ଓଲିଉଡ ପାଇଁ ଟିପ୍ସ ଦେଲେ ବଲିଉଡ ନିର୍ଦ୍ଦେଶକ, ଅମିତ ରାୟଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର - Amit Ray Interview - AMIT RAY INTERVIEW
Published : Jun 10, 2024, 9:33 PM IST
Amit Ray On Ollywood: ଭୁବନେଶ୍ବର: ଓଡ଼ିଶାର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥ । ଆଉ ସୁଯୋଗ ମିଳିଲେ ଜଗନ୍ନାଥଙ୍କ ରଥଯାତ୍ରା ଉପରେ ଓଡ଼ିଆ ସିନେମା କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ବଲିଉଡ ନିର୍ଦ୍ଦେଶକ ଅମିତ ରାୟ । ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲରେ ଯୋଗ ଦେବା ଅବସରରେ ଓଡି଼ଶା ସମ୍ବନ୍ଧରେ ଏପରି କହିଛନ୍ତି ନିର୍ଦ୍ଦେଶକ ଅମିତ ରାୟ । ଏହାସହ ନିଜର ବଲିଓଡର ଆଗାମୀ ଫିଲ୍ମ ସମ୍ପର୍କରେ ସେ ଅନେକ କଥା ବଖାଣିଛନ୍ତି ।
ନିର୍ଦ୍ଦେଶକ ଅମିତ ରାୟ କହିଛନ୍ତି,"ବଳିଷ୍ଠ ନିର୍ଦ୍ଦେଶନା ସହ ଭଲ କାହାଣୀ ହିଁ ଫିଲ୍ମକୁ ସଫଳ କରାଏ । ଏହାସହ ଓଡ଼ିଶାର ସଂସ୍କୃତି ବେଶ ମହାନ ହୋଇଥିବାବେଳେ ଏହାକୁ ନେଇ ଚଳଚ୍ଚିତ୍ର ପ୍ରସ୍ତୁତ ହେଲେ ବେଶ ଭଲ ଚାଲିବ ଓ ସିନେପ୍ରେମୀଙ୍କୁ ଆକୃଷ୍ଟ କରିବ । ମୋତେ ଯଦି କେବେ ସୁଯୋଗ ମିଳେ ତେବେ ମୁଁ ବିଶ୍ୱବିଖ୍ୟାତ ଜଗନ୍ନାଥଙ୍କ ରଥଯାତ୍ରା ଉପରେ ସିନେମା କରିବି।"
ଇଟିଭି ଭାରତ, ଭୁବନେଶ୍ବର