ଓଡିଶା

odisha

ETV Bharat / videos

ପରିବା ମାର୍କେଟରେ ନିଆଁ; ହୁ ହୁ ହୋଇ ବଢ଼ୁଛି ଦର, ଚିନ୍ତାରେ ଖାଉଟି - Vegetable Price Hike - VEGETABLE PRICE HIKE

By ETV Bharat Odisha Team

Published : Jul 21, 2024, 8:32 PM IST

Vegetable Price Rapidly Increase: ରାଉରକେଲା: ହୁ ହୁ ହୋଇ ବଢ଼ିବାରେ ଲାଗିଛି ପରିବା ଦର । ହାଟରୁ ନେଇ ଦୋକାନ ଯାଏଁ ସବୁଠି ପରିବା ଦର ଆକାଶଛୁଆଁ । ପରିବା ଦରକୁ ନେଇ ହନ୍ତସନ୍ତ ଖାଉଟି । ପୂର୍ବରୁ ଯେଉଁ ପରିବାକୁ ଗ୍ରାହକ କିଲୋ ଆକାରରେ କିଣୁଥିଲେ ଏବେ ତାହାକୁ ଅଢେଇଶ କିମ୍ବା ଅଧକିଲୋ କିଣିବା ପାଇଁ ବାଧ୍ୟ ହେଉଛନ୍ତି । ଏପଟେ ପକେଟରୁ ଟଙ୍କା ଖାଲି ହେଉଛି ହେଲେ ବ୍ୟାଗ ଫୁଲ ହେଉନି । ସବୁଆଡ଼େ ପରିବା ଦର ନିୟନ୍ତ୍ରଣ ବାହାରେ ଥିବା ବେଳେ ଏଥିରୁ ବାଦ ପଡ଼ିନି ରାଉରକେଲା । ରାଉରକେଲା ବଜାରରେ ବର୍ତ୍ତମାନ ସବୁଠାରୁ ଅଧିକ ଦର ଥିବା ପରିବା ହେଉଛି କାଙ୍କଡ଼ । ଯାହା କିଗ୍ରାପ୍ରତି 240 ଟଙ୍କାରେ ବିକ୍ରି ହେଉଛି ।

ବର୍ତ୍ତମାନ ସୁଦ୍ଧା ମାର୍କେଟକୁ ଭଲ ଭାବରେ ପରିବା ଆମଦାନୀ ହେଉନାହିଁ । ତେଣୁ ପରିବାର ଅଭାବ ଦେଖା ଦେଇଥିବାରୁ ଏହାର ଦର ବୃଦ୍ଧି ପାଇଛି । ତେବେ ଶ୍ରାବଣ ଆରମ୍ଭରୁ ହଠାତ୍ ଏଭଳି ଦରବୃଦ୍ଧି ରାଉରକେଲା ସହରବାସୀଙ୍କୁ ବିଚଳିତ କରିବା ସହ ସେମାନଙ୍କ ଘରୋଇ ବଜେଟ ଉପରେ ଚଡକ ପକାଇଛି । 

ଏହା ମଧ୍ୟ ପଢ଼ନ୍ତୁ...ଶ୍ରାବଣ ଛୁଇଁନି, ଆକାଶ ଛୁଇଁଲାଣି ପରିବା ଦର; ହଜାର ଟଙ୍କାରେ ବି ପୁରୁନି ବ୍ୟାଗ, କେବେ ଲାଗିବ ଦର ବୃଦ୍ଧିରେ ବ୍ରେକ୍ ... - Vegetable Price Rise

ନଜର ପକାନ୍ତୁ କଣ ରହିଛି ପନିପରିବା ଦର:

ପରିବା କିଲୋପ୍ରତି ଦର

  • ଛୁଇଁ ୧୬୦ ଟଙ୍କା 
  • କାଙ୍କଡ଼ ୨୪୦ ଟଙ୍କା 
  • ଫୁଲକୋବି ୬୦ ଟଙ୍କା
  • ପୋଟଳ ୬୦ ଟଙ୍କା
  • ବାଇଗଣ ୬୦ ଟଙ୍କା 
  • ବନ୍ଧାକୋବି ୭୦ ଟଙ୍କା 
  • ଭେଣ୍ଡି ୫୦ ଟଙ୍କା 
  • ଟମାଟୋ ୮୦ରୁ ୯୦ ଟଙ୍କା 
  • କଦଳୀ କିଲୋ ୬୦ ଟଙ୍କା
  • ମାଟି ଆଳୁ ୧୦୦ ଟଙ୍କା 
  • ବିନ୍ସ ୧୨୦ ଟଙ୍କା 
  • କଲରା ୮୦ ଟଙ୍କା

ଇଟିଭି ଭାରତ, ସୁନ୍ଦରଗଡ଼

ABOUT THE AUTHOR

...view details