ଓଡିଶା

odisha

ETV Bharat / videos

୧୪ତମ ଅନ୍ତର୍ଜାତୀୟ ବାଲୁକାକଳା ମହୋତ୍ସବ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ - INTERNATIONAL SAND ART FESTIVAL

By ETV Bharat Odisha Team

Published : Dec 2, 2024, 6:31 PM IST

ନିମାପଡ଼ା (ପୁରୀ): ‘୧୪ତମ ଅନ୍ତର୍ଜାତୀୟ ବାଲୁକାକଳା ମହୋତ୍ସବ’ ଉଦଘାଟିତ ହୋଇଛି । ବିଶ୍ୱ ଐତିହ୍ୟ ପର୍ଯ୍ୟଟନ କ୍ଷେତ୍ର କୋଣାର୍କ ଚନ୍ଦ୍ରଭାଗା ବେଳାଭୂମିରେ ଗତକାଲି (ରବିବାର) ଅପରାହ୍ନରେ ମହାସମାରୋହରେ ଏହି ମହୋତ୍ସବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍‌ଘାଟନ କରିଛନ୍ତି । ପ୍ରଖ୍ୟାତ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଦେଶର ବିଭିନ୍ନ ରାଜ୍ୟର ପ୍ରତିଷ୍ଠିତ ୧୩୦ଜଣ ବାଲୁକାଶିଳ୍ପୀ ଏହି ବାଲୁକାକଳା ପ୍ରଦର୍ଶନୀରେ ଅଂଶଗ୍ରହଣ କରିଛନ୍ତି । ଏହାସହ ୪ଟି ଦେଶର ୮ ଜଣ ବିଦେଶୀ ବାଲୁକାଶିଳ୍ପୀ ମଧ୍ୟ ଏଥିରେ ଭାଗ ନେଇଛନ୍ତି । ବିଭିନ୍ନ ପ୍ରସଙ୍ଗରେ ପ୍ରତିଯୋଗୀମାନେ ସେମାନଙ୍କ କଳାକୃତି ପ୍ରଦର୍ଶନ କରୁଛନ୍ତି । ପ୍ରତିଦିନ ସକାଳ ୯ଟାରୁ ରାତି ୯ଟା ପର୍ଯ୍ୟନ୍ତ ବାଲୁକାକଳା ପ୍ରଦର୍ଶନୀ ପର୍ଯ୍ୟଟକଙ୍କ ପାଇଁ ଖୋଲା ରହିବ । 
 

ଉଦ୍‌ଘାଟନୀ ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ସହ ଅତିଥି ଭାବରେ ଉପ-ମୁଖ୍ୟମନ୍ତ୍ରୀ ତଥା ସ୍ଥାନୀୟ ବିଧାୟିକା ପ୍ରଭାତୀ ପରିଡା, ଜଗତସିଂପୁର ସାଂସଦ ବିଭୁପ୍ରସାଦ ତରାଇ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, ପର୍ଯ୍ୟଟନ ସଚିବ ବଲବନ୍ତ ସିଂ, ପର୍ଯ୍ୟଟନ ନିର୍ଦ୍ଦେଶକ ସମର୍ଥ ବର୍ମା, ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ସମସ୍ତ ଅତିଥି ବାଲୁକାକଳା ବୁଲି ଦେଖ‌ିବା ସହ ଶିଳ୍ପୀମାନଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ ।
 

ଏହା ମଧ୍ୟ ପଢ଼ନ୍ତୁ...କୋଣାର୍କ ମହୋତ୍ସବ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ନୃତ୍ୟ-ସଙ୍ଗୀତରେ ଝୁମିଲେ ଦର୍ଶକ

ଏହା ମଧ୍ୟ ପଢ଼ନ୍ତୁ...ଆଜିଠୁ ବିଶ୍ୱ ପ୍ରସିଦ୍ଧ କୋଣାର୍କ ମହୋତ୍ସବ, ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଇଟିଭି ଭାରତ, ନିମାପଡ଼ା

ABOUT THE AUTHOR

...view details