ଓଡିଶା

odisha

ETV Bharat / videos

ସହରାଞ୍ଚଳର ବିଭିନ୍ନ ସୁବିଧା ଓ ସେବା ଉତ୍ସର୍ଗ କରୁଛନ୍ତି ମୁଖ୍ୟମନ୍ତ୍ରୀ, ଦେଖନ୍ତୁ LIVE

By ETV Bharat Odisha Team

Published : Feb 29, 2024, 11:53 AM IST

Updated : Feb 29, 2024, 12:08 PM IST

ଭୁବନେଶ୍ବର: ସହରାଞ୍ଚଳର ବିଭିନ୍ନ ସୁବିଧା ଓ ସେବା ଉତ୍ସର୍ଗ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକସେବା ଭବନ କନଭେନ୍ସନ ସେଣ୍ଟରରେ ୫ଟି ଆଧାରରେ ସହରାଞ୍ଚଳ ରୂପାନ୍ତରଣ ପ୍ରକଳ୍ପର ଲୋକାର୍ପଣ କରୁଛନ୍ତି ମୁଖ୍ୟମନ୍ତ୍ରୀ । ଜାଗା ମିଶନ ଅନ୍ତର୍ଗତ ୪ଟି ମହାନଗର ନିଗମ ବ୍ରହ୍ମପୁର, କଟକ, ସମ୍ବଲପୁର ଓ ରାଉଲକେଲାରେ ଭୂମି ଅଧିକାର ପ୍ରମାଣ ପତ୍ର ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ୪ ମହାନଗର ନିଗମ ଅଞ୍ଚଳରେ ୨୧୪୨୭ ପରିବାରକୁ ଭୂମି ଅଧିକାର ପ୍ରମାଣ ପତ୍ର ପ୍ରଦାନ କରାଯିବ । ଏହା ସହିତ ୬୯ଟି ସହର ବସ୍ତି ବାସିନ୍ଦାଙ୍କୁ ୬୨୬ ବିଜୁ ଆଦର୍ଶ କଲୋନୀ ଉତ୍ସର୍ଗ କରାଯିବ । ଯାହା ଦ୍ୱାରା ପ୍ରାୟ ୨ ଲକ୍ଷ ଲୋକ ଉପକୃତ ହେବେ । ୨୬ଟି ବସ୍ତି ମୁକ୍ତ ସହର ଘୋଷଣା ହେବ । ସେହିପରି ବ୍ରହ୍ମପୁରକୁ ସମ୍ପୂର୍ଣ୍ଣ ୨୪×୭ ଡ୍ରିଙ୍କ ଫ୍ରମ ଟ୍ୟାପ ସହର ଭାବେ ଘୋଷଣା ହେବ । ୪.୭୦ ଲକ୍ଷ ଲୋକ ଉପକୃତ ହେବେ । ଝାରସୁଗୁଡା, ବ୍ରଜରାଜନଗର, ବେଳପାହାଡ଼ ସହିତ ଅନ୍ୟ ୩୦ ସହର ନିମନ୍ତେ ୬୦ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଉତ୍ସର୍ଗ ହେବ । ୫ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ଉପକୃତ ହେବେ । କଟକ ସହର ପାଇଁ ନବନିର୍ମିତ ବକ୍ସ ଡ୍ରେନ ଲୋକାର୍ପଣ ହେବ । 
Last Updated : Feb 29, 2024, 12:08 PM IST

ABOUT THE AUTHOR

...view details