ଓଡିଶା

odisha

By ETV Bharat Odisha Team

Published : Apr 21, 2024, 11:00 PM IST

ETV Bharat / videos

ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଲା ଗ୍ୟାସ ବୋଝେଇ ଟ୍ରକ, ବିସ୍ଫୋରଣରେ ଉଡ଼ିଲା ସିଲିଣ୍ଡର - CYLINDER CAUGHT FIRE

CYLINDER CAUGHT FIRE: ଲକ୍ଷ୍ମୌ: ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇ ବିସ୍ଫୋରଣର ଶିକାର ହେଲା ସିଲିଣ୍ଡର ବୋଝେଇ ଟ୍ରକ । ଏଭଳି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶରେ । କାଶୀପୁର ଗ୍ୟାସ ପ୍ଲାଣ୍ଟରୁ ଗ୍ୟାସ୍ ସିଲିଣ୍ଡର ଭରିବା ପରେ ଜାଟପୁର ସ୍ଥିତ ଭାରତ ଗ୍ୟାସ ଏଜେନ୍ସି ଏହି ସବୁ ସିଲିଣ୍ଡର ଯିବା ସମୟରେ ଏଭଳି ଭୟାବହ ଦୁର୍ଘଟଣାର ଘଟିଛି । ଗ୍ୟାସ ସିଲିଣ୍ଡରରେ ଭର୍ତ୍ତି ଟ୍ରକଟି ମୋରାଦାବାଦର ଠାକୁରଦ୍ବାର ରୋଡର ଜାଲଲପୁର ଆଉଟପୋଷ୍ଟ ନିକଟ ସିଦ୍ବାଲି ଗ୍ରାମରେ ପହଞ୍ଚିବା ପରେ ଏକ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇଥିଲା । ଏହାପରେ ବିଦ୍ୟୁତ୍ ତାର ଛିଣ୍ଡି ଟ୍ରକ ଉପରେ ପଡ଼ି ସିଲିଣ୍ଡରରେ ଅଗ୍ନି ସଂଯୋଗ ହୋଇଥିଲା ।

ଟ୍ରକରେ ନିଆଁ ଏତେ ଭୟଙ୍କର ଥିଲା ଯେ ସିଲିଣ୍ଡର ଫାଟିଯିବା ଆରମ୍ଭ କରିଥିଲା । ତେବେ ନିଆଁର ପ୍ରକୋପ ଏତେ ଥିଲା ଯେ ସାରା ଅଞ୍ଚଳରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଥିଲା । ସିଲିଣ୍ଡର ବିସ୍ଫୋରଣର ଶବ୍ଦ ଗାଁରେ ବହୁ ଦୂରରୁ ଶୁଣିବାକୁ ମିଳିଥିଲା । ନିଆଁ ଓ ବିସ୍ଫୋରଣର ଶବ୍ଦ ଯୋଗୁଁ ଗ୍ରାମବାସୀ ମଧ୍ୟ ଭୟଭୀତ ହୋଇ ପଡ଼ିଥିଲେ । ଏହାପରେ ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀକୁ ଖବର ଦିଆ ଯାଇଥିଲା । ଖବର ପାଇଁ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଦୀର୍ଘ ଚାରି ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ କରାଯାଇଥିଲା ।    


ଏହା ମଧ୍ୟ ପଢନ୍ତୁ .....ପାରାଦ୍ୱୀପ BPCL ତୈଳ ଟର୍ମିନାଲ୍‌ରେ ହୁତୁହୁତୁ ଜଳିଲା ତେଲ ଟ୍ୟାଙ୍କର - Oil Tanker Fire Breakout 

ABOUT THE AUTHOR

...view details