ଓଡିଶା

odisha

ଦାଉ ସାଧିଲା ଲଗାଣ ବର୍ଷା, 4 ଦିନ ଧରି ପାଣି ଘେରରେ ୪ ପରିବାର - water logging problem in khordha

By ETV Bharat Odisha Team

Published : Aug 9, 2024, 12:58 PM IST

ଦାଉ ସାଧିଲା ବର୍ଷା, ପାଣି ଘେରରେ ବେଗୁନିଆର ୪ ପରିବାର (ETV Bharat Odisha)

ଖୋର୍ଦ୍ଧା: ଚାରିଦିନ ତଳେ ପ୍ରବଳ ବର୍ଷାରେ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ଅଞ୍ଚଳ । ସରକାରୀ ତଥ୍ୟରେ ବେଗୁନିଆ ଅଞ୍ଚଳରେ ସର୍ବାଧିକ ୧୯୬ ମିଲି ମିଟର ବର୍ଷା ରେକର୍ଡ ହୋଇଥିଲା ଯାହା ଦୀର୍ଘ ବର୍ଷର ରେକର୍ଡ ଭାଙ୍ଗିଥିଲା ବୋଲି କୃଷି ବିଭାଗ କହିଥିଲା । ତେବେ ବର୍ଷା ଛାଡି ଥିଲେ ମଧ୍ୟ ଦୁର୍ଦ୍ଦଶା ଛାଡି ନଥିବା ଦେଖିବାକୁ ମିଳିଛି । ବେଗୁନିଆ ବ୍ଲକ ଓସ୍ତପୁର ଗ୍ରାମର ଏବେବି ଚାରି ପରିବାରର କୋଡିଏ ସଦସ୍ୟ ପାଣି ଘେରରେ ଅଛନ୍ତି । ଘର ଭିତରେ ଆଣ୍ଠିଏ ଉଚର ପାଣି ଭର୍ତି ହୋଇଥିବା ବେଳେ ପାଣି ନିଷ୍କାସନର ରାସ୍ତା ନଥିବା ଦେଖିବାକୁ ମିଳିଛି । ଚାରିଦିନ ହେବ ପରିବାର ସଦସ୍ୟ ଘର ବାହାରେ ରହୁଥିବା କହିଛନ୍ତି । ପାଣି ଜମା ହୋଇ ରହିଥିବା କାରଣରୁ ମାଟି କାନ୍ଥ ଫାଟି ଭୁଶୁଡିବା ପରିସ୍ଥିତି ଉପୁଜିଲାଣି । ପାଣି ପଶିବାକୁ ଚାରିଦିନ ବିତିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଜନ ପ୍ରତିନିଧି କିମ୍ବା ପ୍ରଶାସନିକ ଅଧିକାରୀ ପହଞ୍ଚି ନଥିବା କହିଛନ୍ତି ପାଣି ଘେରରେ ଥିବା ପରିବାର ସଦସ୍ୟ । ସେପଟେ ବେଗୁନିଆ ବିଡ଼ିଓ ଘଟଣା ସମ୍ପର୍କରେ ଆମଠାରୁ ଅବଗତ ହେବା ପରେ ତୁରନ୍ତ ଜଳ ନିଷ୍କାସନ ପାଇଁ ଅଗ୍ନିଶମ ବିଭାଗକୁ ଖବର ଦେବା ସହ ରାସ୍ତାରୁ ଜବରଦଖଲ ହଟାଇ ଡ୍ରେନ ନିର୍ମାଣ ପାଇଁ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: IMD ଆକଳନ: ଆସନ୍ତା ୪୮ ଘଣ୍ଟା ଯାଏ ପ୍ରବଳ ଛେଚିବ, ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 


ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details