ଓଡିଶା

odisha

ETV Bharat / videos

ଦାଣ୍ଡିଆ ନୃତ୍ୟର ଝୁମିଲା ରେଶମ ସହର ବ୍ରହ୍ମପୁର, ସାମିଲ ହେଲେ ଯୁବତୀ-ମହିଳା

By ETV Bharat Odisha Team

Published : 4 hours ago

ବ୍ରହ୍ମପୁର: ଶାରଦୀୟ ଦୁର୍ଗାପୂଜା ସମୟରେ ମୁଖ୍ୟ ଆକର୍ଷଣ ରହିଥାଏ ମହିଳାମାନଙ୍କର ଦାଣ୍ଡିଆ ନୃତ୍ୟ । ଏହି ଅବସରରେ ରେଶମ ସହର ବ୍ରହ୍ମପୁରର ବିଭିନ୍ନ ସ୍ଥାନରେ ଆୟୋଜିତ ହୋଇଛି ଦାଣ୍ଡିଆ ନାଇଟ୍ସ କାର୍ଯ୍ୟକ୍ରମ । ସ୍କୁଲ୍ ଓ କଲେଜର ବିଦ୍ୟାର୍ଥୀଙ୍କଠାରୁ ଆରମ୍ଭ କରି ମହିଳାମାନେ ବେଶ ମଜ୍ଜା ନେଇଥିଲେ ଏହି ଦାଣ୍ଡିଆ ନୃତ୍ୟର । ମୁଖ୍ୟତଃ ଗତ କିଛି ବର୍ଷ ଧରି ଲଗାତାର ରେଶମ ସହର ବ୍ରହ୍ମପୁରର ବାସିନ୍ଦାଙ୍କ ପକ୍ଷରୁ ଏହି ଦୁର୍ଗା ପୂଜା ସମୟରେ ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଛି ଏହି ଦାଣ୍ଡିଆ ନୃତ୍ୟ । 


ଡିଜେ ମ୍ୟୁଜିକ ସାଙ୍ଗକୁ ହାତରେ ଦୁଇଟି ଲେଖାଏଁ ବାଡି ଧରି ମହିଳାଙ୍କ ପାରମ୍ପରିକ ଦାଣ୍ଡିଆ ନୃତ୍ୟ ଥିଲା ବେଶ ଆକର୍ଷଣୀୟ । ଶିଶୁଙ୍କଠାରୁ ଆରମ୍ଭ କରି ସମସ୍ତ ବର୍ଗର ଏବଂ ଅଧିକ ମାତ୍ରାରେ ମହିଳାମାନେ ମ୍ୟୁଜିକର ତାଳେ ତାଳେ ନୃତ୍ୟ କରି ବେଶ ମଜା ନେଇଥିଲେ । ସହରରେ ରକ ଷ୍ଟାର ପକ୍ଷରୁ ଆୟୋଜିତ ଏଭଳି ଦାଣ୍ଡିଆ ନାଇଟ୍ସକୁ ଉପଭୋଗ କରିଥିଲେ ସମସ୍ତେ । ଏହି ଅବସରରେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ମହିଳା ଓ ଯୁବତୀଙ୍କ ସହ ଅଧିକ ଆଲୋଚନା କରିଥିଲେ ଆମ ପ୍ରତିନିଧି ସମୀର ଆଚାର୍ଯ୍ୟ ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details