ଓଡିଶା

odisha

ETV Bharat / videos

ଧାନ ମଣ୍ଡିରେ ଅବ୍ୟବସ୍ଥା ଅଭିଯୋଗ, ବିଜେପି ଉପରେ ବର୍ଷିଲେ କଂଗ୍ରେସ ବିଧାୟକ - CONGRESS MLA SLAMS BJP

By ETV Bharat Odisha Team

Published : Dec 23, 2024, 2:10 PM IST

ଭବାନୀପାଟଣା: ବିଜେପି ସରକାର ଉପର ବର୍ଷିଲେ ଭବାନୀପାଟଣା କଂଗ୍ରେସ ବିଧାୟକ ସାଗର ଚରଣ ଦାସ । ଧାନ ମଣ୍ଡିରେ ଅବ୍ୟବସ୍ଥା, ବିଜେପି ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ଭୁଲି ଯାଇଥିବା ଅଭିଯୋଗ ଆଣିଛନ୍ତି କଂଗ୍ରେସ ବିଧାୟକ । ମିଲ ମାଲିକଙ୍କଠାରୁ ବିଜେପିର ବଡ ବଡ଼ ନେତା ଓ ମନ୍ତ୍ରୀ ଚାନ୍ଦା ନେଉଥିବା ଭଳି ସାଂଘାତିକ ଅଭିଯୋଗ ମଧ୍ୟ ଆଣିଛନ୍ତି । ସୁରୁଖୁରରେ ମଣ୍ଡି ନ ଚାଲିଲେ ଜୋରଦାର ଆନ୍ଦୋଳନ ହେବାର ଚେତାବନୀ ଦେଇଛନ୍ତି । 

ବିଧାୟକ ସାଗର ଚରଣ ଦାସ କହିଛନ୍ତି, "ଆଜି ଆମେ ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ୪ଟି ମଣ୍ଡି ପରିଦର୍ଶନ କରିଥିଲୁ । ସମସ୍ତ ଧାନ ମଣ୍ଡିମାନଙ୍କରେ ବହୁତ ଅବ୍ୟବସ୍ଥା ରହିଛି, ବର୍ତ୍ତମାନ ଚାଷୀ ଡରିକି ରହିଛନ୍ତି । ମିଲର୍ସମାନେ ଚାଷୀଙ୍କୁ ବ୍ଲାକମେଲ କରୁଛନ୍ତି । କଟନୀ ନ ହେଲେ ଧାନ ନ ଉଠାଇବାକୁ ଧମକ ଦେଉଛନ୍ତି । ସରକାର ଓ ପ୍ରଶାସନ ନିୟମର କଥା କହୁଛନ୍ତି ହେଲେ ମିଲର୍ସଙ୍କ ପାଇଁ କିଛି ନିୟମ ଅଛି ନା ନାହିଁ । FAQର କଥା ସରକାର କହିଛନ୍ତି । ବିହନ ଦେଲା ବେଳେ FAQର କଥା କାହିଁକି ଚାଷୀ କହୁ ନାହାଁନ୍ତି । ବିଜେପିର ବଡ ବଡ ନେତାମାନଙ୍କୁ ଚାନ୍ଦା ଦେବାକୁ ଏହି କଟନିଛଟନୀ ହେଉଛି । ଆସନ୍ତା ଦିନରେ ମଣ୍ଡିରେ ପରିବର୍ତ୍ତନ ନ ହେଲେ ଆନ୍ଦୋଳନ ତୀବ୍ର ହେବ । "

ଏହା ମଧ୍ୟ ପଢନ୍ତୁ...

ମଣ୍ଡିରେ ପଡ଼ି ରହିଛି ଧାନ, ଚାଷୀଙ୍କୁ ଘାରିଛି ବର୍ଷା ଭୟ

ସମ୍ବଲପୁରରେ ଖରିଫ ଧାନ କିଣା ଆରମ୍ଭ, ମଣ୍ଡିରେ ଅବ୍ୟବସ୍ଥା ଅଭିଯୋଗ

ଇଟିଭି ଭାରତ, ଭୁବନେଶ୍ୱର
 

ABOUT THE AUTHOR

...view details