ଓଡିଶା

odisha

By ETV Bharat Odisha Team

Published : Mar 20, 2024, 9:53 PM IST

ETV Bharat / videos

ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ, ମାଓବାଦୀ ପ୍ରବଣ ଅଞ୍ଚଳରେ ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ

Flag March Started in Kandhamal Police: ଫୁଲବାଣୀ: ଗତ ଶନିବାର ଦିନ ବାଜି ସାରିଛି ନିର୍ବାଚନର ବିଗୁଲ  । ରାଜ୍ୟ ତଥା ଜିଲ୍ଲା ସ୍ଥରରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ନିର୍ବାଚନ ପାଇଁ ସବୁ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲାରେ ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ସ୍ଥାନରେ ଫ୍ଲାଗମାର୍ଚ୍ଚ ଆରମ୍ଭ କରିଛି ଜିଲ୍ଲା ପୋଲିସ ।  

ଏହା ମଧ୍ୟ ପଢନ୍ତୁ..... ଭୋଟ ଦେବ କୋଟିଆ, ସଚେତନ କଲେ କୋରାପୁଟ ଜିଲ୍ଲାପାଳ

କନ୍ଧମାଳରେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷ୍ୟରୁ ପ୍ରସ୍ତୁତି ଆରମ୍ଭ କରାଯାଇଛି l ଜିଲ୍ଲାରେ ଶାନ୍ତି ଶୃଙ୍ଖଳାରେ ନିର୍ବାଚନ ପାଇଁ ଜିଲ୍ଲାପାଳ ସବୁ ଦଳର ନେତାଙ୍କ ସହ ଆଲୋଚନା କରିଛନ୍ତି l ଜିଲ୍ଲାରେ ଲାଗୁଥିବା ପୋଷ୍ଟର ବ୍ୟାନର ଗୁଡ଼ିକ କଢ଼ା ଯାଇଛି l ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନକୁ ରୋକିବା ପାଇଁ ଜିଲ୍ଲାରେ ଫ୍ଲାଇଂ ସ୍କର୍ଡ ଗଠନ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି l ସେହିଭଳି ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ କନ୍ଧମାଳ ଜିଲ୍ଲାର ମାଓ ପ୍ରବଣ ଅଞ୍ଚଳ ଫିରିଙ୍ଗିଆ ଗୋଛlପଡ଼ାରେ B. S. F. ଓ CRPF ଫ୍ଲାଗମାର୍ଚ୍ଚ କରାଯାଉଛି l ଭୋଟର କିଭଳି ନିର୍ଭୟରେ ଭୋଟ ଦେବେ ସେଥିପାଇଁ ଲୋକଙ୍କୁ ସଚେତନ ମଧ୍ୟ କରାଯାଉଛି l  ଗଞ୍ଜେଇ କାରବାର ଯେଉଁ ମାନେ ଲିପ୍ତ ଅଛନ୍ତି ସେମାନଙ୍କ ଉପରେ ପୋଲିସର ନଜର ରହିବ ଏବଂ ପେଟ୍ରୋଲିଙ୍ଗକୁ କଡ଼ାକଡ଼ି କରାଯାଇଥିବା କହିଛନ୍ତି କନ୍ଧମାଳ ଏସପି l

ଇଟିଭି ଭାରତ, କନ୍ଧମାଳ

ABOUT THE AUTHOR

...view details