ଓଡିଶା

odisha

ETV Bharat / videos

ରାହୁଲ ଗାନ୍ଧୀଙ୍କ ଧର୍ମ ବିରୋଧୀ ମନ୍ତବ୍ୟ, ଗିରଫ ଦାବି କଲା ବିଜେପି - Rahul Gandhi Statement Issue

By ETV Bharat Odisha Team

Published : Jul 4, 2024, 12:03 PM IST

କଟକ: ଲୋକସଭାରେ ରାହୁଲ ଗାନ୍ଧୀଙ୍କ ଜାତିଆଣ ମନ୍ତବ୍ୟକୁ ନେଇ ଜୋର ଧରୁଛି ଆନ୍ଦୋଳନ । ଏହି ଘଟଣାକୁ ତୀବ୍ର ବିରୋଧ କରି କଟକ ନଗର ଭାଜପା ଯୁବ ମୋର୍ଚ୍ଚା କରିଛି ଜୋରଦାର ପ୍ରତିବାଦ କରିଛନ୍ତି। କଟକ ପୁରିଘାଟ ସ୍ଥିତ କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଛନ୍ତି ଭାଜପା ଯୁବ ମୋର୍ଚ୍ଚାର ନେତା ଓ ସଦସ୍ୟ । ରାହୁଲ ଗାନ୍ଧୀ ହିନ୍ଦୁଙ୍କ ବିରୋଧ ଦେଇଥିବା ମନ୍ତବ୍ୟକୁ ବିରୋଧ କରି ରାହୁଲ ଗାନ୍ଧୀଙ୍କ କୁଶ ପୁତ୍ତଳିକା ଦାହ କରିଛି ବିଜେପି ଯୁବ ମୋର୍ଚ୍ଚା । ଏହା ସହ ରାହୁଲ ଗାନ୍ଧୀ ଏଥିଲାଗି କ୍ଷମା ପ୍ରାର୍ଥନା କରନ୍ତୁ ଓ ତାଙ୍କ ପଦବୀରୁ ଇସ୍ତାଫ ଦାବି କରିଛି କଟକ ଯୁବ ମୋର୍ଚ୍ଚା । ତେବେ ଏହି ଘଟଣା ବର୍ତ୍ତମାନ ଦେଶ ବ୍ୟାପି ରାଜନୈତିକ ଆଲୋଚନାଚକ୍ରର ଶୀର୍ଷକ ହୋଇ ରହିଛି। ଯେଉଁପରି ଭାବରେ ସଂସଦ ରେ ରାହୁଲ ଗାନ୍ଧୀ ସିଧାସଳଖ ବିଜେପି ହିନ୍ଦୁତ୍ୱ କୁ ନେଇ ଅଧିକ ଗୁରୁତ୍ୱ ଆରୋପ କରୁଥିବା ବେଳେ ଏହି ଜାତି ହିଂସ୍ର ବୋଲି କହିଥିଲେ ରାହୁଲ । ଯାହା ଫଳରେ ଶଂସଦ ରେ କିଛି ସମୟ ପାଇଁ ଆରୋପପ୍ରତ୍ୟାରୋପ ଜାରି ରହିଥିଲା । ତେଣୁ ଦେଶରେ ସମସ୍ତ ଧର୍ମ ସମାନ । ଏହାଛଡ଼ା ହିନ୍ଦୁ ମାନଙ୍କ ମଧ୍ୟରେ ବିଦ୍ୱେସ ଭାବ ସୃଷ୍ଟି କରିବା ଲକ୍ଷ୍ୟରେ ଏଭଳି ଆଚରଣ କରିଛନ୍ତି ରାହୁଲ ଗାନ୍ଧୀ ବୋଲି ଅଭିଯୋଗ କରିଛି ବିଜେପି । ତେବେ କିଛି ଦିନ ମଧ୍ୟରେ ସେ ଦେଶବ୍ୟାପୀ କ୍ଷମା ମାଗନ୍ତୁ ନହେଲେ ତାଙ୍କୁ ଗିରଫ କରାଯାଉ ବୋଲି ଦାବି କରିଛି କଟକ ନଗର ବିଜେପି ।

ଏହା ମଧ୍ୟ ପଢନ୍ତୁ: 'ରାହୁଲ ଗାନ୍ଧୀ କ'ଣ କୁହନ୍ତି ବୁଝିପାରନ୍ତି ନାହିଁ'; ସଂସଦରେ ରାହୁଲ ଗାନ୍ଧୀଙ୍କ ବୟାନକୁ ରାଜ୍ୟ ବିଜେପିର ନିନ୍ଦା

ଇଟିଭି ଭାରତ, କଟକ

ABOUT THE AUTHOR

...view details