ନବରାତ୍ରୀର ପ୍ରଥମ ଦିନ, ମା' ସମଲେଇଙ୍କ ଶୈଳପୁତ୍ରୀ ବେଶ - Maa Samaleswari Rituals
Published : Oct 3, 2024, 6:45 PM IST
ବଲାଙ୍ଗୀର: ଜଗତ ଜନନୀ ମା' ଦୁର୍ଗାଙ୍କ ନବରାତ୍ର ପୂଜା ଆରମ୍ଭ ହୋଇଛି । ସେହିପରି ମା' ସମଲେଇଙ୍କ ଶୈଳପୁତ୍ରୀ ବେଶରେ ଦେଉଛନ୍ତି ଦର୍ଶନ । ନାରିଶକ୍ତିର ସ୍ୱରୂପ ମା' ସମଲେଇଙ୍କ ଯୁଦ୍ଧଂ ଦେହୀ ଡାକରା । ଦର୍ଶନ ପାଇଁ ଜମିଛି ଭିଡ଼ । ବଲାଙ୍ଗୀର ଦଶହରାରେ ଆଜି ଜଗତ ଜନନୀ ମା' ଦୁର୍ଗାଙ୍କ ନବଦିନାତ୍ମକ ପୂଜା ଆରମ୍ଭ ହୋଇଛି । ଏବଂ ଏଥିରେ ସବୁ ମଣ୍ଡପ ତଥା ପୀଠ ମାନଙ୍କରେ ମଧ୍ୟ ମାଙ୍କ ନବରାତ୍ର ପୂଜା ଆରମ୍ଭ ହୋଇଛି । ସେହିପରି ମା' ସମଲେଇ ପୀଠରେ ଆଜି ମା' ସମଲେଇ ଶୈଳପୁତ୍ରୀ ବେଶରେ ଦର୍ଶନ ଦେଉଛନ୍ତି । ଯାହା ପାଇଁ ପୀଠରେ ଭକ୍ତଙ୍କ ପ୍ରବଳ ଭିଡ଼ ଜମିଛି ।
ମା' ଏହି ବେଶରେ ଏକ ଗାଈ ଉପରେ ବିରାଜମାନ ହେବା ସହ ହାତରେ ତ୍ରିଶୂଳ ଧରିଥାନ୍ତି । ଲୋକକଥା ଅନୁଯାୟୀ, ଆଗକୁ ଯୁଦ୍ଧ ଅଛି ତେଣୁ ନାରିଶକ୍ତି ଆଗକୁ ବଢିବା ନେଇ ଆଶୀର୍ବାଦ ଦେଇଥାନ୍ତି । ସେପଟେ ସମଲେଇ ମନ୍ଦିର ପୂଜକ ଅକ୍ଷୟ ଦିଶ୍ରୀ କହିଛନ୍ତି," ଆଜିଠାରୁ ମା'ଙ୍କ ନବରାତ୍ର ପୂଜା ଆରମ୍ଭ ହୋଇଛି । ଭକ୍ତମାନେ ମାନସିକ ପୂରଣ ପାଇଁ ଅଖଣ୍ଡ ଦ୍ବୀପ ଜାଳିଛନ୍ତି। ମା' ସମଲେଇ ଶୈଳପୁତ୍ରୀ ବେଶରେ ଦର୍ଶନ ଦେଉଛନ୍ତି।"
ଇଟିଭି ଭାରତ, ବଲାଙ୍ଗୀର