହେଉଛି ।"

ଏହା ମଧ୍ୟ ପଢନ୍ତୁ ....ଆକାଶ ମାର୍ଗରୁ ବନ୍ୟାଞ୍ଚଳ ଅନୁଧ୍ୟାନ ଓ ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ - CM Balasore Flood Aerial Survey

ଇଟିଭି ଭାରତ, ରାଉରକେଲା  

ABOUT THE AUTHOR

...view details