ଓଡିଶା

odisha

ETV Bharat / videos

ଆକ୍ସନ ମୁଡରେ ଏସସିବି, କହିଲେ ଶବ ସହ ଦଲାଲି କରାଯିବନି ବରଦାସ୍ତ - Postmortem In Cuttack Scb

By ETV Bharat Odisha Team

Published : Jul 10, 2024, 11:46 AM IST

କଟକ: ଏସସିବି ମେଡିକାଲ ଶବ ବ୍ୟବଛେଦକୁ ନେଇ ଉଠିଥିବା ବିବାଦ ମାମଲା । ଶବ ବ୍ୟବଛେଦରେ ଦଲାଲି କରାଯାଉଥିବା ଅଭିଯୋଗ ପରେ ମେଡିକାଲ କର୍ତ୍ତୃପକ୍ଷଙ୍କ ପଦକ୍ଷେପ । ଏକ ଫଳକ ଜରିଆରେ ବ୍ୟବଛେଦକୁ ନେଇ କୌଣସି ଟଙ୍କା ପୈଠ କରିବାକୁ ପଡିବ ନାହିଁ ବୋଲି ଜଣାଇଛି ଏସସିବି । ଏହାକୁ ନେଇ ସ୍ଥାନୀୟ କର୍ପୋରେଟରଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ସ୍ଥାନୀୟ କର୍ପୋରେଟର ଦୀପକ ଦାସ  କହିଛନ୍ତି, ଏହା କେବଳ ନାମକୁ ମାତ୍ର। ଏହି ଘଟଣା କେବଳ କାଗଜ କଲମରେ ସୀମିତ ସେଠାରେ କର୍ତ୍ତୃପକ୍ଷଙ୍କ ସଠିକ ଢଙ୍ଗରେ କରାଯାଉନାହିଁ । ସୂଚନା ଅନୁସାରେ, ପୂର୍ବରୁ ଏସସିବି ମେଡିକାଲର ବିଭିନ୍ନ ବିଭାଗରେ ଚାଲିଥଲା ଖୁଲମଖୁଲା ଦଲାଲଗିରି । ରୋଗୀଙ୍କ ଚିକିତ୍ସା, ପରୀକ୍ଷା ପାଇଁ ଦଲାଲ ନେଉଥିଲେ ଟଙ୍କା । ହେଲେ ବର୍ତ୍ତମାନ ତାହ ଏତେ ବଳିଗଲା ଯେ ଏସସିବିକୁ ଆସୁଥିବା ବ୍ୟବଚ୍ଛେଦ ପାଇଁ ଶବ ମାନଙ୍କ ପରିବାର ଠୁ ଟଙ୍କା ଲୁଟର ଅଭିଯୋଗ ସମ୍ନାକୁ ଆସିଥିଲା । ବ୍ୟବଛେଦ ପରେ ମୃତଦେହକୁ ଗାଡିରେ ରଖିବା ପାଇଁ ଟଙ୍କା ଓ ପଲିଥିନ ପାଇଁ ମଧ୍ୟ ଟଙ୍କା ନେବାର ଅଭିଯୋଗ ସମ୍ନାକୁ ଆସିଥିଲା । ତେବେ ଏହା ଏବେ ନୁହେଁ ବରଂ ପୂର୍ବରୁ ଅନେକ ଅଭିଯୋଗ ଏପରି ଆସିଛି । ଯେଉଁଠି ମେଡିକାଲ କର୍ତ୍ତୃପକ୍ଷଙ୍କ ଅଣଦେଖା ଯୋଗୁଁ ଏହା ଆଜି ପର୍ଯ୍ୟନ୍ତ ଚାଲିଆସିଛି ବୋଲି ଅଭିଯୋଗ ହୋଇଥିଲା । ଆଗମୀ ଦିନରେ ଯଦି ଏପରି ଅଭିଯୋଗ ଆସେ ତେବେ ଏସସିବି କର୍ତ୍ତୃପକ୍ଷ ଓ ତଳସ୍ତର କର୍ମଚାରୀଙ୍କ ବିରୋଧରେ ସ୍ୱର ଉଠିବା ନିଶ୍ଚୟ ବୋଲି କହିଛନ୍ତି ସ୍ଥାନୀୟ କର୍ପୋରେଟର ଦୀପକ ଦାସ । ସେପଟେ ଏହି ଘଟଣାକୁ ନେଇ ଏସସିବି ବର୍ତ୍ତମାନ ତତ୍ପରତା ପ୍ରକାଶ କରିଛି । ଏକ ଫଳକ ଜରିଆରେ ବ୍ୟବଛେଦ ପାଇଁ କୌଣସି ଦେୟ ପ୍ରକ୍ରିୟା ନାହିଁ ବୋଲି ସ୍ପଷ୍ଟ କରାଯାଇଛି । ଏପରିକି ଯଦି କିଏ ଏହି ଦଲାଲଗିରି କରିବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କ ତଳେ ଦିଆଯାଇଥିବା ନମ୍ବର ଯୋଗେ ଯୋଗାଯୋଗ କରି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସ୍ପଷ୍ଟ କରିଛନ୍ତି ଏସିବି କୁଳସଚିବ । 

ଏହା ମଧ୍ୟ ପଢନ୍ତୁ: ଏସସିବିରୁ ୫ ଦଲାଲ ଗିରଫ, ରୋଗୀଙ୍କୁ ପଠାଉଥିଲେ ଘରୋଇ ହସ୍ପିଟାଲ



ଇଟିଭି ଭାରତ, କଟକ

ABOUT THE AUTHOR

...view details