ଓଡିଶା

odisha

ETV Bharat / videos

ହୁତୁହୁତୁ ଜଳୁଛି ଜଙ୍ଗଲ, ଆଖି ବୁଜି ଦେଇଛି ବନବିଭାଗ ! - FOREST FIRE

By ETV Bharat Odisha Team

Published : Apr 25, 2024, 11:01 PM IST

Fire breaks out at forest: ଢେଙ୍କାନାଳ: ଜଳୁଛି ଜଙ୍ଗଲ ଯେମିତି ଆଖି ବୁଜି ଦେଇଛି ବନବିଭାଗ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜର ତଣ୍ଡିମୁଣ୍ଡା ଗ୍ରାମ ନିକଟରେ ଜଙ୍ଗଲ ଜଳୁଛି । ଟାଣ ଖରା ସାଙ୍ଗକୁ ଝାଞ୍ଜି ପବନରେ ନିଆଁ ବଢ଼ି ବଢ଼ି ଚାଲିଛି l ଗଛରୁ ଶୁଖିଲା ପତ୍ରସବୁ ଝଡି ପଡ଼ିରହିଥିବା କାରଣରୁ ଶୁଖିଲା ପତ୍ରରେ ନିଆଁ ଲାଗି ଜଙ୍ଗଲ ଭିତରେ ନିଆଁ ହୁ ହୁ ହୋଇ ମାଡି ମାଡି ଚାଲିଛି l ତେବେ ଜଙ୍ଗଲ ଠାରୁ ବନବିଭାଗର କାଯ୍ୟାଳୟ ମାତ୍ର ୮ କିମି ଦୂର ହୋଇଥିଲେ ମଧ୍ୟ ବନ ବିଭାଗର ଏଥିପ୍ରତି ଦୃଷ୍ଟି ଦେଉ ନଥିବା ସାଧାରଣରେ ଆଲୋଚନା ହେଉଛି l  

ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ରାଜକୋଷରୁ କୋଟି କୋଟି ଟଙ୍କା ବ୍ୟୟ କରାଯାଉଛି । ଏଥିପାଇଁ ସ୍ବତନ୍ତ୍ର ସ୍କ୍ବାର୍ଡ ମଧ୍ୟ ନିଯୁକ୍ତି ହେବା ସହ ଅତ୍ୟାଧୁନିକ ଯନ୍ତ୍ରପାତି ରହିଛି । ଅନ୍ୟପଟେ ନିଆଁ ଲାଗିବା ସ୍ଥାନ ସମ୍ପର୍କରେ ଜାଣିବା ପାଇଁ ସାଟେଲାଇଟ ଜରିଆରେ ମୋବାଇଲକୁ ମେସେଜ ଆସିବାର ମଧ୍ୟ ବ୍ୟବସ୍ଥା ଅଛି । ଅଥଚ ଏତେସବୁ ସତ୍ତ୍ବେ ଦିର୍ଘ ସମୟ ଧରି ନିଆଁ ଲାଗୁଥିଲେ ମଧ୍ୟ ବନବିଭାଗକୁ ସତେ ଯେମିତି ଖବର ନାହିଁ ।  

ଏହା ମଧ୍ୟ ପଢ଼ନ୍ତୁ..ବନାଗ୍ନି ଟେନସନ, 735 ସ୍ଥାନରେ ଜଙ୍ଗଲ ନିଆଁ ଚିହ୍ନଟ - Forest Fire In Gajapati

ଏହି ଜଙ୍ଗଲରେ ଶହ ଶହ ଔଷଧ ବୃକ୍ଷ ସହ ବିରଳ ପ୍ରଜାତିର ସରିସୃପ ଓ ପଶୁ ପୋଡି ଯିବାର ସମ୍ଭାବନା ଅଛି। ଜଙ୍ଗଲରେ ନିଆଁ ଲାଗିଥିବାରୁ ପାଖ ଗ୍ରାମ ଗୁଡିକରେ ନିଆଁ ଦାଉରୁ ତତଲା ଝାଞ୍ଜି ପବନ ବହିବା ଫଳରେ ଜନଜୀବନ ବାଧା ପ୍ରାପ୍ତ ହେଉଛି । ତେବେ ତୁରନ୍ତ ବନ ବିଭାଗ ଏଥିପ୍ରତି ଧ୍ୟାନ ଦେଇ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷାପାଇଁ ସାଧାରଣରେ ଦାବି ହେଉଛି।  ଅନୁମାନ କରାଯାଉଛି ଯେ, ଜଙ୍ଗଲକୁ ମହୁଲ ଗୋଟାଇବାକୁ ଯାଉଥିବା ଲୋକମାନେ ମହୁଲ ଗଛ ତଳୁ ପତ୍ରକୁ ସଫା କରି ନିଆଁ ଲଗାଇ ଥିବେ l ଫଳରେ ନିଆଁ ଧୀରେ ଧୀରେ କୁହୁଳି କୁହୁଳି ପୁରା ଜଙ୍ଗଲରେ ମାଡିଚାଲିଛି ।

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details