ଓଡିଶା

odisha

ETV Bharat / videos

ଲୋକସେବା ଭବନକୁ ଗଣମାଧ୍ୟମ ବାରଣ ଘଟଣାକୁ ନେଇ କଣ କହିଲେ ଉପମୁଖ୍ୟମନ୍ତ୍ରୀ - Deputy CM Reaction on media freedom - DEPUTY CM REACTION ON MEDIA FREEDOM

By ETV Bharat Odisha Team

Published : Jul 17, 2024, 2:05 PM IST

Deputy Chief Minister over Media freedom ବଲାଙ୍ଗୀର: ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଜିଲ୍ଲା ଗସ୍ତ କରିବା ସହ ବିଭିନ୍ନ ସମୀକ୍ଷାମୂଳକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏହି ସମୟରେ ସରକାରୀ କାର୍ଯ୍ୟକ୍ରମରେ ଗଣମାଧ୍ୟମ ଉପରେ କଟକଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ।  ସେ କହିଛନ୍ତି, " ଏଭଳି ନିୟମ ପୂର୍ବ ସରକାର କରିଥିଲେ । ବିଜେପି ସରକାର ଆସିବା ପରେ ପ୍ରଥମେ ଲୋକ ସେବା ଭବନକୁ ସାମ୍ବାଦିକଙ୍କୁ ଛଡା ଯାଇଥିଲା । ସେହିପରି ଆଗକୁ ପୂର୍ବ ସରକାରଙ୍କ ନିୟମ ଉପରେ ବିଚାର ଓ ଅନୁଧ୍ୟାନ ହେବ।" ଏପରିକି ଗଣମାଧ୍ୟମ ଉପରେ ଥିବା ବାରଣ ଉପରେ ସେ ନିଜେ ଆଲୋଚନା କରିବେ ଏବଂ ଏ ସରକାର ନିହାତି ଏହା ଉପରେ ଶୀଘ୍ର ପଦକ୍ଷେପ ନେବେ ବୋଲି ସେ କହିଛନ୍ତି । 

ଏହାମଧ୍ୟ ପଢନ୍ତୁ.. 4 ବର୍ଷ ପରେ ‘ଲୋକସେବା ଭବନ’କୁ ପ୍ରବେଶ କଲା ଗଣମାଧ୍ୟମ, ବିଭିନ୍ନ ମହଲରେ ସ୍ବାଗତ - Lok seva Bhawan open for journalist
 

ସୂଚନାଯୋଗ୍ୟ, ମହାମାରୀ କୋଭିଡ-୧୯ ସମୟରୁ ରାଜ୍ୟରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମକୁ ଗଣମାଧ୍ୟମକୁ ବାରଣ କରାଯାଇଥିଲା । ଏପରିକି ସବୁ କାର୍ଯ୍ୟକ୍ରମ ପରେ ପ୍ରଶାସନ ପକ୍ଷରୁ ପ୍ରେସ ନୋଟ, ଫଟୋ ଓ ଭିଡିଓ ଜାରି କରାଯାଉଥିଲା । ଏଭଳିକି ବିଧାନସଭା ଓ ଲୋକସେବା ଭବନକୁ ମଧ୍ୟ ଗଣମାଧ୍ୟମକୁ ପ୍ରବେଶ ପାଇଁ ଅନୁମତି ଦିଆଯାଉନଥିଲା । ବର୍ତ୍ତମାନ ମୋହନ ସରକାର ଲୋକସେବା ଭବନରେ ଗଣମାଧ୍ୟମର ପ୍ରବେଶ ପାଇଁ ଅନୁମତି ପ୍ରଦାନ କରିଛନ୍ତି ।


ବଲାଙ୍ଗୀର, ଇଟିଭି ଭାରତ

ABOUT THE AUTHOR

...view details