ଓଡିଶା

odisha

ETV Bharat / videos

ରାମଚଣ୍ଡୀରେ ଜମୁଛି ବଣଭୋଜିର ଆସର - RAMCHANDI

By ETV Bharat Odisha Team

Published : Dec 31, 2024, 10:35 AM IST

ନିମାପଡ଼ା : ରାମଚଣ୍ଡୀରେ ଜମୁଛି ବଣ ଭୋଜିର ଆସର  । କୋଣାର୍କ ,ଚନ୍ଦ୍ରଭାଗା ଓ ରାମଚଣ୍ଡୀ ମୁହାଁ ପର୍ଯ୍ୟଟକ । ମା' ରାମଚଣ୍ଡୀ ମନ୍ଦିର ତିନିପଟେ ଝାଉଁ ଜଙ୍ଗଲ ଥିବାବେଳେ ପୂର୍ବ ଦିଗରେ କୂଶଭ୍ରଦା ନଦୀ ରହିଛି । ନୂଆବର୍ଷ ପାଇଁ ନାଚ,ଗୀତରେ ଜମୁଛି ରାମଚଣ୍ଡୀ ପରିସର । ଛାତ୍ରଛାତ୍ରୀମାନଙ୍କ ଖେଳକୁଦରେ ଫାଟିପଡୁଛି ମା' ରାମଚଣ୍ଡୀଙ୍କ ପୀଠ। ବଣଭୋଜି ସହ ବୋଟିଂର ମଜା ଉଠାଉଛନ୍ତି ଦେଶ ବିଦେଶର ପର୍ଯ୍ୟଟକ।

ଏହା ବି ପଢନ୍ତୁ...ଜିରୋ ନାଇଟରେ ଝୁମିବ କଟକ, ବଲିଉଡ କଣ୍ଠଶିଳ୍ପୀଙ୍କ ଗୀତରେ ମତୁଆଲା ହେବେ ଦର୍ଶ
ଏହା ବି ପଢନ୍ତୁ...ନୂଆବର୍ଷ ପାଇଁ ପୁରୀରେ ସ୍ବତନ୍ତ୍ର ବ୍ୟବସ୍ଥା, ଏମିତି ରହିବ ଟ୍ରାଫିକ୍‌ ଗାଇଡଲାଇନ୍‌ - TIGHT SECURITY ARRANGEMENTS IN PURI

ମା' ରାମଚଣ୍ଡୀ ମନ୍ଦିର କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣ ସମୟରୁ ନିର୍ମିତ ହୋଇଛି। ପୌରାଣିକ କଥା ଅନୁସାରେ, କୋଣାର୍କ ସୂର୍ଯ୍ୟ ମନ୍ଦିର ଭାଙ୍ଗିବା ପରେ ମା'ଙ୍କୁ ପିଇବା ପାଇଁ ପାଣି ମାଗିଥିଲା କଳାପାହାଡ଼  । ମା' ରାମଚଣ୍ଡୀ ଜାଣି ପାରିଥିଲେ ଏ କଳାପାହାଡ଼ । ତେଣୁ ତାକୁ କହିଥିଲେ ମନ୍ଦିରରେ ପାଣି ନାହିଁ ଦୁଆରେ ବସିଥାଅ, ମୁଁ ନଦୀରୁ ପାଣି ଆଣି ଆସେ।କଳାପାହାଡ଼ ଦୁଆରେ ବସିଛି ମା ରାମଚଣ୍ଡୀ ପାଣି ବାହାନାରେ ନଦୀରେ ବୁଡିରହିଲେ । ଆଉ ଆସିଲେ ନାହିଁ । ଦିନ ପରେ ଦିନ ବିତିଗଲା ମା' ଫେରିଲେ ନାହିଁ। କଳାପାହାଡ଼ ଦୁଆରେ ଚାହିଁ ବସି ଫେରିଯାଇଥିଲା । ସେହିଦିନଠାରୁ ମା' ରାମଚଣ୍ଡୀ କୋଣାର୍କ ଆଖପାଖ ଅଞ୍ଚଳ ସହ ସମଗ୍ର ପୁରୀ ଜିଲ୍ଲା ତଥା ରାଜ୍ୟବାସୀଙ୍କୁ ଜଗିବସିଛନ୍ତି ବୋଲି ବିଶ୍ବାସ କରାଯାଏ । ସେପଟେ ପାନୀୟ ଜଳ, ଲାଇଟ୍,ମହିଳା ଶୌଚାଳୟ ଆଦିରେ ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପର୍ଯ୍ୟଟକ  ।  "ଜିଲ୍ଲା ପ୍ରଶାସନ ତରଫରୁ ଏସବୁର ବନ୍ଦୋବସ୍ତ ହୋଇପାରିଲେ ଆହୁରି ଅଧିକ ପର୍ଯ୍ୟଟକ ଆସିବେ ।"

ଇଟିଭି ଭାରତ, ନିମାପଡ଼ା

ABOUT THE AUTHOR

...view details