ଓଡିଶା

odisha

By ETV Bharat Odisha Team

Published : May 4, 2024, 7:30 PM IST

ETV Bharat / videos

ନାମାଙ୍କନ ଭରିଲେ କଟକ କଂଗ୍ରେସ ସାଂସଦ ପ୍ରାର୍ଥୀ ସୁରେଶ ମହାପାତ୍ର - Lok Sabha Election 2024

Lok Sabha Election 2024: କଟକ: ନାମାଙ୍କନ ଭରିଲେ କଟକ ଲୋକସଭା ସଂସଦୀୟ କ୍ଷେତ୍ରର କଂଗ୍ରେସ ପ୍ରାର୍ଥୀ ସୁରେଶ ମହାପାତ୍ର । ନିଜର ସମର୍ଥକଙ୍କ ସହ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ସେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଗତକାଲି ବିଜେଡି ଏବଂ ବିକେପି ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବାବେଳେ ଆଜି ସୁରେଶ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ସୁରେଶ କହିଛନ୍ତି, "ଆମର ମୁଖ୍ୟ ମୁଦ୍ଦା ହେଉଛି ବିକାଶ । ଯାହା ଗତ ୩୦ ବର୍ଷ ଧରି କଟକ ସଂସଦୀୟ କ୍ଷେତ୍ରରେ ହୋଇନାହିଁ । ବେକାରୀ ସମସ୍ୟା ସହ ଶିକ୍ଷା ସ୍ବାସ୍ଥ୍ୟ ସବୁ କ୍ଷେତ୍ରରେ ଲାଗି ରହିଛି ସମସ୍ୟା । ମହିଳାମାନେ ବି ଅସୁରକ୍ଷିତ । ଜିଲ୍ଲାରେ ଶିଳ୍ପ ବନ୍ଦ ହୋଇ ରହିଛି । ଚିନିକଳଠାରୁ ଆରମ୍ଭ କରି ବିଭିନ୍ନ କଳକାରଖାନା ବି ବନ୍ଦ ହୋଇ ପଡିଛି । ତେଣୁ ନିର୍ବାଚନ ପରେ ଏସବୁର ତୁରନ୍ତ ସମାଧାନ କରାଯିବ ।" ତେବେ ବିରୋଧୀ ପ୍ରାର୍ଥୀଙ୍କୁ ହେଭିୱେଟ୍‌ ବୋଲି ମାନିବାକୁ ନାରାଜ ସୁରେଶ । ଏକତରଫା ଲଢେଇ ହେବ ବୋଲି ସେ କହିଛନ୍ତି । କେବଳ ସେତିକି ନୁହେଁ, ଲୋକମାନେ ପରିବର୍ତ୍ତନ ଚାହୁଁଛନ୍ତି । ତେଣୁ କଂଗ୍ରେସ ହିଁ ବିକଳ୍ପ ହେବ ବୋଲି ସୁରେଶ ଆଶା ପ୍ରକଟ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...କେନ୍ଦୁଝରରେ କଂଗ୍ରେସ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ - File Nomination In Kendujhar

ଇଟିଭି ଭାରତ, କଟକ

ABOUT THE AUTHOR

...view details