ଓଡିଶା

odisha

ETV Bharat / videos

ହରଭଙ୍ଗା ବ୍ଲକ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ, ଜଳିଲା ବହୁ ଗୁରୁତ୍ୱପୂର୍ଣ୍ଣ ଫାଇଲ - Fire breaks out in Harabhanga block - FIRE BREAKS OUT IN HARABHANGA BLOCK

By ETV Bharat Odisha Team

Published : Jun 25, 2024, 2:27 PM IST

Fire breaks out in Harabhanga block: ବୌଦ୍ଧ: ବ୍ଲକ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ । ଜଳି ଗଲା ଶହ ଶହ ଫାଇଲ ସମେତ ଅନେକ ଆସବାବପତ୍ର । ତେବେ ସରକାର ପରିବର୍ତ୍ତନ ପରେ ପରେ ବ୍ଲକ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ସଟ୍ ସର୍କିଟରୁ ନା କୌଣସି ଅସାଧୁ ସରକାରୀ କର୍ମଚାରୀଙ୍କ ଦ୍ବାରା ହୋଇଛି ତା'ର ତଦନ୍ତ ଆରମ୍ଭ ହୋଇଛି  ।

ବୌଦ୍ଧ ଜିଲ୍ଲା ଚାରିଛକ ସ୍ଥିତ ହରଭଙ୍ଗା ବ୍ଲକ କାର୍ଯ୍ୟାଳୟରେ ସୋମବାର ସକାଳ ପ୍ରାୟ ୯ଟା ବେଳେ ନିଆଁ ଲାଗିଥିବା ନେଇ କିଛି କର୍ମଚାରୀ ଦେଖିଥିଲେ । ଏନେଇ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମବାହିନି ଆସି ନିଆଁକୁ ଆୟତ୍ତ କରିଥିଲା । ହେଲେ ସେତେବେଳେକୁ ବ୍ଲକ କାର୍ଯ୍ୟାଳୟରେ ଥିବା ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଫାଇଲ ସମେତ କମ୍ପ୍ୟୁଟର ଓ ବହୁ ଆସବାବପତ୍ର ଜଳିଯାଇଥିଲା  । 

ଏହାମଧ୍ୟ ପଢନ୍ତୁ.. ଭୁବନେଶ୍ବର ଆପାର୍ଟମେଣ୍ଟରେ ଲାଗିଗଲା ନିଆଁ, ପୂରା ଫ୍ଲାଟ ଧୂଆଁମୟ, ଭୟରେ ଲୋକେ - MAJOR FIRE IN BHUBNAESWAR APARTMENT
 

ଅଗ୍ନିକାଣ୍ଡ ବ୍ଲକର ବିପିଓ ସେକ୍ସନରେ ହୋଇଥିବା ବେଳେ ଅଗ୍ନିକାଣ୍ଡରେ ପ୍ରଧାନମନ୍ତ୍ରୀ ଆବାସର ବହୁ ଗୁରୁତ୍ୱପୂର୍ଣ୍ଣ ଫାଇଲ ସମେତ କମ୍ପ୍ୟୁଟର ଓ ବହୁ ଆସବାବପତ୍ର ଜଳି ଯାଇଥିବା ସୂଚନା ମିଳିଛି । ତେବେ ଏହି ଅଗ୍ନିକାଣ୍ଡ ସଟ୍ ସର୍କିଟରୁ ନା ଅନ୍ୟ କୌଣସି ଅସାଧୁ ସରକାରୀ କର୍ମଚାରୀଙ୍କ ଦ୍ବାରା ଜାଣିଶୁଣି କରାଯାଇଛି ତାର ତଦନ୍ତ ଆରମ୍ଭ ହୋଇଯାଇଛି  । ହରଭଙ୍ଗା ବ୍ଲକର ବିଡ଼ିଓ ଓ ତହସିଲଦାର ଘଟଣାସ୍ଥଳରେ ଉପସ୍ଥିତ ରହି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି । ନୂତନ ସରକାର ଗଠନ ହେଲାପରେ ପରେ ବ୍ଲକ୍ କାର୍ଯ୍ୟାଳୟର ପ୍ରଧାନମନ୍ତ୍ରୀ ଆବାସ ଫାଇଲ ପୋଡିଯାଇଥିବା ଘଟଣାକୁ ସାମାଜିକ କର୍ମୀ ସନ୍ଦେହ ଦୃଷ୍ଟିରେ ଦେଖିବା ସହିତ ଏହାର ଉପଯୁକ୍ତ ତଦନ୍ତ ଦାବି କରିଛନ୍ତି । ସେପଟେ ଏ ସମ୍ପର୍କରେ ବୌଦ୍ଧ ଉପଜିଲ୍ଲାପାଳ ଅଗ୍ନିକାଣ୍ଡ ଘଟିଛି ସତ କିନ୍ତୁ କୌଣସି ଫାଇଲ ପୋଡିନଥିବା ତାଙ୍କୁ ରିପୋର୍ଟ କରାଯାଇଥିବା କହିଛନ୍ତି  ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details